ଜାତୀୟ

‘ଇଣ୍ଡିଆ ମେଣ୍ଟ କହୁଛି ସନାତନ ଧର୍ମକୁ ଶେଷ କରିଦିଅ’, ସୋନିଆ-ରାହୁଲଙ୍କୁ ଜବାବ ମାଗିଲେ ଶିବରାଜ

ଭୋପାଳ,୧୮।୯: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଇଣ୍ଡିଆ ମେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଉପରେ ଅଭିଯୋଗ କରି ଶିବରାଜ କହିଛନ୍ତି, ସେମାନେ(କଂଗ୍ରେସ) ଆମର ସମସ୍ତ ଯୋଜନାକୁ ବନ୍ଦ କରିଦେଲା।ଏହାସହ ସନାତନ ଧର୍ମର ଅପମାନ କରିଥିବା...

ଶକ୍ତିଶାଳୀ ବିରୋଧୀଙ୍କୁ ଦୁର୍ବଳ କରିବା ପାଇଁ ଇଡି-ସିବିଆଇ ବ୍ୟବହାର କରୁଛନ୍ତି ସରକାର:ଖାର୍ଗେ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ଏବଂ ଏହା ପରେ ପୁରୁଣା ସଂସଦରେ ଭାଷଣ ଦେଇଥିଲେ। ସଂସଦର ସ୍ବତନ୍ତ୍ର ଅଧିବେଶନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ...

ଭାଜପା ସହ ମେଣ୍ଟ କରିବ ନାହିଁ ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୮।୯: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଛି। ବିଭିନ୍ନ ପାର୍ଟି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଆଗାମୀ ନିର୍ବାଚନରେ ଭାଜପା ସହ ମେଣ୍ଟ କରିବାକୁ ସ୍ପଷ୍ଟ ଭାବେ ମନା କରିଛି ଏଆଇଏଡିଏମ୍‌କେ। ଆମେ ଭାଜପା...

ଗଣେଶ ଚତୁର୍ଥୀ: ସାଢେ ୫୨ ଲକ୍ଷ କଏନ, ଅଢେଇ ଲକ୍ଷ ନୋଟରେ ସଜା ହେଲା ମନ୍ଦିର

ବେଙ୍ଗାଲୁରୁ,୧୮।୯: ଗଣେଶ ଚତୁର୍ଥୀ ଉତ୍ସବ କେବଳ ମହାରାଷ୍ଟ୍ରରେ ନୁହେଁ ଦେଶର ଅନ୍ୟ ଭାଗରେ ମଧ୍ୟ ପାଳନ କରାଯାଇଥାଏ। ଏହି ବିଶେଷ ପର୍ବ ଅବସରରେ କର୍ନାଟକ ବେଙ୍ଗାଲୁରୁର ଶ୍ରୀ ସତ୍ୟ ଗଣପତି ମନ୍ଦିର ଏହାର ପରିସରକୁ ଭାରତୀୟ ଟଙ୍କା ସହିତ ସଜାଇଥିଲା।...

ମଧ୍ୟପ୍ରଦେଶରେ ଭାଜପାକୁ ଝଟକା, ଦଳରୁ ଇସ୍ତଫା ଦେଲେ ୨ ନେତା

ଭୋପାଳ,୧୮।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଇନ୍ଦୋରରେ ଭାଜପା ନେତା ଦୀନେଶ ମହ୍ଲାର ଏବଂ ପ୍ରମୋଦ ଟଣ୍ଡନ ସେମାନଙ୍କ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଉଭୟ ନେତା କଂଗ୍ରେସ ଛାଡି କିଛି ମାସ...

ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ସୂଚନାନୁସାରେ, ସୋମବାର ସା ୬.୩୦ରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଡକାଯାଇଛି। ସଂସଦ ଏନେକ୍ସି ବିଲଡିଂରେ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ...

ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ,୧୮।୯: ସୋମବାର ସୁପ୍ରିମକୋର୍ଟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ହେମନ୍ତ ସୋରେନ୍‌ ଏହି ପିଟଶନ ଦାଖଲ କରିଥିଲେ। ତେବେ...

ଇଣ୍ଡିଆ ମେଣ୍ଟ ଛାଡିପାରନ୍ତି ନୀତୀଶ, ବିରୋଧୀ ଦଳଙ୍କୁ ତାଙ୍କ ଉପରେ ଭରସା ନାହିଁ: ଚିରାଗ

ନୂଆଦିଲ୍ଲୀ,୧୮।୯: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ଚ୍ୟାଲେଞ୍ଜ କରିବାର ଲକ୍ଷ୍ୟ ନେଇ ଇଣ୍ଡିଆ ମେଣ୍ଟରେ ୨୮ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଇଣ୍ଡିଆ ମେଣ୍ଟର ତିନୋଟି ବୈଠକ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଛି, କିନ୍ତୁ ଏହାର ସଂଯୋଜକ ନାମ...

ଯଦି ରାଜସ୍ଥାନରେ କଂଗ୍ରେସ ନିର୍ବାଚନ ଜିତେ ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ, ପାଇଲଟ ଦେଲେ ସୂଚନା

ଜୟପୁର,୧୮।୯: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଏକ ପ୍ରଶ୍ନ ରାଜ୍ୟ ରାଜନୀତିରେ ଘୂରି ବୁଲୁଛି। ପ୍ରଶ୍ନ ହେଉଛି ଯଦି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବ, ତେବେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ଅଶୋକ...

ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ-ଏଲ୍‌୧, ଇସ୍ରୋ ଦେଲା ସୂଚନା

ନୂଆଦିଲ୍ଲୀ,୧୮।୯: ଆଦିତ୍ୟ-ଏଲ୍‌୧ ମିଶନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋସିଆଲ ମିଡିଆରେ ଶେୟାର କରିଛି। ଇସ୍ରୋ ଏହାର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛି, ଆଦିତ୍ୟ-ଏଲ୍‌୧ ବୈଜ୍ଞାନିକ ତଥ୍ୟ ସଂଗ୍ରହ...

ନରେନ୍ଦ୍ର ମୋଦି ଯେବେ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚି ହୋଇଥିଲେ ନତମସ୍ତକ, ଭିଡିଓରେ ଦେଖନ୍ତୁ ସେତେବେଳର… 

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଭାଷଣ ଦେଇ ପୁରୁଣା ଦିନକୁ ମନେ ପକାଇଛନ୍ତି। ନିର୍ବାଚନ ଜିତିବା ପରେ ପ୍ରଥମ ଥର ଲାଗି ସେ ଯେବେ ଗୃହରେ ପାଦ ରଖିଥିଲେ...

ମହିଳା ସଂରକ୍ଷଣ ଉପରେ ବିଲ ଆଣିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ସମୟରେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ ସଂସଦରେ ଆଣିପାରନ୍ତି ବୋଲି ସୂଚନା ରହିଛି। ବୁଧବାର ଲୋକ ସଭାରେ ଏହି ବିଲ ଉପସ୍ଥାପନ କରାଯାଇପାରେ। ଆଶା କରାଯାଉଛି ଯେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri