ମେଟ୍ରୋ

ରୁପା, ଷ୍ଟୋନ୍‌ ରାଖୀର ଚାହିଦା ବେଶି

କଟକ ଅଫିସ,୨।୮: ଭାଇ ଭଉଣୀଙ୍କର ସ୍ନେହ ସମ୍ପର୍କ ଓ ଭଲ ପାଇବାର ପର୍ବ ରାଖୀପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ଶୁଭମନାସୀ ଥାଏ ଓ ଭଉଣୀକୁ ସୁରକ୍ଷା ଦେବାକୁ ଭାଇ ପ୍ରତିଶ୍ରୁତି ଦିଏ। ଆମ ସଂସ୍କୃତି ଓ ପରମ୍ପରାର...

ଖତ ଖାଉଛି ୫୦ ସିଟିବସ୍‌, ଆଖିବୁଜି ବସିଛି ସିଏମ୍‌ସି

କଟକ ଅଫିସ,୨।୮: ସହରବାସୀଙ୍କ ଉତ୍ତମ ଯାତାୟାତ ପାଇଁ ଆରମ୍ଭ ହୋଇଥିଲା ସିଟିବସ୍‌ ସେବା। ମାତ୍ର କଟକ ମହାନଗର ନିଗମ (ସିଏମ୍‌ସି)ର ଆନ୍ତରିକତା ଅଭାବ ଯୋଗୁ ବିକାଶ ଭବନ ପରିସରରେ ଖତ ଖାଉଛି ୫୦ଟି ସିଟିବସ୍‌। ଗୋଟିଏ ପଟେ ସହରବାସୀ ସିଟିବସ୍‌...

ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ମିଳନୀ : ବିନା କାରଣରେ ଅଧ୍ୟାପକଙ୍କୁ କଲେଜ ଛାଡ଼ିବା ମନା

ଭୁବନେଶ୍ୱର, ୨।୮(ବ୍ୟୁରୋ) : ଏଣିକି ପାଠପଢା ସମୟରେ ଅଧ୍ୟାପକମାନେ ବିନା କାରଣରେ କଲେଜ ଛାଡ଼ି ଯାଇପାରିବେ ନାହିଁ। ଅଧିକାଂଶ ସମୟରେ ଅଧ୍ୟାପକମାନେ କାମ ବାହାନାରେ ଶିକ୍ଷାଦାନ ଛାଡ଼ି ବିଭିନ୍ନ ଦପ୍ତରକୁ ଯାଇଥାନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢା ବାଧାପ୍ରାପ୍ତ ହୋଇଥାଏ। ଏହି କାରଣରୁ...

ଯନ୍ତ୍ରୀଙ୍କ ଘରୁ ଚୋରି : ଟ୍ୟାକ୍ସି ମାଲିକ ଗିରଫ

ଭୁବନେଶ୍ୱର, ୨।୮(ବ୍ୟୁରୋ) : ନୟାପଲ୍ଲୀ ବେହେରାସାହିରେ ରହୁଥିବା ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ସୁନାଗହଣା ଓ ଟଙ୍କା ଚୋରି ଘଟଣାରେ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ଗୁରୁବାର ଭଦ୍ରକ ଜିଲା କୁଅଁାସ ଗ୍ରାମର ଟ୍ୟାକ୍ସି ମାଲିକ ରୂପେଶ କୁମାର ପ୍ରଧାନ(୩୨)ଙ୍କୁ...

ଦେଶୀ ମାଛରୁ ପ୍ରସ୍ତୁତ ହେବ ମୂଲ୍ୟଯୁକ୍ତ, ପୁଷ୍ଟିକର ଖାଦ୍ୟ

କଟକ ଅଫିସ, ୨।୮ : ଓଡ଼ିଶାରେ ମଧୁରଜଳ ମାଛର ଚାହିଦା ଅଧିକ ଥିବାବେଳେ ଛୋଟ ମାଛଗୁଡ଼ିକ ଅଧିକ ପୁଷ୍ଟିଯୁକ୍ତ ଓ ଅନ୍ୟାନ୍ୟ ଖାଦ୍ୟସାରରେ ପରିପୂର୍ଣ୍ଣ। ତେଣୁ ଏହାର ଉତ୍ପାଦନ ସହିତ ଏଥିରୁ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ କରି ବଜାରରେ ଉପଲବ୍ଧ କରିବା...

ସ୍ତନ୍ୟପାନ: ବଦଳୁଛି ଓଡ଼ିଶାର ଚିତ୍ର

ଭୁବନେଶ୍ୱର, ୨।୮(ବ୍ୟୁରୋ) : ବିଶ୍ୱର ଏକତୃତୀୟାଂଶ ଶିଶୁ ଅପପୁଷ୍ଟି ଯୋଗୁ ୫ ବର୍ଷ ହେବା ପୂର୍ବରୁ ଆଖି ବୁଜିଥାନ୍ତି। ସନ୍ତାନ ପ୍ରସବ ହେବାର ଏକଘଣ୍ଟା ମଧ୍ୟରେ ସ୍ତନ୍ୟପାନ ବା କୋଲୋଷ୍ଟ୍ରମ୍‌ ପାନ ଏବଂ ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା...

ରାଜ୍ୟର ୬ ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ

ଭୁବନେଶ୍ୱର,୨।୮(ବ୍ୟୁରୋ) : ରାଜ୍ୟର ୬ଟି ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ। ଏହି ବ୍ଲକଗୁଡିକ ହେଉଛି- ଭଦ୍ରକର ଚାନ୍ଦବାଲି, ଜଗତ୍‌ସିଂହପୁରର ଏରସମା, କେପଡ଼ାର ମହାକାଳପଡ଼ା, ମାର୍ଶାଘାଇ, ରାଜନଗର ଏବଂ ରାଜକନିକା। ୫ଟି ବ୍ଲକ ସେମିକ୍ରିଟିକାଲ(ଏକ୍ସଟ୍ରାସନ ୭୦%ରୁ ୯୦%) । ସେହିପରି ୪୪ଟି ଆପ୍ରୋଚିଙ୍ଗ୍‌...

ମିଶନ ଚନ୍ଦ୍ରୟାନ : ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଥିଲେ ବୈଜ୍ଞାନିକ

ପୁରୀ ଅଫିସ, ୨।୮ : ମିଶନ ଚନ୍ଦ୍ରୟାନ-୨ର ସଫଳତା ପଛରେ ରହିଛି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଉପଦେଶ। ମହାକାଶ ବିଜ୍ଞାନ ବୈଦିକ ଗଣିତ ଆଧାରରେ ଚାଲୁଛି। ତେଣୁ ଏହାକୁ କିପରି ଉପଯୋଗ କରାଯାଇପାରିବ ସେ...

ଆଗଭଳି ମିଳୁନି ତାଳପତ୍ର : ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବନ ଜୀବିକା, ନବକଳେବର ପାଇଁ ବି ଦେଖାଦେଇପାରେ ଅଭାବ

ପୁରୀ ଅଫିସ, ୨।୮ : ଦିନ ଥିଲା ତାଳପତ୍ର କାରିଗର ଭଲ ଦି ପଇସା ରୋଜଗାର କରୁଥିଲେ। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର କରୁଥିଲେ ଲୋକେ। ଘରେ ଘରେ ଚଟେଇ ଆଉ ତାଳପତ୍ରରେ ତିଆରି ପିଲାଙ୍କ ଖେଳଣାର...

ଶ୍ରୀମନ୍ଦିରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଗୋଇନ୍ଦା ରିପୋର୍ଟ ପରେ ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ, ୨।୮ : ଶ୍ରୀମନ୍ଦିର ଅସୁରକ୍ଷିତ। ଆତଙ୍କବାଦୀମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିପାରନ୍ତି। ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ଏମିତି ଏକ ରିପୋର୍ଟ ଗୁରୁବାର ପୁରୀ ଜିଲା ପ୍ରଶାସନ ନିକଟକୁ ଆସିଛି। ରିପୋର୍ଟ ପାଇବା ପରେ ପ୍ରଶାସନ ଓ...

ଖୁବ୍‌ଶୀଘ୍ର ଗଠନ ହେବ ଜିଲା ଯୋଜନା କମିଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଖୁବ୍‌ଶୀଘ୍ର ଜିଲା ଯୋଜନା କମିଟି ଗଠନ ହେବ। ନିର୍ବାଚନ ଥିବାରୁ ଏହା ବିଳମ୍ବ ହୋଇଥିଲା। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ...

୨୦୧୭ରୁ କେବିକେ ଯୋଜନା ବନ୍ଦ କରିଛି କେନ୍ଦ୍ର: ଏହି ଯୋଜନାରେ ରାଜ୍ୟ ସରକାର ପାଇଛନ୍ତି ୩୩୪୩. ୯୫ କୋଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲା ପାଇଁ କେନ୍ଦ୍ର ସରକାର ୧୯୯୮ରେ କେବିକେ ଯୋଜନା ଆରମ୍ଭ କରିଥିଲେ। ୨୦୧୭ରୁ ଏହି ଯୋଜନା ବନ୍ଦ ହୋଇଯାଇଛି। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ କେବିକେର ୮ଟି ଜିଲାରେ ବିଜୁ କେବିକେ ଯୋଜନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri