ମେଟ୍ରୋ

ଫନୀକୁ ନେଇ ନିର୍ମିତ ‘ମର୍ସି ଅଫ୍‌ ଗଡ୍‌’ : ଆମେରିକାରେ ୬ ପୁରସ୍କାର ଜିତିଲା ଅମର୍ତ୍ତ୍ୟଙ୍କ ଫିଲ୍ମ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଫିଲ୍ମ ନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ପୁଣିଥରେ ଓଡ଼ିଶା ଏବଂ ଓଡ଼ିଆ ଫିଲ୍ମକୁ ବିଶ୍ୱସ୍ତରୀୟ ମଞ୍ଚରେ ପହଞ୍ଚାଇଛନ୍ତି। ନିକଟରେ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଉପରେ ତାଙ୍କ ନିର୍ମିତ...

ଭାଗବତଙ୍କ ରାଷ୍ଟ୍ରବାଦ କଥାକୁ ନିରଞ୍ଜନଙ୍କ କଟାକ୍ଷ : ଭାଜପା କହିଲା ଯେମିତି ଚଷମା ପିନ୍ଧିଛନ୍ତି ସେମିତି ଦେଖାଯାଉଛି

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଆର୍‌ଏସ୍‌ଏସ୍‌ର ଅଖିଳ ଭାରତ କାର୍ଯ୍ୟକାରୀ ମଣ୍ଡଳ ବୈଠକ ପ୍ରଥମ ଥର ଲାଗି ଓଡିଶାରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ଯୋଗଦେବା ଲାଗି ଆର୍‌ଏସ୍‌ଏସ୍‌ ସର ସଂଘ ଚାଳକ...

ଖୋର୍ଦ୍ଧା-ନୟାଗଡ଼ ପାସେଞ୍ଜର ସମୟ ବଦଳିଲା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଖୋର୍ଦ୍ଧା-ନୟାଗଡ଼ ଚଳାଚଳ କରୁଥିବା ଦୁଇଟି ପାସେଞ୍ଜର ଟ୍ରେନର ସମୟ ସୂଚୀ ପରିବର୍ତ୍ତନ ହୋଇଛି। ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସ୍ପେଶାଲ ସେବା ଏକ୍ସପ୍ରେସର ଚଳାଚଳକୁ ଅଧିକ ସୁବିଧାଜନକ କରବା ଲାଗି ଏହି ସମୟ ସାରଣୀ ବଦଳାଯାଇଛି...

ଚୌଦ୍ୱାରରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଗୁରୁତର

ଚୌଦ୍ୱାର,୧୩ା୧୦(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଅଞ୍ଚଳରେ ରବିବାର ସକାଳେ ପୋଲିସ-ଅପରାଧୀ ମୁହଁାମୁହିଁ ହୋଇଛନ୍ତି। ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ବାଡ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଚାଉଳିଆଗଞ୍ଜ ଥାନା ଅଧୀନ ଅପର୍ଣ୍ଣା ନଗରର ଅଜୟ ସାହୁ ଓରଫ ଜିତୁ (୨୮) ଗୁରୁତର...

ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଭୁବନେଶ୍ବର ଭିଏସ୍‌ଏସ୍‌ ନଗରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଉଛନ୍ତି ଅବକାଶ ପାଇକରାୟ(୩୦)। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଶହୀଦନଗର...

ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗ: ସୁନ୍ଦରଗଡ଼ ସିଡିଏମ୍‌ଓ ନିଲମ୍ବିତ

ସୁନ୍ଦରଗଡ଼/ଭୁବନେଶ୍ୱର,୧୩।୧୦(ଡି.ଏନ୍‌.ଏ./ବ୍ୟୁରୋ): ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲଙ୍କୁ ରବିବାର ନିଲମ୍ବନ କରାଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ତାଙ୍କୁ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି।

ଲୋକସେବା ଭବନରେ ନିଆଁ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଲୋକସେବା ଭବନରେ ଥିବା ସାଧାରଣ ପ୍ରଶାସନ ବିଭାଗ ରେକର୍ଡ ରୁମ୍‌ରେ ଶନିବାର ଅଗ୍ନିକାଣ୍ଡ ଘଟିଥିଲା। ସକାଳ ପ୍ରାୟ ୭ଟାରେ କାର୍ଯ୍ୟାଳୟରୁ ନିଆଁ ସହ ଧୂଆଁ ବାହାରୁଥିବା ଦେଖି କେୟାରଟେକର ଅଗ୍ନିଶମ ବିଭାଗକୁ ଫୋନ୍‌ କରିଥିଲେ। ସଚିବାଳୟ ଅଗ୍ନିଶମ ବିଭାଗର...

ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ ଟାଇଟଲ ଜିତିଲେ ନିରଞ୍ଜନା

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ବିଶ୍ୱର ଜଣାଶୁଣା ବିଉଟି ପାଜେଣ୍ଟ୍‌ ‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଚାର୍ମିଂ ଫେସ୍‌’ର ଚଳିତ ବର୍ଷ ୩ୟ ସଂସ୍କରଣ ଅନୁଷ୍ଠିତ ହେଉଥିବାବେଳେ ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ ଚୟନ କରାଯାଇଛି। କଟକର ୨୧ବର୍ଷୀୟା ନାଗଜା ନିରଞ୍ଜନା ଇଣ୍ଡିଆସ୍‌ ଚାର୍ମିଂ...

ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଁସାଥୀ: ପ୍ରତିଶ୍ରୁତି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ବାବଦରେ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଁସାଥୀ। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଦାବି ପୂରଣ ନ ହେଲେ ଆସନ୍ତା ନଭେମ୍ବର ୪ରେ ୫୦ହଜାରରୁ ଊର୍ଦ୍ଧ୍ୱ ଗାଁସାଥୀ ଏକାଠି ହୋଇ ବିଧାନସଭା ସମ୍ମୁଖରେ...

ଗଣଶିକ୍ଷା ବିଭାଗର ‘ଜିରୋ ଏଫ୍‌’ ମିଶନ:ଛୁଟିଦିନରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବେ ଶିକ୍ଷକ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଫେଲ୍‌ ହାର କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଛି। ଏଥିପାଇଁ ‘ଜିରୋ ଏଫ୍‌’ ମିଶନ ଆରମ୍ଭ କରିଛି। ପ୍ରଥମେ କଟକ ଜିଲାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନିଆଯାଇଛି। ଛୁଟିଦିନଗୁଡ଼ିକରେ ମଧ୍ୟ...

୧୪ରୁ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ ବଜାର(ଓଟିବି)ର ତୃତୀୟ ସଂସ୍କରଣ ଆୟୋଜିତ ହେବ। ଅକ୍ଟୋବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟ୍ରାଭେଲ ବଜାର ଦେଶ ବାହାରେ ଓଡ଼ିଶା ପର୍ଯ୍ୟଟନର...

ବିଜେପୁର: ପ୍ରସଙ୍ଗ ନୁହେଁ, ପତିଆରା ରାଜନୀତି

ବିଜେପୁର,୧୩।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଅଛି। ଦେଢ଼ବର୍ଷ ମଧ୍ୟରେ ତୃତୀୟଥର ନିର୍ବାଚନ ଦେଖୁଛନ୍ତି ବିଜେପୁର ଭୋଟର। ଲଗାତର ନିର୍ବାଚନ ଫଳରେ ପୂର୍ବ ସରଗରମ ଏତେଟା ଦେଖିବାକୁ ମିଳୁ ନ ଥିଲେ ସୁଦ୍ଧା ଆଉ ଦିନେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri