ମେଟ୍ରୋ

ମୌସୁମୀ ପୂର୍ବରୁ ସଫା ହେବ ସମସ୍ତ ଡ୍ରେନ୍‌ : ୨୩୦ ଶ୍ରମିକ ନିୟୋଜିତ, ୬୭ ଓ୍ବାର୍ଡରେ ବିଏମ୍‌ସି ପକ୍ଷରୁ ୨୫ ଘରୋଇ ଠିକା ସଂସ୍ଥାକୁ ଦାୟିତ୍ୱ

ଭୁବନେଶ୍ୱର,୨୭।୫(ବ୍ୟୁରୋ) : ଚଳିତବର୍ଷ ମୌସୁମୀ ଆସିବା ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ମୁଖ୍ୟ ଓ ସବ୍‌ ଡ୍ରେନ୍‌ ସଫା କରାଯିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗତ ୨୪ତାରିଖରୁ ମୁଖ୍ୟ ୧୦ ଡ୍ରେନ୍‌ର...

ରେକର୍ଡ ଭାଙ୍ଗୁଛି ତାତି: ଆହୁରି ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୬।୫(ବ୍ୟୁରୋ)-ଚଳିତବର୍ଷ ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର ଦୁଇ ସହରର ତାପମାତ୍ରା ୪୬ଡିଗ୍ରୀ ଟପିଥିବା ବେଳେ ରବିବାର ତାଳଚେର ସର୍ବାଧିକ ଉତ୍ତପ୍ତ...

କାଠଯୋଡିରେ ବୁଡି ଘରୋଇ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ବାରଙ୍ଗ,୨୬ା୫(ଡି.ଏନ୍‌.ଏ.): କଟକସ୍ଥିତ ନରାଜ ଆନିକଟ ପାଖ କାଠଯୋଡିରେ ବୁଡି ରବିବାର ମଧ୍ୟାହ୍ନରେ ଜଣେ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ନିଖୋଜ ଅଛନ୍ତି। ସେ ହେଉଛନ୍ତି ଝାଡଖଣ୍ଡର ବିକି କୁମାର (୨୨)। ସୂଚନାଯୋଗ୍ୟ, ବିକି ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ପାଖରେ...

ବିଜେଡି ବିଧାୟକ ଦଳ ନେତା ହେଲେ ନବୀନ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ରବିବାର ବସିଥିବା ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ନବୀନଙ୍କୁ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ଦଳର ବରିଷ୍ଠ ନେତା ବିକ୍ରମ...

ନିର୍ବାଚନୀ ପରବର୍ତ୍ତୀ ହିଂସା : ବୋମାମାଡ଼, ୬ ଆହତ

ବ୍ରହ୍ମଗିରି,୨୬ା୫(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ନିର୍ବାଚନରେ ହାରଜିତ୍‌କୁ କେନ୍ଦ୍ର କରି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଭାଟପଡ଼ା ଗ୍ରାମରେ ଘନଘନ ବୋମାମାଡ଼ରେ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁରୀ ସଦର...

ପୁରୀରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ

ପୁରୀ ଅଫିସ, ୨୬।୫: ବାତ୍ୟା ଫନୀରେ ପୁରୀ ଜିଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ପୁରୀରେ ପହଞ୍ଚିଛନ୍ତି ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ। ରବିବାର ପୂର୍ବାହ୍ନରେ ସର୍କିଟ ହାଉସ୍‌ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ପ୍ରତିନିଧି ଦଳ ଯୋଗଦେଇ ବିଭିନ୍ନ ବିିଭାଗର...

ଭାଜପା ସଂଖ୍ୟାଗରିଷ୍ଠତା ହାସଲ ପରେ ମୋଦି ଫ୍ୟାନଙ୍କ ୨୪୦ କି.ମି.ସାଇକେଲ ଯାତ୍ରା: ମହାପ୍ରଭୁଙ୍କ ଦର୍ଶନ କରିି ପୂରଣ କଲେ ମାନସିକ

ପୁରୀ ଅଫିସ,୨୬।୫: ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ବିପୁଳ ଜନ ସମର୍ଥନ ହାସଲ କରିଛନ୍ତି । ଦ୍ୱିତୀୟ ଥରଲାଗି ସେ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏନେଇ ଦେଶସାରା ଉତ୍ସାହର ମାହୋଲ ରହିଛି । କିଏ ବାଣ ଫୁଟାଇ ବିଜୟ...

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୦ ଗୋରୁ ମୃତ

ଖୋର୍ଦ୍ଧା ଅଫିସ,୨୬।୫: ଖୋର୍ଦ୍ଧା ଟାଉନ ଅଧୀନ ତରତୁଆ ନିକଟତବର୍ତ୍ତୀ ଚିଙ୍ଗୁଡ଼ି ଝରଠାରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇଟି ଗାଡିର ଡ୍ରାଇଭର ଗୁରୁତର ହୋଇଥିବା ସହ ୧୦ ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛିl ସୂଚନା ଅନୁଯାୟୀ ରବିବାର...

ପୁରୀ ଜିଲା: ଭୋଟରଙ୍କ ପସନ୍ଦଯୋଗ୍ୟ ନ ଥିଲେ ପ୍ରାର୍ଥୀ, ନୋଟାକୁ ଯାଇଛି ୪,୯୮୩ ଭୋଟ

ପୁରୀ ଅଫିସ, ୨୬ା୫: ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକଙ୍କ ଭୋଟ ଦେବାର ଅଧିକାର ରହିଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଯଦି ଭୋଟରଙ୍କ ପସନ୍ଦଯୋଗ୍ୟ ନୁହନ୍ତି ତାହେଲେ ତାଙ୍କ ପାଇଁ ନୋଟା (ନନ୍‌ ଅଫ୍‌ ଦ ଏବଭ)ବଟନ ଅପ୍‌ସନ...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ: ବିନା ବ୍ୟାଟେରି, ବିଦ୍ୟୁତ୍‌ରେ ବାଜୁଛି ରେଡିଓ

ପୁରୀ ଅଫିସ,୨୬ା୫: ବର୍ତ୍ତମାନ ରେଡିଓର ଆଉ ଚାହିଦା ନାହିଁ। ଟିଭି, ମୋବାଇଲ ଯୁଗରେ ରେଡିିଓ ଏକପ୍ରକାର ଅଦରକାରୀ ହୋଇପଡ଼ିଛି। ହେଲେ ଏମିତି ଅଲୋଡ଼ା ପଡିଥିବା ଏକ ରେଡ଼ିଓରେ ଦେଖିବାକୁ ମିଳିଛି ଚମତ୍କାରିତା। ବିନା ବ୍ୟାଟେରି ଏବଂ ବିଦ୍ୟୁତ୍‌ରେ ବାଜୁଛି ରେଡିିଓ...

ସାମ୍ବାଦିକ ରାମହରି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ବରିଷ୍ଠ ତଥା ଜଣାଶୁଣା ସାମ୍ବାଦିକ ରାମହରି ମିଶ୍ରଙ୍କ ଶନିବାର ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ କ୍ଲିନିକରେ ସେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ। ଏକ ଗଣମାଧ୍ୟମ...

ଇଏମ୍‌ସିଏଲ୍‌+ ସ୍କଲାରଶିପ୍‌ ପାଇଲେ ଓଡ଼ିଶା ଛାତ୍ରୀ ସ୍ବସ୍ତିକା

ଭୁବନେଶ୍ୱର,୨୬।୫(ବ୍ୟୁରୋ)-  ୟୁନିଭର୍ସିଟି ଅଫ୍‌ ଗ୍ରନିଙ୍ଗ୍‌ଜେନ୍‌ ତରଫରୁ ପ୍ରଦାନ କରାଯାଉଥିବା ୟୁରୋପିଆନ୍‌ ମାଷ୍ଟର୍ସ ଇନ୍‌ କ୍ଲିନିକାଲ୍‌ ଲିଙ୍ଗୁଇଷ୍ଟିକ୍‌(ଇଏମ୍‌ସିଏଲ୍‌+) ପ୍ରୋଗ୍ରାମ ସ୍କଲାରଶିପ୍‌ ପାଇବାକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ସ୍ବସ୍ତିକା ଭଟ୍ଟାଚାର୍ଯ୍ୟ। କ୍ଲିନିକାଲ ଲିଙ୍ଗୁଇଷ୍ଟିକ୍‌ କ୍ଷେତ୍ରରେ ଦିଆଯାଉଥିବା ଏହି ଦୁଇବର୍ଷିଆ ଇଣ୍ଟରନ୍ୟାଶନାଲ ରିସର୍ଚ୍ଚ ସ୍କଲାରଶିପ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri