ମେଟ୍ରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଜେଲ୍‌ ଗଲେ ସେସୁ ଅଧିକାରୀ

କଟକ ଅଫିସ, ୪ା୭: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ପାରାଦୀପ ଡିଭିଜନ ଦାୟିତ୍ୱରେ ଥିବା କନିଷ୍ଠ ପରିଚାଳକ (ଅର୍ଥ) ଧନେଶ୍ୱର ସାହୁ ଜେଲ୍‌ ଯାଇଛନ୍ତି। ଭିଜିଲାନ୍ସ ସେଲ୍‌ ପକ୍ଷରୁ ସାହୁଙ୍କୁ ବୁଧବାର ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ...

ଡେଙ୍ଗୁ: ସହରବାସୀ ଆତଙ୍କିତ

କଟକ ଅଫିସ, ୪ା୭: କଟକ ସହରରେ ଜଣ୍ଡିସ ପରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ସହରରେ ବିଶୁଦ୍ଧ ପାନୀୟଜଳର ଅଭାବ ଓ ବିପର୍ଯ୍ୟୟ ପରିମଳ ବ୍ୟବସ୍ଥା ଯୋଗୁ ବିଭିନ୍ନ ସମୟରେ ସଂକ୍ରାମକ...

ବୃଦ୍ଧାଙ୍କଠାରୁ ୪ ଲକ୍ଷ ଠକେଇ: ସମ୍ପର୍କୀୟ ଗିରଫ

କଟକ ଅଫିସ,୪ା୭: ବୃଦ୍ଧାଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ମର୍କତନଗର ପୋଲିସ ବୁଧବାର ଜଣେ ସମ୍ପର୍କୀୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳର ଅମର ନନ୍ଦ(୫୭)।...

ପ୍ରସ୍ତୁତି ଶେଷ, ଆଜି ରଥଯାତ୍ରା

କଟକ ଅଫିସ,୪ା୭: ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭାଇଚାରାର ସହର କଟକରେ ରଥଯାତ୍ରା ଆନନ୍ଦଉଲ୍ଲାସରେ ପାଳନ କରାଯାଏ। ଏଥିପାଇଁ ସହରର ସମସ୍ତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅଧିକାଂଶ ସ୍ଥାନରେ ସହର ବାହାରୁ କାରିଗରମାନେ ଆସି...

ଯୁକ୍ତ୨ ନାମଲେଖା ଆରମ୍ଭ: ୨୯ରେ ପ୍ରଥମବର୍ଷ ପାଠ ପଢ଼ା

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଯୁକ୍ତ୨ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଛି। ଏଥର ଯୁକ୍ତ୨ ପ୍ରଥମବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରୀଛାତ୍ର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରୀଛାତ୍ର ମନୋନୀତ...

ସିୱାଇଏସ୍‌ଡିର ବଜେଟ୍‌ ବ୍ୟବଚ୍ଛେଦ: ପୂର୍ବ ଘୋଷିତ ଯୋଜନା ପାଇଁ ସାମାଜିକ ବିକାଶକୁ ଅଣଦେଖା

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ଆର୍ଥତ୍କ ବର୍ଷର ରାଜ୍ୟ ବଜେଟ୍‌ ବ୍ୟୟବରାଦ ଗତ ବର୍ଷ ତୁଳନାରେ ୧୫.୭ ପ୍ରତିଶତ ବୃଦ୍ଧି ଘଟିଛି। ସେହି ଅନୁସାରେ ସାମାଜିକ କ୍ଷେତ୍ରର ବ୍ୟୟ ବରାଦ ମଧ୍ୟ ବଢିଛି। ମାତ୍ର କାଳିଆ, ପାର୍ବତୀ ଗିରି ବୃହତ୍‌ ଉଠା...

ପ୍ରଫେସର ଗୌରକିଶୋର ଦାସଙ୍କ ପରଲୋକ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ବିଶିଷ୍ଟ ଶିକ୍ଷାବିତ୍‌ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌରକିଶୋର ଦାସଙ୍କର ବୁଧବାର ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ପ୍ରଫେସର ଦାସ ଦିଲ୍ଲୀର ନୋଏଡ଼ାସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଗତ ୩ଦିନ ହେଲା...

ଈଶ୍ୱରଙ୍କ କଳାକୃତି: ୬୩୫ଟି ଦିଆସିଲି କାଠିରେ ନିର୍ମାଣ କଲେ ତିନି ରଥ, ଉଚ୍ଚତା ୩.୫ ଇଞ୍ଚ

ଭୁବନେଶ୍ୱର,୩।୭(ବ୍ୟୁରୋ): ଗୁରୁବାର ମହାପ୍ରଭୁଙ୍କ ଘୋଷଯାତ୍ରା। ଏହି ନବଦିନାତ୍ମକ ଯାତ୍ରା ପାଇଁ ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ପ୍ରତିଟି ଓଡ଼ିଆ ପ୍ରାଣର ଦେବତା ଜଗନ୍ନାଥଙ୍କର ଏହି ଯାତ୍ରାକୁ ନିଜ କଳାରେ ସ୍ଥାନ ଦେଇଛନ୍ତି ଜଟଣୀ ହାଟବଜାର ଗୋପିନାଥପୁର...

ଧାରଣାରେ ନ ବସି ଗାଡ଼ି ଚଳାଇବାରୁ ଆକ୍ରୋଶର ଶିକାର ହେଲେ ‘ଓଲା’ ଚାଳକ: ମହିଳା ଯାତ୍ରୀ ଥିବା ସତ୍ତ୍ୱେ ଗାଡ଼ି ଭଙ୍ଗାରୁଜା, ମାଡ଼ ମାରିବା ଅଭିଯୋଗ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଭିନ୍ନ ଦାବି ନେଇ ଗତ ୬ ଦିନ ଧରି ‘ଓଲା’ ଚାଳକମାନେ ଧାରଣାରେ ବସିଛନ୍ତି। ହେଲେ ଜଣେ ଚାଳକ ଏହାକୁ ସମର୍ଥନ ନ କରି ରୋଜଗାର କରିବା ଆଶାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଏପରି...

ରାଜଭବନ ୟୁ.ପି. ସ୍କୁଲରେ ବନ ମହୋତ୍ସବ: ସମସ୍ତ ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସ୍ଥାନୀୟ ରାଜଭବନ ୟୁ.ପି. ସ୍କୁଲରେ ବୁଧବାର ରାଜ୍ୟସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ...

କୁଶଭଦ୍ରା ନଦୀରେ ବୁଡ଼ି ଜଣଙ୍କ ଜୀବନ ଗଲା

ଗୋପ,୩।୭(ଡି.ଏନ୍‌.ଏ.): କୁଶଭଦ୍ରା ନଦୀରେ ବୁଡ଼ି ବୁଧବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୀ ଜିଲା ଗୋପ ଥାନା ଅଧୀନ ବାଲିସାହି ଗ୍ରାମର କାଶୀନାଥ ବେହେରା (୬୦)। ସୂଚନାଯୋଗ୍ୟ, କାଶୀନାଥ ସବୁ ଦିନ ଭଳି ମଇଁଷି ଚରାଇବା ଲାଗି...

ନାଡ୍‌ ଜାତୀୟ ସମୀକ୍ଷା ବୈଠକ: ୟୁଜିସି ଦ୍ୱାରା ମନୋନୀତ ହେଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନାଡ୍‌(ଜାତୀୟ ପାଠ୍ୟକ୍ରମ ପୈଠଗୃହ)ର ଜାତୀୟ ସମୀକ୍ଷା ବୈଠକ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏହାକୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କେନ୍ଦ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରାଳୟ ତଥା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri