ଜାତୀୟ

ଲୋକ ସଭା ନିର୍ବାଚନ ଲଢିପାରନ୍ତି ଅପର୍ଣ୍ଣା ଯାଦବ, ଦିଲ୍ଲୀରେ ଭାଜପା ନେତାଙ୍କୁ ଭେଟିବା ପରେ ଚର୍ଚ୍ଚା

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସୋମବାର ଦିଲ୍ଲୀରେ ଭାଜପା ନେତାଙ୍କ ସହ ତାଙ୍କର ସାକ୍ଷାତ ପରେ ଏହାକୁ ନେଇ ଅଧିକ ଚର୍ଚ୍ଚା...

‘ଆପଣହିଁ ଆମର ରକ୍ଷାକର୍ତ୍ତା, ଆପଣଙ୍କ ନିକଟକୁ କାନ୍ଦି କାନ୍ଦି ଆସିବାକୁ ପଡିବ’, ଖାର୍ଗେ

ନୂଆଦିଲ୍ଲୀ,୧୮।୯: ସଂସଦର ବିଶେଷ ଅଧିବେଶନରେ ସୋମବାର ଶାସକ ଓ ବିରୋଧୀଙ୍କ ମଧ୍ୟରେ ଖୁବ କଥା କଟାକଟି ହୋଇଛି। ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ସଫଳତା କଥା ଉଠାଇଥିଲେ। ଆଉ କହିଥିଲେ ଏବେ ଦେଶ ବିକାଶର ନୂଆ ରାସ୍ତାରେ...

ଜନତାଙ୍କ ସହ ସାକ୍ଷାତ ନ କରିବା ପାଇଁ ବଡିଗାର୍ଡ ରଖନ୍ତି ନେତା, ଜୀବନ ପ୍ରତି କୌଣସି ବିପଦ ନ ଥାଏ: ପ୍ରଶାନ୍ତ କିଶୋର

ପାଟନା,୧୮।୯: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ନାମକ ପଦଯାତ୍ରା ବିହାରର ମୁଜାଫରପୁର ଜିଲାର ମୋତିପୁର ବ୍ଲକରେ ପହଞ୍ଚିଛି। ଏଠାରେ ପ୍ରଶାନ୍ତ କିଶୋର ରବିବାର ବହୁ ସଂଖ୍ୟାରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହା ସହିତ ସେ ନେତାଙ୍କ...

‘ପ୍ରଥମେ ବ୍ୟବହାର କର, ପରେ ବିଶ୍ୱାସ କର’

ଭୋପାଳ,୧୮।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଅଛି। ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲ ନିର୍ବାଚନ ବିଗୁଲ ବଜାଇବା ପାଇଁ ସୋମବାର ରେୱାରେ ପହଞ୍ଚିଛନ୍ତି। ମଧ୍ୟପ୍ରଦେଶରେ ଦୁଇଟି ଦଳ ଅଛି – ଭାଜପା...

ଏକ ମାସର ଶିଶୁକନ୍ୟାଙ୍କୁ କୋଳରେ ଧରି ଅଫିସରେ କାମ କଲେ ଦେଶର ସର୍ବକନିଷ୍ଠ ମେୟର

ଥିରୁଭାନନ୍ତପୁରମ୍‌,୧୮।୯: ଦେଶର ସର୍ବ କନିଷ୍ଠ ମେୟର ଭାବରେ ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ଥିରୁବନନ୍ତପୁରମ ମେୟର ଆର୍ଯ୍ୟା ରାଜେନ୍ଦ୍ରନ ଏକ ମାସର ଶିଶୁକନ୍ୟା ସହିତ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ଆର୍ଯ୍ୟା...

ବିଧାୟକଙ୍କ ଅଯୋଗ୍ୟତା ମାମଲା ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ମୁମ୍ବାଇ,୧୮।୯: ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ ଜଡିତ ବିଧାୟକଙ୍କ ଅଯୋଗ୍ୟତା ସମ୍ବନ୍ଧୀୟ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ କହିଛନ୍ତି। ଏହି ଶୁଣାଣିରେ ସେ ମାମଲାର ସମାଧାନ ପାଇଁ ସମୟ ସୀମା ସ୍ଥିର କରିବେ।...

‘ଇଣ୍ଡିଆ ମେଣ୍ଟ କହୁଛି ସନାତନ ଧର୍ମକୁ ଶେଷ କରିଦିଅ’, ସୋନିଆ-ରାହୁଲଙ୍କୁ ଜବାବ ମାଗିଲେ ଶିବରାଜ

ଭୋପାଳ,୧୮।୯: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଇଣ୍ଡିଆ ମେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଉପରେ ଅଭିଯୋଗ କରି ଶିବରାଜ କହିଛନ୍ତି, ସେମାନେ(କଂଗ୍ରେସ) ଆମର ସମସ୍ତ ଯୋଜନାକୁ ବନ୍ଦ କରିଦେଲା।ଏହାସହ ସନାତନ ଧର୍ମର ଅପମାନ କରିଥିବା...

ଶକ୍ତିଶାଳୀ ବିରୋଧୀଙ୍କୁ ଦୁର୍ବଳ କରିବା ପାଇଁ ଇଡି-ସିବିଆଇ ବ୍ୟବହାର କରୁଛନ୍ତି ସରକାର:ଖାର୍ଗେ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ଏବଂ ଏହା ପରେ ପୁରୁଣା ସଂସଦରେ ଭାଷଣ ଦେଇଥିଲେ। ସଂସଦର ସ୍ବତନ୍ତ୍ର ଅଧିବେଶନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ...

ଭାଜପା ସହ ମେଣ୍ଟ କରିବ ନାହିଁ ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୮।୯: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଛି। ବିଭିନ୍ନ ପାର୍ଟି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଆଗାମୀ ନିର୍ବାଚନରେ ଭାଜପା ସହ ମେଣ୍ଟ କରିବାକୁ ସ୍ପଷ୍ଟ ଭାବେ ମନା କରିଛି ଏଆଇଏଡିଏମ୍‌କେ। ଆମେ ଭାଜପା...

ଗଣେଶ ଚତୁର୍ଥୀ: ସାଢେ ୫୨ ଲକ୍ଷ କଏନ, ଅଢେଇ ଲକ୍ଷ ନୋଟରେ ସଜା ହେଲା ମନ୍ଦିର

ବେଙ୍ଗାଲୁରୁ,୧୮।୯: ଗଣେଶ ଚତୁର୍ଥୀ ଉତ୍ସବ କେବଳ ମହାରାଷ୍ଟ୍ରରେ ନୁହେଁ ଦେଶର ଅନ୍ୟ ଭାଗରେ ମଧ୍ୟ ପାଳନ କରାଯାଇଥାଏ। ଏହି ବିଶେଷ ପର୍ବ ଅବସରରେ କର୍ନାଟକ ବେଙ୍ଗାଲୁରୁର ଶ୍ରୀ ସତ୍ୟ ଗଣପତି ମନ୍ଦିର ଏହାର ପରିସରକୁ ଭାରତୀୟ ଟଙ୍କା ସହିତ ସଜାଇଥିଲା।...

ମଧ୍ୟପ୍ରଦେଶରେ ଭାଜପାକୁ ଝଟକା, ଦଳରୁ ଇସ୍ତଫା ଦେଲେ ୨ ନେତା

ଭୋପାଳ,୧୮।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଇନ୍ଦୋରରେ ଭାଜପା ନେତା ଦୀନେଶ ମହ୍ଲାର ଏବଂ ପ୍ରମୋଦ ଟଣ୍ଡନ ସେମାନଙ୍କ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଉଭୟ ନେତା କଂଗ୍ରେସ ଛାଡି କିଛି ମାସ...

ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ସୂଚନାନୁସାରେ, ସୋମବାର ସା ୬.୩୦ରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଡକାଯାଇଛି। ସଂସଦ ଏନେକ୍ସି ବିଲଡିଂରେ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri