ମେଟ୍ରୋ

ରଜ ପରେ ବାହାରିକ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ। ୧୭ କିମ୍ବା ୧୮ ତାରିଖ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...

ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜୁରାଟ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ (ବାୟୁ) ଗୁଜୁରାଟଆଡ଼କୁ ମୁହାଁଇଛି। ଗୁରୁବାର ପୂର୍ବାହ୍ନ ସୁଧା ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟାକୁ କିପରି ମୁକାବିଲା କରାଯିବ ଏବଂ ଧନଜୀବନକୁ କିପରି ସୁରକ୍ଷିତ ରଖାଯାଇପାରିବ...

ବେଢ଼ାମଜୁରୀ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ

ପୁରୀ ଅଫିସ, ୧୨।୬: ଜୁଲାଇ ୪ ତାରିଖରେ ରଥଯାତ୍ରା। ଏଥିପାଇଁ ରଥ ଖଳାରେ ୩ ରଥର ନିର୍ମାଣ କାମ ଜାରିରହିଛି। ରଥଯାତ୍ରାକୁ ଆଉ ମାତ୍ର ୨୨ ଦିନ ଥିବାବେଳେ ଧାର୍ଯ୍ୟ ସମୟ ପୂର୍ବରୁ ରଥ ନିର୍ମାଣ ଶେଷ ହେବା ନେଇ...

ସୁପରିଚାଳନା ଦ୍ୱାରା କଠିନ ବର୍ଜ୍ୟବସ୍ତୁ ସମ୍ପଦ ହେବ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କଠିନ ବର୍ଜ୍ୟବସ୍ତୁ ବର୍ତ୍ତମାନ ଜୀବଜଗତ ପାଇଁ ବଡ଼ ବିପଦ ସାଜିଛି। ଏଥିଯୋଗୁ ଜଳ, ବାୟୁ ଓ ପରିବେଶ ପ୍ରଦୂଷିତ ହେଉଛି। ଲୋକେ ଘାତକ ରୋଗର ଶିକାର ହେଉଛନ୍ତି। ଦେଶର ସହରାଞ୍ଚଳ ଅପେକ୍ଷା ଓ ଗ୍ରାମାଞ୍ଚଳରେ ଏହାର କୁପ୍ରଭାବ ଅଧିକ...

‘ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ’

ପୁରୀ ଅଫିସ, ୧୨ା୬: ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କୌଣସି ପ୍ରକାର କ୍ଷତି ହୋଇନାହିଁ। ସେହିପରି ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ମଧ୍ୟ ସୁରକ୍ଷିତ ଅଛି। ବାତ୍ୟାରେ ନୀଳଚକ୍ର ବଙ୍କା, ତେଢା ହୋଇ ଯାଇଥିବା ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା...

ଆସିବ ନୂଆ କୃଷି ନୀତି-୨୦୧୯

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ରାଜ୍ୟରେ କୃଷକମାନଙ୍କର ଆୟ ବୃଦ୍ଧି କରିବା ଏବଂ ବଜାର ସୁବିଧା କରିବା ସକାଶେ ରାଜ୍ୟ ସରକାର ଖୁବଶୀଘ୍ର ଓଡ଼ିଶା କୃଷି ନୀତି-୨୦୧୯ ଆଣିବାକୁ ଯାଉଛନ୍ତି। ଏ ନେଇ ଚିଠା ନୀତି ପ୍ରସ୍ତୁତି ଆରମ୍ଭ ହୋଇଛି। ମଙ୍ଗଳବାର ସଚିବାଳୟଠରେ ମୁଖ୍ୟ...

ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଲଗାତର ପଞ୍ଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରାଷ୍ଟ୍ରପତି କୋବିନ୍ଦଙ୍କ ସହ ନବୀନଙ୍କ ଏହା ପ୍ରଥମ ସାକ୍ଷାତ। ଦୁହିଁଙ୍କ ମଧ୍ୟରେ ହୋଇଥିବା...

ମୋଦିଙ୍କୁ ଭେଟିଲେ ନବୀନ: ସ୍ବତନ୍ତ୍ର ପାହ୍ୟା ଦାବି ଦୋହରାଇଲେ

ଭୁବନେଶ୍ୱର,୧୨।୬(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ସାକ୍ଷାତ୍‌ କରିଛନ୍ତି। ରାଜ୍ୟରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ପ୍ରଥମ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ମୋଦି ଦ୍ୱିତୀୟଥର କେନ୍ଦ୍ରରେ ସରକାର ଗଢ଼ିଥିବାରୁ...

ବିଚକ୍ଷଣ ସଂସଦୀୟ ତଥ୍ୟ

ଭୁବନେଶ୍ୱର, ୧୨।୬: home ଓଡିଶା ବିଧାନସଭାର ପ୍ରାୟ ୧ବର୍ଷ ଜୀବନକାଳ ଥିବା ସତ୍ତ୍ୱେ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ନିଷ୍ପତ୍ତି ନେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ବର୍ଷକ ଆଗରୁ ଗୃହର ମୁଖ୍ୟଭାବେ ବିଧାନସଭା ଭାଙ୍ଗି ଏକାସଙ୍ଗେ ଲୋକ...

ଏବର୍ଷ ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ହେବ ନାହିଁ। ପୂର୍ବ ବର୍ଷ ଭଳି ଘରୋଇ ଉପଭୋକ୍ତାମାନେ ବିଦ୍ୟୁତ୍‌ ଦେୟ ପଇଠ କରିବେ। ବିଦ୍ୟୁତ୍‌ ଉତ୍ପାଦନ ଓ ବଣ୍ଟନ କମ୍ପାନୀଗୁଡିକର ଶୁଳ୍କ ବୃଦ୍ଧି ଆବେଦନର ଶୁଣାଣି...

କେଉଁଠି ପାଳିବେ ରଜ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ପାଖେଇ ଆସିଛି ରଜ। ପୋଡ଼ପିଠାରୁ ଆରମ୍ଭ କରି ରଜ ପାନଖିଆ ଓ ରଜ ଦୋଳି ଖେଳ, ଯାହାର ଅପେକ୍ଷା ରହିଥାଏ ପ୍ରତି ଓଡ଼ିଆ ଘରେ। ପର୍ବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଗଁାଠୁ ସହର, ସବୁଠି ଆରମ୍ଭ ହୋଇଗଲାଣି ସଜବାଜ।...

ଗରମରେ ସିଝୁଛି ଓଡ଼ିଶା: ୧୫ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ସମଗ୍ର ରାଜ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି। ସତେ ଯେପରି ଆକାଶରୁ ଅଗ୍ନି ବର୍ଷୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରି ଦେଇଛି। ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ ତ୍ରାହି ତ୍ରାହି ଡାକୁଛନ୍ତି। ଖରା ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri