ଜାତୀୟ

ସିନ୍ଧିଆଙ୍କୁ ଟିକେଟ ନ ମିଳିବାକୁ ନେଇ କଟାକ୍ଷ କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀଙ୍କ ନାମର ଦ୍ୱିତୀୟ ତାଲିକା ପ୍ରକାଶ କରିଛି, ଏହି ତାଲିକାରେ ଅଧା ଡଜନ ଏମପି ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ମୋଟ ୩୯ ନାମ ରହିଛି। ଭାଜପା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ...

ହରଦୀପ ସିଂ ନିଜାରଙ୍କୁ ଖାଲିସ୍ତାନୀ ଆତଙ୍କବାଦୀ ବୋଲି ପ୍ରମାଣ ଦେବ ଭାରତ

ନୂଆଦିଲ୍ଲୀ,୨୬।୯: ହରଦୀପ ସିଂ ନିଜାର ଜଣେ ଖାଲିସ୍ତାନୀ ଆତଙ୍କବାଦୀ ବୋଲି ଭାରତ ପକ୍ଷରୁ ପ୍ରମାଣ ଉପସ୍ଥାପନ କରାଯିବ। ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ)ର ଚାର୍ଜଶିଟରେ ଏହା ପ୍ରକାଶ ପାଇଛି ଯେ, ନିଜାର ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିଲେ। ନିଜାରଙ୍କ...

ଅଫଜାଲଙ୍କ ଆବେଦନ ଉପରେ ୧୦ ଅକ୍ଟୋବରରେ ହେବ ଶୁଣାଣି, ଗ୍ୟାଙ୍ଗଷ୍ଟର ମାମଲାରେ ଦଣ୍ଡାଦେଶକୁ କରିଥିଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୬।୯: ଲୋକ ସଭାରେ ଅଯୋଗ୍ୟ ଘୋଷଣା ହୋଇଥିବା ଅଫଜଲ ଅନସାରୀଙ୍କ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଆବେଦନ ଉପରେ ସୁପ୍ରିମକୋର୍ଟ ୧୦ ଅକ୍ଟୋବରରେ ଶୁଣାଣି କରିବେ। ସର୍ବୋଚ୍ଚ ଅଦାଲତ ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାରଙ୍କୁ ଏହି ଆବେଦନ...

ମୋଦିଙ୍କ ଲଫାପାରୁ ମିଳିଲା ଏତିକି ଟଙ୍କା

ଜୟପୁର,୨୬।୯: ରାଜସ୍ଥାନର ଭିଲୱାରା ଜିଲାରେ ଅବସ୍ଥିତ ମାଲାସେରୀ ଡୁଙ୍ଗରି ମନ୍ଦିରର ଦାନ ବାକ୍ସ ଖୋଲାଯାଇଛି। ଦାନ ବାକ୍ସରୁ ୮ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଲଫାପା ଖୋଲାଯାଇଛି ଏବଂ ସେଥିରୁ ୨୧ ଟଙ୍କା ବାହାରିଛି। ମନ୍ଦିର ପୁରୋହିତ ହେମରାଜ...

ଇଣ୍ଟରନେଟ୍‌ ସେବା ଆରମ୍ଭ ହେବା ମାତ୍ରେ ମଣିପୁର ହିଂସାରେ ନିଖୋଜ ୨ ଛାତ୍ରଙ୍କ ମୃତଦେହ ଫଟୋ ଭାଇରାଲ

ଇମ୍ଫାଲ,୨୬।୯: ହିଂସା ପ୍ରଭାବିତ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ଏହା ପରେ ଜୁଲାଇରେ ୨ ନିଖୋଜ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ତୁରନ୍ତ ଏବଂ ନିର୍ଣ୍ଣାୟକ...

ମନମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୯: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ମଙ୍ଗଳବାର ତାଙ୍କର ୯୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶ କୋଣ ଅନୁକୋଣରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ...

ଭାରତୀୟ ଜଳବାୟୁରେ ଆଧାର ବାୟୋମେଟ୍ରିକ ନିର୍ଭରଯୋଗ୍ୟ ନୁହେଁ

ନୂଆଦିଲ୍ଲୀ,୨୬ା୯:ଆଧାର କାର୍ଯ୍ୟକ୍ରମ ଗୋପନୀୟତା ଏବଂ ସୁରକ୍ଷା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିବାବେଳେ ଏହାର ବାୟୋମେଟ୍ରିକ୍‌ ପ୍ରଯୁକ୍ତି ଭାରତର ଉତ୍ତପ୍ତ ଏବଂ ଆର୍ଦ୍ର ଜଳବାୟୁରେ ନିର୍ଭରଯୋଗ୍ୟ ନୁହେଁ ବୋଲି ରେଟିଂ ସଂସ୍ଥା ମୁଡିସ୍‌ ଇନ୍‌ଭେଷ୍ଟର୍ସ ସର୍ଭିସ ଏକ ରିପୋର୍ଟରେ କହିଛି।...

ମସଜିଦ ଭିତରେ ପଶି ‘ଜୟ ଶ୍ରୀ ରାମ’ ସ୍ଲୋଗାନ: ୨ ଗିରଫ

ନୂଆଦିଲ୍ଲୀ,୨୬।୯: କର୍ନାଟକର ଦକ୍ଷିଣ କନ୍ନଡ ଜିଲାରେ ୨ ଅଜ୍ଞାତ ବ୍ୟକ୍ତି ମସଜିଦ ଭିତରକୁ ପ୍ରବେଶ କରି ‘ଜୟ ଶ୍ରୀ ରାମ’ର ସ୍ଲୋଗାନ ଦେଇଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କାଦବା ପୋଲିସ ଏ ସମ୍ପର୍କରେ...

ତଦନ୍ତ ଲାଗି ବରିଷ୍ଠ ଆଇପିଏସ୍‌ ଅଫିସର ନିଯୁକ୍ତ କର

ନୂଆଦିଲ୍ଲୀ,୨୬ା୯: ଉତ୍ତରପ୍ରଦେଶର ମୁଜାଫରନଗରସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଜଣେ ୮ ବର୍ଷର ମୁସଲମାନ ଛାତ୍ରଙ୍କୁ ସହପାଠୀମାନଙ୍କ ଦ୍ୱାରା ଶିକ୍ଷୟିତ୍ରୀ ମାଡ଼ ମରାଇବା ଘଟଣା ଅତ୍ୟନ୍ତ ସାଂଘାତିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର...

ପ୍ରଥମ ସବୁଜ ଉଦ୍‌ଜାନଚାଳିତ ବସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ, ୨୬।୯: ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ହରଦୀପ୍‌ ସିଂ ପୁରି ସୋମବାର ଇଣ୍ଡିଆ ଗେଟ୍‌ ନିକଟରେ ଦେଶର ପ୍ରଥମ ସବୁଜ ଉଦ୍‌ଜାନଚାଳିତ ବସ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସରକାର ନୂତନ ପିଢ଼ିର ସବୁଜ ଯାନ...

ଦିଲ୍ଲୀରେ ହିନ୍ଦୁ ସନ୍ଥଙ୍କ ବିକ୍ଷୋଭ

ନୂଆଦିଲ୍ଲୀ,୨୬ା୯: ସନାତନ ଧର୍ମ ବିବାଦକୁ ନେଇ ନୂଆଦିଲ୍ଲୀରେ ବହୁସଂଖ୍ୟାରେ ହିନ୍ଦୁ ସନ୍ଥ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀର ତାମିଲନାଡୁ ଭବନଠାରେ ସୋମବାର ସେମାନେ ଉଦୟନିଧିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଅନୁରୂପ ମନ୍ତବ୍ୟ ଦେଉଥିବା...

କେରଳରେ ସେନା ଯବାନଙ୍କୁ ଆକ୍ରମଣ

କୋଲାମ୍‌,୨୬ା୯:କେରଳରେ କେତେଜଣ ଦୁର୍ବୃତ୍ତ ଭାରତୀୟ ସୈନ୍ୟ ବାହିନୀର ଜଣେ ଯବାନଙ୍କୁ ରବିବାର ରାତିରେ ଆକ୍ରମଣ କରିବା ସହ ତାଙ୍କ ପିଠିରେ ‘ପିଏଫ୍‌ଆଇ’ ଲେଖିଛନ୍ତି। କୋଲାମ ଜିଲା କଡକ୍କଲ ସହର ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri