ମେଟ୍ରୋ

ଆଜି ସୁନାବେଶ: ରତ୍ନ ଅଳଙ୍କାରରେ ଝଲସିବେ ଦାରୁବିଗ୍ରହ

ପୁରୀ ଅଫିସ, ୧୩।୭: ଆଷାଢ ଶୁକ୍ଳ ଦ୍ୱାଦଶୀ ଶନିବାର ଏହିଦିନ ସୁନାବେଶ ଓ ଶ୍ରୀଗରୁଡ଼ ଶୟନ ନୀତି। ପବିତ୍ର ତିଥିରେ ରଥାରୂଢ ଦାରୁବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ...

ରଥ ଉପରେ ସୁନାବେଶ ବଡ଼ତଢାଉ ସେବକଙ୍କ ଅନୁରୋଧରେ ହେଉଛି

ପୁରୀ ଅଫିସ, ୧୩।୭: ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କର ମାନବୀୟ ଲୀଳା ଭଳି ରାଜକୀୟ ଲୀଳା ମଧ୍ୟ ଅନୁଷ୍ଠିତ ହେଉଛି। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ତାଙ୍କର କେତେକ ରୀତିନୀତି, ବେଶ ଓ ଭୋଗ ଇତ୍ୟାଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ।...

ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ ନାରାୟଣଙ୍କୁ ଭେଟ କରାଇଲେ ଗଜପତି ମହାରାଜା

ପୁରୀ ଅଫିସ,୧୩।୭: ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେପଟେ ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ରହି ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ମା’ ଲକ୍ଷ୍ମୀ ଠାକୁରାଣୀ। ଏହି...

ଯୁବକଙ୍କ ଗୋଡ଼ରେ ମାଡ଼ିଗଲା ରଥ ବ୍ରେକ୍‌

ବାରଙ୍ଗ,୧୩।୭(ଡି.ଏନ୍‌.ଏ.):ବାରଙ୍ଗ ଅଞ୍ଚଳରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଚାଲୁଥିବା ବେଳେ ରଘୁନାଥପୁର ଗ୍ରାମମୁଣ୍ଡରେ ଏକ ଅଘଟଣ ଦେଖିବାକୁ ମିଳିଛି। ନନ୍ଦନକାନନ ଛକସ୍ଥିତ ଜଗନ୍ନାଥ ମନ୍ଦିରରୁ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତି ବିଜେମାନ ହୋଇ ରଘୁନାଥପୁର ଗ୍ରାମମୁଣ୍ଡ ମାଉସୀ ମା’ ମନ୍ଦିରକୁ ଆସିଥାନ୍ତି। ଶୁକ୍ରବାର...

ବିମାନବନ୍ଦର ପାର୍ଶ୍ୱରୁ ହଟିବ ଦୁଇ ବସ୍ତି

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସୀମାକୁ ଆହୁରି ବୃଦ୍ଧି କରାଯିବ। ହେଲେ ଏଥିପାଇଁ ବିମାନବନ୍ଦର ପାର୍ଶ୍ୱରେ ଥିବା ବସ୍ତି ବାଧକ ସାଜିଛି। ତେଣୁ ଉକ୍ତ ବସ୍ତିକୁ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ...

ଆନନ୍ଦ ବଜାରରେ ପଲିଥିନ୍‌ରେ ପ୍ରସାଦ

ପୁରୁଣା ଭୁବନେଶ୍ୱର,୧୩।୭(ଡି.ଏନ.ଏ.): ଭୁବନେଶ୍ୱରର ବିଭିନ୍ନ ଦୋକାନ ବଜାରରେ ବିଏମ୍‌ସି ପକ୍ଷରୁ ପଲିଥିନ ବ୍ୟବହାର ରେକିବାକୁ ଚଢାଉ ଜାରି ରହିଛି। ବହୁ ପରିମାଣରେ ପ୍ଲାଷ୍ଟିକ ଗ୍ଲାସ, ପଲିଥିନ ମଧ୍ୟ ଜବତ କରିଥିବା ଖବର ରହିଛି। ପ୍ଲାଷ୍ଟିକ ବ୍ୟବହାର ଯୋଗୁ ରାସାୟନିକ ପ୍ରଭାବରେ...

ତାରାତାରିଣୀ ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମଞ୍ଚେଶ୍ୱର ଥାନା ନିକଟରେ ଥିବା ତାରାତାରିଣୀ ହୋଟେଲରେ ଶୁକ୍ରବାର ହଠାତ୍‌ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ପୋଲିସ ଓ ହୋଟେଲ କର୍ମଚାରୀଙ୍କ ମିଳିତ ଉଦ୍ୟମ ଯୋଗୁ ଏକ ବଡ଼ ବିପଦ ଟଳିଯାଇଥିଲା। ସୂଚନା ମୁତବାକ,...

ରାଜଧାନୀରେ ବାହୁଡ଼ାଯାତ୍ରା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଶେଷ ହୋଇଛି ରାଜଧାନୀ ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା। ଆନନ୍ଦ ଉଲ୍ଲାସ ମଧ୍ୟରେ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କୁ ରଥରେ ବସାଇ ସ୍ବମନ୍ଦିରକୁ ନେଇଆସିଛନ୍ତି। ସକାଳ ପ୍ରାୟ ୪ଟା ୧୫ରେ ମଙ୍ଗଳଆଳତି ପରେ ୧୦ଟାରେ...

ବଡଦାଣ୍ଡରେ ଆକର୍ଷଣ ସାଜିଲେ ବିଭିନ୍ନ ବେଶଧାରୀ

ପୁରୀ ଅଫିସ, ୧୨ା୭: ବାହୁଡା ଯାତ୍ରାରେ କାଳିଆ ସାଆନ୍ତ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ପବିତ୍ର ଯାତ୍ରା ଲାଗି ଲୋକାରଣ୍ୟ ହୋଇଉଠିଥିଲା ବଡଦାଣ୍ଡ। ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ରଥ ସମ୍ମୁଖରେ ବିଭିନ୍ନ ବେଶଧାରୀମାନେ ନୃତ୍ୟ...

କଣାସରେ ୭୦ ଦିନ ଧରି ଡାକ ସେବା ଅଚଳ

କଣାସ, ୧୨।୭(ସ୍ବ.ପ୍ର.): କଣାସ ମୁଖ୍ୟ ପୋଷ୍ଟଅଫିସ୍‌ ୭୦ଦିନ ଧରି ଅଚଳ ହୋଇ ପଡିଛି। ଫଳରେ ପୋଷ୍ଟଅଫିସ୍‌ରେ ଟଙ୍କା ଜମା କରିବା, ଟଙ୍କା ଉଠାଇବା, ରେଜେଷ୍ଟ୍ରି ଚିଠି, ମନି ଅର୍ଡର ଆଦି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ...

‘ଗଣିତ କଳିକା’ କାର୍ଯ୍ୟକ୍ରମ ଆଉ ୨୮ଜିଲାକୁ ସମ୍ପ୍ରସାରିତ ହେବ: ଗଣଶିକ୍ଷା ବିଭାଗ ଓ ଅକ୍ଷରା ଫାଉଣ୍ଡେଶନ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅକ୍ଷରା ଫାଉଣ୍ଡେଶନ ସହଯୋଗରେ ‘ଗଣିତ କଳିକା’ କାର୍ଯ୍ୟକ୍ରମ ଆଉ ୨୮ଜିଲାକୁ ସମ୍ପ୍ରସାରିତ ହେବ। ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଗଣିତ ପାଠ୍ୟକ୍ରମରେ ଶ୍ରେଣୀ ଉପଯୋଗୀ ଦକ୍ଷତା ହାସଲ ପାଇଁ ପ୍ରଥମରୁ ପଞ୍ଚମ...

ଜାତୀୟ କୃମିନାଶକ ଦିବସ ପାଇଁ ସମନ୍ବୟ କମିଟି ବୈଠକ: ଅଗଷ୍ଟ ୮ରେ ପିଲାଙ୍କୁ ଦିଆଯିବ କୃମିନାଶକ ଔଷଧ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ): ମାଟିରୁ ଶରୀରକୁ କୃମି ସଂକ୍ରମଣ ହୋଇଥାଏ। ବିଶ୍ୱରେ ୨୪୧ ନିୟୁତରୁ ଅଧିକ ଶିଶୁ କୃମିଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଓଡ଼ିଶାରେ ପ୍ରାୟ ୩୬ ପ୍ରତିଶତ ଶିଶୁ ଏଥିରେ ପୀଡ଼ିତ। ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଅଗଷ୍ଟ ୮...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri