ଜାତୀୟ

କଳ୍ପନା ଚାଓ୍ବଲାଙ୍କ ପିତାଙ୍କ ପରଲୋକ…

ଚଣ୍ଡିଗଡ଼,୩।୧୦ : ଭାରତର ପ୍ରଥମ ମହିଳା ମହାକାଶଚାରୀ ସ୍ବର୍ଗତ କଳ୍ପନା ଚାୱଲାଙ୍କ ପିତା ବନାରସୀ ଲାଲ ଚାୱଲାଙ୍କର ମଙ୍ଗଳବାର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ବନାରସୀ ଲାଲ ଚାୱଲାଙ୍କୁ ଚିକିତ୍ସା ଲାଗି ହରିୟାଣାର କର୍ନାଲର ଏକ ଘରୋଇ ଡାକ୍ତରଖାନାରେ...

ପ୍ରତିଶ୍ରୁତି ଦେଇ ହରଡ଼ଘଣାରେ ନୀତୀଶ: ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ନେଇ ଦାବି ତେଜିଲା…

ପାଟନା,୩।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ବିହାରର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଅନ୍ୟାନ୍ୟ ପଛୁଆ ବର୍ଗ ରାଜ୍ୟ ଜନସଂଖ୍ୟାର...

ସଂଖ୍ୟାଲଘୁ ସଂସ୍ଥାରେ ଏସସି/ଏସଟି- ଓବିସିଙ୍କ ପାଇଁ ସଂରକ୍ଷଣ ନାହିଁ: ହାଇକୋର୍ଟ…

ଚେନ୍ନାଇ,୩।୧୦ : ଧାର୍ମିକ ତଥା ଭାଷାଭାଷୀ ସଂଖ୍ୟାଲଘୁ ଗୋଷ୍ଠୀ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡିକ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରୀଛାତ୍ରମାନଙ୍କ ପାଇଁ ସଂରକ୍ଷଣ କୋଟା ଲାଗୁ କରିବା ବାଧ୍ୟତାମୂଳକ ନୁହେଁ...

ଜ୍ୟୋତିରାଦିତ୍ୟ ଜଣେ ଜମି ମାଫିଆ: କଂଗ୍ରେସ…

ଭୋପାଳ,୩।୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ମଧ୍ୟ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। କଂଗ୍ରେସର ବରିଷ୍ଠ ନେତା ଡ. ଗୋବିନ୍ଦ ସିଂ ଭାରତୀୟ ଜନତା ପାର୍ଟି ନେତା ତଥା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମ୍ପର୍କରେ...

ଗୁଜବରୁ ଦୂରେଇ ରୁହନ୍ତୁ: ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଉମାଙ୍କ ଉତ୍ତର…

ଭୋପାଳ,୩।୧୦ : ଭାଜପାର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ସିଏମ ଉମା ଭାରତୀ ନିଜର ଏକ ବିବୃତ୍ତି ସହିତ ଭାରତୀୟ ଜନତା ପାର୍ଟିର ସମସ୍ୟା ବଢ଼ାଇଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଉମା ଭାରତୀ ରାଜ୍ୟ ରାଜନୀତିରେ ଓବିସି ସଂରକ୍ଷଣ...

ଆଶା କରୁଛି ଆପଣ ସମସ୍ତେ ସୁରକ୍ଷିତ ଅଛନ୍ତି: ଭୂକମ୍ପ ପରେ କହିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩।୧୦: ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେ...

ଆଇଆଇଟି ବମ୍ବେ ହଷ୍ଟେଲରେ ନିରାମିଷ ଟେବୁଲ୍‌ରେ ଆମିଷ ଖାଇବାକୁ ନେଇ ହଙ୍ଗାମା, ଛାତ୍ରଙ୍କ ଉପରେ ଲାଗିଲା ୧୦ହଜାର ଟଙ୍କାର ଜରିମାନା 

ବମ୍ବେ,୩।୧୦: ଭାରତର ଅନ୍ୟତମ ପ୍ରମୁଖ ଇଞ୍ଜିନିୟରିଂ କଲେଜ ଆଇଆଇଟି ବମ୍ବେ ଏହାର ଫୁଡ୍‌ ପଲିସି(ଖାଦ୍ୟ ନୀତି ) ପାଇଁ ଚର୍ଚ୍ଚାର ପରିସରକୁ ଆସିଛି। କଲେଜ୍‌  ହଷ୍ଟେଲରେ ଆମିଷ ଖାଇବାକୁ ନେଇ ଛାତ୍ରମାନଙ୍କଠାରୁ ୧୦,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଛାତ୍ରମାନେ...

ସ୍ବଦେଶୀ ମୁସଲମାନଙ୍କ ଆର୍ଥିକ-ସାମାଜିକ ସ୍ଥିତିର ମୂଲ୍ୟାଙ୍କନ କରିବେ ଆସାମ ସରକାର

ଗୁଆହାଟୀ,୩।୧୦: ଆସାମ ସରକାର ମଙ୍ଗଳବାର କହିଛନ୍ତି, ରାଜ୍ୟରେ ୫ ସ୍ବଦେଶୀ ମୁସଲମାନ ସମ୍ପ୍ରଦାୟର ଆର୍ଥିକ-ସାମାଜିକ ସ୍ଥିତିର ମୂଲ୍ୟାଙ୍କନ କରିବେ। ଯାହାଦ୍ୱାରା ସେମାନଙ୍କର ଉନ୍ନତି ପାଇଁ ସରକାରୀ ଯୋଜନା ପ୍ରସ୍ତୁତ ହୋଇପାରିବ। ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ...

ଭୋଟରଙ୍କ ଜୋତା ପଲିସ କଲେ ବିଧାୟକ, ସୋସିିଆଲ ମିଡ଼ିଆରେ ଭାଇରାଲ…

ଜୟପୁର,୩।୧୦ : ରାଜସ୍ଥାନର ଦୌସା ଜିଲାର ମହୁଆ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ଦ୍ଦଳୀୟ ବିଧାୟକ ଓମ ପ୍ରକାଶ ହୁଡଲା ତାଙ୍କର ଅଜବ କାର୍ଯ୍ୟ ଯୋଗୁ ସବୁବେଳେ ଖବରରେ ରହିଥାନ୍ତି। କିନ୍ତୁ ଏଥର ତାଙ୍କର ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି। ବିଧାୟକ...

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଲଢ଼ିବାକୁ ମୁସଲମାନ ପକ୍ଷଙ୍କ ପାଖରେ ନାହିଁ ଟଙ୍କା…

ମଥୁରା,୩।୧୦ : ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାର ଶୁଣାଣି ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲିମ ପକ୍ଷଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ଅକ୍ଟୋବର ୩୦କୁ ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ...

ହିନ୍ଦୁଙ୍କୁ ବିଭାଜନ କରୁଛି କଂଗ୍ରେସ, ଦେଶର ସମ୍ବଳ ଉପରେ ପ୍ରଥମ ଅଧିକାର ଗରିବଙ୍କର: ପ୍ରଧାନମନ୍ତ୍ରୀ…

ଜଗଦଲପୁର,୩।୧୦ : ଛତିଶଗଡର ଜଗଦଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ କଡା ସମାଲୋଚନା କରି କହିଛନ୍ତି ଆଜି ପର୍ଯ୍ୟନ୍ତ ସେମାନେ ଅନ୍ୟ ଦେଶ ସହ କେଉଁ ଗୁପ୍ତ ଚୁକ୍ତି କରିଛନ୍ତି ତାହା ପ୍ରକାଶ କରି ନାହାନ୍ତି। କିନ୍ତୁ ଦେଶ ଦେଖୁଛି...

ଦିଲ୍ଲୀ- ଏନ୍‌ସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ,୩।୧୦: ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା। ମଙ୍ଗଳବାର ଅପରାହ୍ନ ୨.୫୩ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେସମୋଲୋଜି ସେଣ୍ଟର ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଛି। ଏହାର କେନ୍ଦ୍ର ନେପାଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri