ମେଟ୍ରୋ

୧୮ରେ ଏଲ୍‌ଆଇସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ

କଟକ ଅଫିସ,୧୬।୭: ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ଅଧ୍ୟକ୍ଷ ଏମ୍‌.ଆର୍‌ କୁମାର ଚଳିତ ମାସ ୧୮ରେ ଓଡିଶା ଆସୁଛନ୍ତି। ଏହି ଅବସରରେ ତାଙ୍କୁ ଏଲ୍‌ଆଇସି କଟକ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି କରାଯାଇଥିବା ବରିଷ୍ଠ...

ରାଜ୍ୟ ଗାଇଡ୍‌ କମିଶନରଙ୍କ ବିଶ୍ୱ ଜାମ୍ବୋରୀରେ ଯୋଗଦାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ରାଜ୍ୟ ସଂସ୍ଥାର ସହକାରୀ ଗାଇଡ୍‌ କମିଶନର ଡ. ନମିତା ପଟ୍ଟନାୟକ ଉତ୍ତର ଆମେରିକାର ପଶ୍ଚିମ ଭର୍ଜିନିଆରେ ହେଉଥିବା ୨୪ତମ ବିଶ୍ୱ ସ୍କାଉଟସ୍‌ ଜାମ୍ବୋରୀରେ ଜଣେ ଆନ୍ତର୍ଜାତୀୟ ସେବାଦଳର ସଦସ୍ୟାଭାବେ ଯୋଗଦେବେ। ଓଡ଼ିିଶାରୁ ପ୍ରତିନିଧିତ୍ୱ...

ଶ୍ରୀଜଗନ୍ନାଥଙ୍କ ପ୍ରସ୍ଥାନ, ପ୍ରତ୍ୟାବର୍ତ୍ତନ ନାହିଁ: ଗବେଷକ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ପ୍ରଭୁ ଶ୍ରୀଜଗନ୍ନାଥ ମାନବସମାଜକୁ ସଂସ୍କାରିତ ଜୀବନର ବାର୍ତ୍ତା ଦେଇଥାନ୍ତି। ଦେବତା ହୋଇ ମଧ୍ୟ ମାନବସମାଜର ଧର୍ମ, କର୍ମ, କର୍ତ୍ତବ୍ୟ ଓ ପରିପାଳନର ସନ୍ଦେଶ ଦିଅନ୍ତି। ତାଙ୍କର ରୀତିନୀତି, ପୂଜା-ପରମ୍ପରାରେ ମାନବୀୟ ଲାଳାଖେଳାର ଚିତ୍ର ପ୍ରକାଶ ପାଇଥାଏ। ସେଥିପାଇଁ ସେ...

ବଙ୍ଗଳା ଫିଲ୍ମରେ ‘ରଙ୍ଗବତୀ’

ଭୁବନେଶ୍ୱର,୧୬।୭(ବ୍ୟୁରୋ): ହିନ୍ଦୀ ପରେ ବଙ୍ଗଳା ସିନେମାରେ ସ୍ଥାନ ପାଇଛି ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ। ୭୦ ଦଶକର ପ୍ରସିଦ୍ଧ ଏହି ଗୀତକୁ ଶ୍ରୋତାମାନେ ତେଲୁଗୁ ଓ ହିନ୍ଦୀ ଭାଷାରେ ଶୁଣିବା ପରେ ଏବେ ବଙ୍ଗଳା ଭାଷାରେ ଶୁଣିବାର ଅବସର ପାଇବେ।...

ଭିଜିଲାନ୍ସ ଜାଲରେ ୯ ଆଇଏଏସ୍‌, ୨୨୭ ଓଏଏସ୍‌

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ତଳୁ ଉପର ଯାଏ ଦୁର୍ନୀତି ଖୁନ୍ଦି ହୋଇ ରହିଛି। କେବଳ ତଳିଆ କର୍ମଚାରୀ ଯେ ହାତଗୁଞ୍ଜା ନେଉଛନ୍ତି ତାହା ନୁହେଁ, ବଡ଼ ବାବୁମାନେ ମଧ୍ୟ ଦୁର୍ନୀତିରୁ ଦୂରରେ ନାହାନ୍ତି। ବିଜେଡି ସରକାର ପ୍ରଶାସନିକ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଆସୁଥିବା...

ବିଧାନସଭା ପ୍ରଶ୍ନୋତ୍ତର: ସରକାରୀ କର୍ମଚାରୀଙ୍କ ଦରମା, ପେନ୍‌ସନ ୩୮,୮୦୦ କୋଟି

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ସରକାରୀ କର୍ମଚାରୀଙ୍କ ଦରମା ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ୩୮ ହଜାର ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସରକାରୀ କର୍ମଚାରୀଙ୍କ ଦରମା ବାବଦରେ ୨୫ ହଜାର ୫୦୦ କୋଟି...

ଖର୍ଚ୍ଚ ଦାବି ଆଲୋଚନାରେ ସରକାରଙ୍କୁ ବିରୋଧ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚ ଦାବି ଉପରେ ସୋମବାର ଅପରାହ୍ନରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟ ଭାଗ ନେଇଥିଲେ। ବିରୋଧୀ ସଦସ୍ୟମାନେ...

ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳକୁ ନେଇ ଅଡୁଆ ପରିସ୍ଥିତି:କାର୍ଯ୍ୟକାରୀ ହେଲାନି ହାଇକୋର୍ଟ ଆଦେଶ

କଟକ ଅଫିସ,୧୬।୭: ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ୨୦୧୩ ଜାନୁୟାରୀ ୨୧ରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ନିମନ୍ତେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତଦନୁଯାୟୀ ସଂରକ୍ଷିତ...

କଟକ ସଭାରେ ଭାଜପାର ଗଣ୍ଡଗୋଳ ପ୍ରସଙ୍ଗ: ଜ୍ୟୋତିରଞ୍ଜନ, ଦେବାଶିଷ ଦଳରୁ ନିଲମ୍ବିତ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): କଟକ ନଗର ଭାଜପାର ଦୁଇଗୋଷ୍ଠୀ ମଧ୍ୟରେ ଗତ ରବିବାର ବିବାଦ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଟାଉନ ହଲଠାରେ ନଗର ଭାଜପାର ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଏକ ବୈଠକ ଚାଲିଥିଲା ବେଳେ ହଠାତ୍‌ ଦୁଇ ଗୋଷ୍ଠୀ ଧସ୍ତାଧସ୍ତି...

ଆଜି ୧୧ ଜିଲାରେ ଝଡ଼ତୋଫାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ମଙ୍ଗଳବାର ୧୧ ଜିଲାକୁ ଝଡ଼ତୋଫାନ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ଗଞ୍ଜାମ...

ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋଟ: ବୃକ୍ଷରୋପଣ ପାଇଁ ଆଉ ୩୨୯.୧୭ କୋଟି ଆବଶ୍ୟକ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତିର ମୁକାବିଲା ତଥା ସବୁଜୀକରଣ ପାଇଁ ବହୁ ମାତ୍ରାରେ ବୃକ୍ଷରୋପଣର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ସରକାର ବର୍ତ୍ତମାନ ବୃକ୍ଷରୋପଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ଏ...

କେନ୍ଦ୍ର ବଜେଟ ବିରୋଧରେ ଏଆଇଟିୟୁସିର ବିକ୍ଷୋଭ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): କେନ୍ଦ୍ର ସରକାର ତାଙ୍କ ବଜେଟରେ ଘରୋଇକରଣ ଓ କର୍ପୋରେଟଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ହେଲେ ୪୪ଟି ଶ୍ରମ ଆଇନ୍‌କୁ ୪ଟି କୋଡ୍‌ରେ ପରିବର୍ତ୍ତନ କରି ଶ୍ରମିକଙ୍କ ଅଧିକାରକୁ ଖର୍ବ କରିଛନ୍ତି। ଶ୍ରମିକଙ୍କ ପାଇଁ ବଜେଟରେ ସେପରି କିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri