ମେଟ୍ରୋ

ଏସ୍‌ଏସ୍‌ବି ଅଧ୍ୟାପକ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ରାଜ୍ୟରେ ଥିବା ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ହୋଇଥିବା ଏସ୍‌ଏସ୍‌ବି ଅଧ୍ୟାପକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗ ଅଧୀନ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ବିଭିନ୍ନ...

ଚୂଡ଼ାନ୍ତ ପର୍ଯ୍ୟାୟ ପୁସ୍ତକ ତାଲିକା ପ୍ରକାଶ କରିବ କେନ୍ଦ୍ର ସାହିତ୍ୟ ଏକାଡେମୀ

ଭୁବନେଶ୍ୱର,୧୨।୬(ବ୍ୟୁରୋ)- କେନ୍ଦ୍ର ସାହିତ୍ୟ ଏକାଡେମୀ ଏଥର ଏକାଡେମୀ ପୁରସ୍କାର ଘୋଷଣା କରିବା ସହ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକ ଓ ଏହାର ଲେଖକମାନଙ୍କ ନାମ ତାଲିକା ପ୍ରକାଶ କରିବ। ଏ ନେଇ ଏକାଡେମୀ ସଚିବ କେ. ଶ୍ରୀନିବାସନ୍‌ ଲେଖିଥିବା ଏକ...

ମୋଦିଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦିଙ୍କୁ ନବୀନ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ସାକ୍ଷାତ ସମୟରେ ଓଡ଼ିଶାର ବିଭିନ୍ନ ଦାବି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।...

ରୋଗ ଯନ୍ତ୍ରଣା ସହି ନ ପାରି ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

ସାକ୍ଷୀଗୋପାଳ ୧୧।୬(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ସେଠୀ ସାହିର ପ୍ରସନ୍ନ କୁମାର ସେଠୀ(୩୬) ରୋଗ ଯନ୍ତ୍ରଣା ସହି ନ ପାରି ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ପ୍ରକାଶ ଯେ, ପ୍ରସନ୍ନ ଏକ ବିବାହ ଉତ୍ସବରେ ଯୋଗଦେବାକୁ ସୋମବାର...

ନେପାଳ ବସ୍‌ ଦୁର୍ଘଟଣା: ମଳିପଡ଼ାର ଜଣେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୧୧।୬: କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ନେପାଳରେ ଦୁଇ ତୀର୍ଥ ଯାତ୍ରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଓଡ଼ିଆ ତୀର୍ଥଯାତ୍ରୀ। ଏଥିରୁ ଜଣେ ଖୋର୍ଦ୍ଧା ଜିଲା ଖୋର୍ଦ୍ଧା ବ୍ଲକ କଁପୁର ପଞ୍ଚାୟତ ମଳିପଡ଼ା ଉପରସାହିର ଚରଣ ବିଶ୍ୱାଳ...

୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୧।୬: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସ୍ବପ୍ନେଶ୍ୱରସାହି ଉପରେ ମଙ୍ଗଳବାର କଟକ ଓ ଖୋର୍ଦ୍ଧା ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ କରାଯାଇ ୩୦ ଗ୍ର୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ...

ରଥଯାତ୍ରା ପାଇଁ ସବୁ ଚ୍ୟାନେଲକୁ ସିଧା ପ୍ରସାରଣ ଅନୁମତି

ପୁରୀ ଅଫିସ, ୧୧।୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ପ୍ରସାରଣ ପାଇଁ ଯେଉଁ କଟକଣା ଲାଗୁ କରିବାକୁ ଯୋଜନା କରାଯାଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସବୁ ଟିଭି ଚ୍ୟାନେଲମାନେ ଏହି ରଥଯାତ୍ରାକୁ ପ୍ରସାରଣ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି।...

ଘରଭଙ୍ଗା ସର୍ଭେରେ ଅନିୟମିତତା: କ୍ଷତିଗ୍ରସ୍ତଙ୍କ କଟକ ସଦର ବ୍ଲକ ସମ୍ମୁଖରେ ଧାରଣା

କଟକସଦର, ୧୧।୬(ଡି.ଏନ୍‌.ଏ.): ବାତ୍ୟା ପରିବର୍ତ୍ତୀ ଘରଭଙ୍ଗା ସର୍ଭେରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ମଙ୍ଗଳବାର ପରମହଂସ ପଞ୍ଚାୟତ ରଘୁନାଥପୁର ଗ୍ରାମବାସୀ କଟକ ସଦର ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି। ପକ୍କା ଘରଥିବା ଲୋକଙ୍କ ନାମ ଘର ଭଙ୍ଗା ତାଲିକାରେ ଥିବା ବେଳେ...

ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’ ଉଦ୍‌ଘାଟିତ

ଭୁବନେଶ୍ୱର, ୧୧ା୬(ବ୍ୟୁରୋ): ସମାଜରେ ବହୁ ଅସହାୟ ଓ ସୁବିଧାରୁ ବଞ୍ଚତ୍ତ ମହିଳା ରହିଛନ୍ତି, ଯେଉଁମାନଙ୍କୁ ରୋଜଗାର କରିବାକୁ ସୁଯୋଗ ତ ଛାଡ଼ ଖାଦ୍ୟ ବି ମିଳେନା। ଫଳରେ ସେମାନଙ୍କ ପାଇଁ ଜୀବନଧାରଣ କରିବା କଷ୍ଟସାଧ୍ୟ ହୋଇଯାଏ। ଏପରି ସ୍ଥିତିକୁ ଭୁବନେଶ୍ୱର...

ପରିଚାଳନା ବୈଠକ ଆରମ୍ଭ

ପୁରୀ ଅଫିସ, ୧୧।୬: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ନୀତି...

ଝରକା ତାଡ଼ି ଘରେ ପଶିଲେ ଦୁର୍ବୃତ୍ତ: ଟଙ୍କା, ସୁନା ଅଳଙ୍କାର ଚୋରି

ବାରଙ୍ଗ, ୧୧।୬(ଡି.ଏନ୍‌.ଏ.): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ସହଦେବ ସାମଲ ଏବଂ ଭଗବାନ ପୃଷ୍ଟିଙ୍କ ଘରୁ ଚୋରି ହୋଇଛି। ପରିବାର ଲୋକେ ରାତିରେ ଶୋଇଥିବା...

ଏସ୍‌ସିବି କାଜୁଆଲ୍‌ଟିରେ ନାହିଁ ପ୍ଲାଷ୍ଟର

କଟକ ଅଫିସ, ୧୧।୬: ଯେତେ ବ୍ୟବସ୍ଥା କଲେ ମଧ୍ୟ ଏସ୍‌ସିବି ମେଡ଼ିକାଲ କାଜୁଆଲ୍‌ଟି ଅବସ୍ଥା ସୁଧୁରୁନାହିଁ। ମେଡିକାଲର ମୁଖଶାଳା କୁହାଯାଉଥିବା କାଜୁଆଲ୍‌ଟିକୁ ନେଇ ଆଉ ଏକ ବଡ଼ଧରଣର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଯାହାକୁ ନେଇ ରବିବାର ରାତିରେ ରୋଗୀ ସମ୍ପର୍କୀୟମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri