ମେଟ୍ରୋ

ଓଭରବ୍ରିଜ୍‌ ଉପରେ ଧକ୍କା ଦେଲା ଟ୍ରକ ୩୦ ଫୁଟ ତଳକୁ ଖସି ବାପ, ପୁଅ ମୃତ

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ଓଭରବ୍ରିଜ୍‌ ପାଲଟିଛି ଡେଥ୍‌ ଜୋନ୍‌। ଦୁର୍ଘଟଣା ନେଉଛି ବହୁ ଜୀବନ। ସୋମବାର ସକାଳେ ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଛକ ନିକଟ ଓଭରବ୍ରିଜ ଉପରେ ଆଉ ଏକ ଦୁର୍ଘଟଣା ଘଟିଛି।...

୪୩ ହଜାର ଗ୍ରାହକଙ୍କୁ ଦିଆଗଲାଣି ବିଦ୍ୟୁତ୍‌ ସଂଯୋଗରଥଯାତ୍ରା ପୂର୍ବରୁ ଜିଲାର ସବୁ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ

ପୁରୀ ଅଫିସ, ୨୭ା୫: ବାତ୍ୟାରେ ପୁରୀ ଜିଲାରେ ବିଦ୍ୟୁତ୍‌ ବିଭାଗର ସବୁଠୁ ଅଧିକ କ୍ଷତି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜିଲାର ଅନେକ ଅଞ୍ଚଳ ଅନ୍ଧାର ରହିଛି। ତଥାପି ୨,୦୦୦ରୁ ଊର୍ଦ୍ଧ୍ୱ ଲୋକ...

ଭିଜିଲାନ୍ସ ଜାଲରେ ଗୋପ ଥାନା ଅଧିକାରୀ

ଗୋପ, ୨୭।୫(ଡି.ଏନ୍‌.ଏ): ପୁରୀ ଜିଲା ଗୋପ ଥାନା ଅଧିକାରୀ ସୌମ୍ୟଚିତ୍‌ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ରେଞ୍ଜ ଡିଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ସହ...

୮,୯ରେ ଓଜେଇଇ କମ୍ପ୍ୟୁଟର ବେସ୍‌ଡ ପିଜି ପରୀକ୍ଷା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ଜୁନ୍‌ ୮ ଓ ୯ରେ ଓଜେଇଇର କମ୍ପ୍ୟୁଟର ବେସ୍‌ଡ ପିଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ଏହି ପରୀକ୍ଷା ହେବାକୁ ଯାଉଛି। ୮ ତାରିଖରେ ୩ଟି ଓ ୯ରେ ୨ଟି ସିଫ୍ଟରେ...

କାଠଯୋଡ଼ିରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା: ୨୧ ଘଣ୍ଟା ପରେ ମୃତଦେହ ଉଦ୍ଧାର

ନରାଜ/ବାରଙ୍ଗ, ୨୭।୫(ଡି.ଏନ୍‌.ଏ.): କଟକସ୍ଥିତ ନରାଜ ଆନିକଟ ପାଖ କାଠଯୋଡ଼ିରେ ବୁଡ଼ି ରବିବାର ମଧ୍ୟାହ୍ନରେ ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ସେ ହେଲେ ଝାଡ଼ଖଣ୍ଡର ବିକି କୁମାର(୨୨)। ପ୍ରକାଶ ଯେ, ବିକି ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା...

ବାପ-ପୁଅ ଦଳରେ ପରିଣତ ହୋଇଛି କଂଗ୍ରେସ : ନିରଞ୍ଜନଙ୍କ ଉପରେ ବର୍ଷିଲେ କାହ୍ନୁ

ଭୁବନେଶ୍ୱର,୨୭ା୫(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିବାପରେ ନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଦଳର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବହୁ ବରିଷ୍ଠ ନେତା ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି। କଂଗ୍ରେସର...

ଅଗ୍ନି ବିଭାଗ ପକ୍ଷରୁ ଚାଲିଛି ଯାଞ୍ଚ

କଟକ ଅଫିସ,୨୭ା୫ : ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିବିଭାଗ ପକ୍ଷରୁ କଟକରେ ଯାଞ୍ଚ ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ସହରର ଉପରୋକ୍ତ କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଉକ୍ତ ସେଣ୍ଟରଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍‌...

ଲିଫ୍ଟ ବେସ୍‌ରେ ନିଆଁ, ଦୌଡ଼ିଲେ କର୍ମଚାରୀ

ଭୁବନେଶ୍ୱର, ୨୭।୫ (ବ୍ୟୁରୋ): ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଏକ ଖବରକାଗଜ ସଂସ୍ଥା କାର୍ଯ୍ୟାଳୟର ଲିଫ୍ଟ ବେସ୍‌ରେ ରବିବାର ନିଆଁ ଲାଗିଯାଇଥିଲା। ଫଳରେ ଷଷ୍ଠ ମହଲା ପର୍ଯ୍ୟନ୍ତ ଧୂଆଁ ବ୍ୟାପିଯାଇଥିଲା। ଏହାଦେଖି କାର୍ଯ୍ୟାଳୟରେ ଆତଙ୍କ ଖେଳିଯାଇଥିଲା। କର୍ମଚାରୀମାନେ ଭୟଭୀତ ହୋଇପଡିବା ସହ ଚିତ୍କାର...

ଡାକ୍ତରଙ୍କ ଖାମଖିଆଲରୁ ଚାଲିଗଲା ଜୀବନ : ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ। ହେଲେ ଡାକ୍ତରଙ୍କ ଖାମଖିଆଲରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ଏହି ଘଟଣାକୁ ନେଇ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଏକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖିବାକୁ ମିିଳିଛି। ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମୃତ୍ୟୁ...

୨୯ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ : ପ୍ରଦର୍ଶନୀ ପଡ଼ିଆର ସୁରକ୍ଷା ଅନୁଧ୍ୟାନ କଲେ ଡିଜିପି

ଭୁବନେଶ୍ୱର, ୨୭।୫(ବ୍ୟୁରୋ:  ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ଆସନ୍ତା ୨୯ ତାରିଖରେ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆ...

ପୁଣି ଘାରିଲା ପୋଲିସର ପୁରୁଣା ଚୌକି ମୋହ : ନେତା, ବରିଷ୍ଠ ଅଧିକାରୀଙ୍କ ନିକଟରେ ଚାଲିଲାଣି ଲବି

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁହେବା ପୂର୍ବରୁ ରାଜଧାନୀରେ ଦୀର୍ଘଦିନ ଧରି ରହିଥିବା ଏକାଧିକ ପୋଲିସ ଅଧିକାରୀଙ୍କ ବଦଳି ହୋଇଥିଲା। ଅନେକଙ୍କୁ ଜିଲାପାର ବଦଳି କରାଯାଇଥିବାବେଳେ ଅଧିକାଂଶ ଏସିପି ଓ ଇନ୍ସପେକ୍ଟରଙ୍କୁ ଭୁବନେଶ୍ୱର ଓ କଟକ...

ଆଜି ଜେଇଇ ଆଡ୍‌ଭାନ୍ସ : ଓଡ଼ିଶାରୁ ପରୀକ୍ଷା ଦେବେ ୩,୨୬୧ ପରୀକ୍ଷାର୍ଥୀ

ଭୁବନେଶ୍ୱର,୨୭।୫(ବ୍ୟୁରୋ) : ସୋମବାର ସମଗ୍ର ଦେଶରେ ଅନୁଷ୍ଠିତ ହେବ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା। ଦେଶର ସମସ୍ତ ଆଇଆଇଟି ସହ ଆଇଆଇଟି ଧାନବାଦ ତଥା ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ମାଇନ୍ସ(ଆଇଏସ୍‌ଏମ୍‌)ରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri