ମେଟ୍ରୋ

ଭାଜପା ଜିଲା ସଭାପତିଙ୍କୁ ମରାଣାନ୍ତକ ଆକ୍ରମଣ, ଖାରବେଳ ଥାନାରେ ମାମଲା ରୁଜୁ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଭୁବନେଶ୍ୱର ଜିଲା ସଂଗଠନ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ଅପରାହ୍ନ ୧ଟା ସମୟରେ ରାମ ମନ୍ଦିରସ୍ଥିତ ଏକାମ୍ର ହାଟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି। ଏକ କାର୍‌ରେ ଆଠଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଆସି ଲୁହା ପାଇପ୍‌ରେ...

ଚନ୍ଦକା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୪ଶହ ଲିଟର ରନ୍ଧାମଦ ଜବତ, ୨ ଗିରଫ

କଟକ ରୋଡ, ୧୫।୧୧(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ଓ ମୋବାଇଲ ସ୍କ୍ବାର୍ଡ ଶୁକ୍ରବାର ରାଜଧାନୀର ଚନ୍ଦକା ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୨ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଛବି ଦେହୁରୀ ଏବଂ...

ଯୁବନେତାଙ୍କୁ ନୂଆ ଦାୟିତ୍ୱ: ପ୍ରଣବଙ୍କୁ ସଂଗଠନ, ସଞ୍ଜୟଙ୍କୁ ମୁଖ୍ୟାଳୟ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦଳର ଯୁବନେତାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ(ସଂଗଠନ) ଏବଂ ପୂର୍ବତନ ମନ୍ତ୍ରୀ...

ଦାବି ମାନିଲେନି ବାଚସ୍ପତି: ମୁହଁରେ କଳା କପଡ଼ା ଗୁଡ଼ାଇ ପ୍ରତିବାଦ କଲା ଭାଜପା

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ନାରୀ ନିର୍ଯାତନା ମୋସନକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗତ ଦୁଇ ଦିନ ଧରି ଭାଜପାର ସଦସ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରିବା ସହ ଗୃହକାର୍ଯ୍ୟରେ ସାମିଲ ହୋଇନାହାନ୍ତି। ଗତ ବୁଧବାର ଓ ଗୁରୁବାର ଦୁଇଦିନ ଦାବି ନେଇ ବିଧାନସଭାରେ...

ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସମ୍ବନ୍ଧରେ ପ୍ରକାଶିତ ଖବରକୁ ନେଇ ବିଧାନସଭାରେ ଉଦ୍‌ବେଗ: ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ କହିଲା କଂଗ୍ରେସ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମଗ୍ର ଦେଶରେ ପାଳିତ ହୋଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୀବନୀକୁ ନେଇ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୁସ୍ତିକା ପ୍ରକାଶ କରାଯାଇଛି। ସେଥିରେ ମହାତ୍ମା ଗାନ୍ଧୀଙ୍କ...

ପିଇଓ ସ୍ମିତାରାଣୀଙ୍କ ହତ୍ୟା ଘଟଣାକୁ ଆତ୍ମହତ୍ୟା ବୋଲି କହି ମନ୍ତ୍ରୀ ଷଡ଼ଯନ୍ତ୍ରରେ ମୋହର ମାରିଛନ୍ତି: ଭାଜପା

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଯାଜପୁର ଜିଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି ଗୁରୁବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ କହିବାକୁ ନେଇ ପୁଣି ରାଜନୀତି ସରଗରମ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରି ଭାଜପା...

କେନ୍ଦ୍ର, ରାଜ୍ୟ ବିରୋଧରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ ୨୩ରେ ରାଜଧାନୀରେ ପ୍ରତିବାଦ ସଭା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): କଂଗ୍ରେସ ସଂଗଠନକୁ ଜିଲାସ୍ତରରେ କ୍ରିୟାଶୀଳ କରିବାକୁ ପିସିସି(ପ୍ରଦେଶ କଂଗ୍ରେସ କମିଟି) ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲା କଂଗ୍ରେସ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି।...

ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌ ଆଜି ସନ୍ଧ୍ୟାରେ ରାଜ୍ୟ ଅଧିକାରୀଙ୍କ ସହ ବୈଠକ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ୬ଟି ଜିଲାରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି। ବାତ୍ୟାରେ ରାଜ୍ୟରେ କ୍ଷୟକ୍ଷତି ଆକଳନ ସକାଶେ କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟ ଟିମ୍‌ ଓଡିଶା ଗସ୍ତରେ ଆସିଛନ୍ତି। ବାତ୍ୟାର ସପ୍ତାହେ ପରେ କେନ୍ଦ୍ରରୁ ଆସିଥିବା ୭ଜଣିଆ...

‘ମୋ ସ୍କୁଲ ମୋବାଇଲ ଆପ୍‌’ ଉନ୍ମୋଚିତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ‘ମୋ ସ୍କୁଲ’ ଅଭିଯାନକୁ ଦୁଇବର୍ଷ ପୂରିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ସ୍କୁଲ ମୋବାଇଲ ଆପ୍‌’ ସହ ‘କଫିଟେବୁଲ’...

କ୍ୟାପିଟାଲ ହସ୍ପିଟାଲ ପରିସରରେ ଜମୁଛି ଅଟୋ ଡ୍ରାଇଭରଙ୍କ ଆଡ୍ଡା : ବଢୁଛି ନାନା ସମସ୍ୟା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ପରିସରରେ ଆଡ୍ଡା ଜମାଉଥିବା ଅଟୋ ଓ ଏହାର ଚାଳକଙ୍କୁ ହଟାଇବା ଉଦ୍ୟମ ବିଫଳ ହୋଇଛି। ନାନା ସମସ୍ୟା ସୃଷ୍ଟି ହେବାରୁ ଶେଷରେ ଅଟୋ ଚାଳଚଳ ଓ ପାର୍କିଂ ଉପରେ ପୂରା ଅଙ୍କୁଶ ଲଗାଯାଇଛି। ହେଲେ ଗୁରୁବାର...

ଅସୁରକ୍ଷିତ ହୋଇପଡୁଛି ରାଜଧାନୀ: ବାର୍‌ରେ ପଶି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାତିର ରାଜଧାନୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ନିକଟରେ କେତେଜଣ ଦୁର୍ବୃତ୍ତ ବାର୍‌ରେ ପଶି ଆତଙ୍କ ଖେଳାଇବା ସହ ରାସ୍ତାରେ ବାର୍‌ ଡ୍ୟାନ୍ସରଙ୍କୁ ଅଟକାଇ ଲୁଟ୍‌ପାଟ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଆଉଏକ ଘଟଣା ଘଟିଛି। ୫ଜଣ...

ଖୋଲିଲା ବିଡିଏ ସିଟି ସେଣ୍ଟର: ଅନନ୍ୟ ଥିମ୍‌ ପାର୍କ କରିବ ବିଡିଏ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ଭୁବନେଶ୍ୱରର ଏକମାତ୍ର ଥିମ୍‌ ପାର୍କ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)କୁ ନେଇ ବହୁତ୍‌ କିଛି ଯୋଜନା ରହିଛି। ପାଖାପାଖି ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାର୍କକୁ ରାଜ୍ୟର ଏକ ଅନନ୍ୟ ଥିମ୍‌ ପାର୍କ କରିବାକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri