ମେଟ୍ରୋ

ଧୂଳିଝଡ଼ ସହ ବର୍ଷା: ୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟର ୯ ଜିଲାରେ ଶନିବାର ଧୂଳିଝଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉକ୍ତ ଜିଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,...

ଭଡ଼ାଘରୁ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାରସ୍ଥିତ ଏକ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ପୋଲିସ ଏକ ଗଳିତ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ନିଆଳି ଚାରିଛକ ଅଞ୍ଚଳର ବିଭୁପ୍ରସାଦ ମହାରଣା(୨୮)। ସୂଚନାଯୋଗ୍ୟ, ବିଭୁପ୍ରସାଦ ୨ ବର୍ଷ...

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଖୋର୍ଦ୍ଧା ଅଫିସ/ବାଲୁଗାଁ, ୧୫ା୬(ଡି.ଏନ୍‌.ଏ.): ବାଲୁଗାଁ ଥାନା ନାଭାଲ ଫାଣ୍ଡିର କୋଲକତା-ମାଡ୍ରାସ୍‌ ୧୬ ନଂ. ଜାତୀୟ ରାଜପଥର ସରନଈ ଓଭର ବ୍ରିଜ ତଳେ ଥିବା ଏକ ବଗିଚାରେ ଜଣେ ମହିଳାଙ୍କ ହାତଗୋଡ଼ା ବନ୍ଧା ଅର୍ଦ୍ଧଦଗ୍ଧ ମୃତଦେହ ଶନିବାର ପୂର୍ବାହ୍ନରେ ଉଦ୍ଧାର କରାଯାଇଛି।...

ଏସ୍‌ସିବିରେ ଶଢୁଛି ମୃତଦେହ

କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍‌ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେବେ ଏହି ଫ୍ରିଜର ଅଚଳ ହେବା ପଛରେ ଯେଉଁ ସବୁ କାରଣ...

ବେଆଇନ ରେଲଓ୍ବେ ଇ-ଟିକେଟ ବିକ୍ରି, ୩ ଗିରଫ

କଟକ ରୋଡ,୧୫ା୬(ଡି.ଏନ୍‌.ଏ.): ବେଆଇନ ଭାବେ ରେଳବାଇ ସଂରକ୍ଷିତ ଟିକଟ ବିକ୍ରି ଅଭିଯୋଗରେ ଭୁବନେଶ୍ୱର ଆରପିଏଫ (ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ) ଶୁକ୍ରବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ୍ୟାପିଟାଲ ଥାନା ଅଧୀନ ଅଶୋକନଗର ଅଞ୍ଚଳର...

ମାଓବାଦୀଙ୍କ ଗୁଳିରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ମାମଲା: ଏନ୍‌ଏଚ୍‌ଆର୍‌ସିଙ୍କୁ ରିପୋର୍ଟ ଦେଲେ କନ୍ଧମାଳ ଏସ୍‌ପି

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ୨୦୧୯ ନିର୍ବାଚନ ପରିଚାଳନା ପାଇଁ ବୁଥ୍‌କୁ ଯାଉଥିବାବେଳେ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟିଥିଲା। ସଂଯୁକ୍ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ପରିବାରର ଜଣଙ୍କୁ...

ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଲୁଟ୍‌

ବାଲିଅନ୍ତା,୧୫ା୬(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ପାହଳ ଫାଣ୍ଡି ଅଧୀନ ଫୁଲନଖରା-ନିଆଳୀ ମାଧବ ରାସ୍ତାର ନଖରାସ୍ଥିତ ଖାରବେଳ ଇଷ୍ଟେଟର ଏକ ନିଛାଟିଆ ସ୍ଥାନରୁ ଶୁକ୍ରବାର ଅପରାହ୍ନରେ ବଡଧରଣର ଡକାୟତି ହୋଇଛି। ୫ରୁ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨ ବ୍ୟାଙ୍କ କର୍ମଚାରୀଙ୍କଠାରୁ ପ୍ରାୟ...

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଦୋଳି, ପିଠା, ପାନର ପସରା

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ରସୁଲଗଡ଼ସ୍ଥିତ ଓଡ଼ିଶାର ବଡ଼ ମଲ୍‌ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ରଜ ମହୋତ୍ସବ ‘ଖୁସିର ରଜ’ ଆରମ୍ଭ ହୋଇଯାଇଛି। ରଜ ପାଇଁ ମଲ୍‌ରେ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ପୂରା ମଲ୍‌କୁ ଆଲୋକରେ ସୁସଜ୍ଜିତ କରାଯିବା ସହ ବିଭିନ୍ନ ପାରମ୍ପରିକ ସାମଗ୍ରୀ ପ୍ରଦର୍ଶିତ...

ତଳେ ଦଣ୍ଡା ଖଞ୍ଜାଗଲା, ସିଂହାସନ କାମ ଆରମ୍ଭ ଚାଲିଛି ଗରଗରା ଓ ନାହାକା କାଠ ହଣା

ପୁରୀ ଅଫିସ, ୧୫ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ। ତିିନି ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ରଥକାମ ଆଗେଇ ଚାଲିଛି। ଶ୍ରୀକ୍ଷେତ୍ର ଭଉଁରିରେ ତିନି ରଥର ଦୁଇଟି ଲେଖାଏଁ ଚକ ଅଖ ଡେରା ହୋଇଥିଲା। ବଳକା...

ଜୁନ୍‌ ୩୦ ସୁଦ୍ଧା ସବୁ ଗଁ।କୁ ବିଦ୍ୟୁତ୍‌

ପୁରୀ ଅଫିସ୍‌, ୧୫ା୬: ପୁରୀ ଜିଲାର ସବୁ ଅଞ୍ଚଳକୁ ଜୁନ୍‌ ୩୦ ତାରିଖ ସୁଦ୍ଧା ବିଜୁଳି ପହଞ୍ଚାଯିବ। ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀ ସହର ଓ ନିକଟବର୍ତ୍ତୀ ଅଞ୍ଚଳ ତଥା ଯାତ୍ରୀ ଆଶ୍ରୟସ୍ଥଳକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଇ ଦିଆଯିବ...

ଘରଭଙ୍ଗା ସହାୟତା: ୮୫୦ କ୍ଷତିଗ୍ରସ୍ତଙ୍କ ଖାତାକୁ ଗଲା ୨୫ ଲକ୍ଷ

ପୁରୀ ଅଫିସ, ୧୫ା୬: ବାତ୍ୟାରେ ପୁରୀ ଜିଲାରେ ବହୁ ଘର ସମ୍ପୂର୍ଣ୍ଣ ଓ ଆଉ କେତେକ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରଶାସନ ପକ୍ଷରୁ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରାଯିବା ପରେ ବିପନ୍ନଙ୍କ ପାଖକୁ ସହାୟତା ରାଶି ପ୍ରଦାନ ଆରମ୍ଭ...

ଇଣ୍ଡୋନେସିଆରୁ ଓଡ଼ିଆ ଛାତ୍ର ଉଦ୍ଧାର

ବ୍ରହ୍ମଗିରି, ୧୫ା୬(ଡି.ଏନ୍‌.ଏ.):ଚାକିରି ପ୍ରଲୋଭନ ଦେଖାଇ ଜଣେ ଓଡ଼ିଆ ଛାତ୍ରଙ୍କୁ ଇଣ୍ଡୋନେସିଆ ଡାକିନେଇଥିଲେ ଦଲାଲ। ସେଠାରେ ପହଞ୍ଚତ୍ବା ପରେ ଦଲାଲ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ସେଠାକାର ପୋଲିସ ଛାତ୍ରଙ୍କୁ ଗିରଫ କରିଥିଲା। ସେଠାରେ ୧୬ଦିନ ସଂଘର୍ଷ କରିବା ପରେ ଶେଷରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri