ଜାତୀୟ

ଜାମିନ ଆବେଦନ କଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ,୧୫।୯: ସ୍କିଲ ଡେଭଲପମେଣ୍ଟ କର୍ପୋରେଶନ ସ୍କାମରେ ୧୪ ଦିନିଆ ନ୍ୟାୟିକ ହେପାଜତରେ ଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ମଧ୍ୟବର୍ତ୍ତୀକାଳୀନ ଏବଂ ନିୟମିତ ଦୁଇଟି ଜାମିନ ସ୍ଥାନୀୟ କୋର୍ଟରେ...

‘ଆମ୍ବେଦକର କ୍ଲର୍କ ଥିଲେ, ସମ୍ବିଧାନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ’,ପୂର୍ବତନ ଭିଏଚପି ନେତାଙ୍କ ବିବାଦୀୟ ବୟାନ ପରେ ଗିରଫ

ନୂଆଦିଲ୍ଲୀ,୧୫।୯: ତାମିଲନାଡୁର ପୂର୍ବତନ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ନେତା ଆରବିଭିଏସ ମଣିୟନ ବିଆର ଆମ୍ବେଦକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଛି। ଆମ୍ବେଦକରଙ୍କ ବ୍ୟତୀତ ହିନ୍ଦୁତ୍ୱ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହୁଥିବା ଆରବିଭିଏସ ମଣିୟନ ମଧ୍ୟ...

ଜିପ୍‌ -ଲୋରୀ ମଧ୍ୟରେ ମୁହାଁମୁହିଁ ଧକ୍କା: ୫ ମୃତ, ୧୧ ଆହତ

ଅମରାବତୀ,୧୫।୯: ଆନ୍ଧ୍ରପ୍ରଦେଶର ଅନ୍ନାମାୟା ଜିଲାରେ ଶୁକ୍ରବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜିପ୍‌ -ଲୋରୀ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଆହତଙ୍କ ମଧ୍ୟରୁ ୭...

ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ୟୁଏଇର ଉପ-ପ୍ରଧାନମନ୍ତ୍ରୀ ଜାରି କଲେ ନକ୍ସା

ଅବୁଧାବି/ନୂଆଦିଲ୍ଲୀ,୧୫।୯: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆଉ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶର ସମର୍ଥନ ପାଇବ ନାହିଁ। ପାକିସ୍ତାନର ନିକଟବର୍ତ୍ତୀ ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ବୀକାର କରିଛି। ଏଥିପାଇଁ ସଂଯୁକ୍ତ...

ଗ୍ରେଟର ନୋଏଡାରେ ବଡ ଦୁର୍ଘଟଣା: ନିର୍ମାଣାଧିନ ବିଲଡିଂର ଲିପ୍ଟ ଖସି ୪ ଶ୍ରମିକ ମୃତ

ଗେଟର ନୋଏଡା,୧୫।୯: ଗ୍ରେଟର ନୋଏଡାରେ ଏକ ବଡ ଦୁର୍ଘଟଣା ହୋଇଥିବା ଖବର ଆସିଛି। ଗ୍ରେଟର ନୋଏଡା ୱେଷ୍ଟର ଡ୍ରିମ ଭ୍ୟାଲି ପ୍ରୋଜେକ୍ଟର ନିର୍ମାଣ ସ୍ଥଳରେ ଲିଫ୍ଟ ଖସିଯିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ...

ରାଜସ୍ଥାନରେ ଜଙ୍ଗଲ ରାଜ ଶେଷ କରି ରାମ ରାଜ୍ୟ ଆଣିବୁ: ଅନୁରାଗ ଠାକୁର

ଜୟପୁର,୧୫।୯: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ସମ୍ପୂର୍ଣ୍ଣ ଶକ୍ତି ସହିତ ମଇଦାନକୁ ପ୍ରବେଶ କରିଛି। ଗୁରୁବାର ପ୍ରଚାର କରିବାକୁ ସେଠାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟର କଂଗ୍ରେସ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି।...

ମଣିପୁର ହିଂସାକୁ ୪ ମାସ: ୧୭୫ ମୃତ୍ୟୁ, ୧୧୦୦ରୁ ଅଧିକ ଆହତ, ପୋଡି ଦେଇଛନ୍ତି ୪,୭୮୬ ଘର

ଇମ୍ଫାଲ,୧୫।୯: ମଣିପୁରରେ ଗତ ୪ ମାସ ହେବ ହିଂସା ଜାରି ରହିଛି। ମେ’୩ରେ ଆରମ୍ଭ ହୋଇଥିବା ଜାତୀୟ ହିଂସାରେ ଅତିକମରେ ୧୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଏହାସହ ଏକ ହଜାରରୁ ଅଧିକ ଲୋକ ଆହତ ହୋଇ ସାରିଛନ୍ତି। ଆଇଜିପି...

ପୁଣି ଜଣେ ନିପା ଭାଇରସରେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୧୫।୯: କେରଳର କୋଝିକୋଡରେ ଶୁକ୍ରବାର ନିପା ଭାଇରସର ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ୩୯ ବର୍ଷ ବୟସ୍କା ବ୍ୟକ୍ତି ଏହି ବିପଜ୍ଜନକ ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ସଂକ୍ରମିତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ନଜର ରଖାଯାଇଛି। ଏହା...

ଡଙ୍ଗା ବୁଡି ଘଟଣା: ୪ ବର୍ଷ ଶିଶୁର ମୃତଦେହ ଉଦ୍ଧାର

ମୁଜାଫରପୁର,୧୫।୯: ବିହାରର ମୁଜାଫରପୁର ଜିଲାରେ ଗୁରୁବାର ଘଟିଥିବା ଡଙ୍ଗା ଦୁର୍ଘଟଣାରେ ଶୁକ୍ରବାର ଏକ ୪ ବର୍ଷର ଶିଶୁର ମୃତଦେହ ମିଳିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଛି।...

ତଥ୍ୟପ୍ରମାଣ ସମାନ ଥିଲେ ଜଣଙ୍କୁ ଦୋଷୀ, ଅନ୍ୟଙ୍କୁ ଦୋଷମୁକ୍ତ କରାଯାଇପାରିବନି

ନୂଆଦିଲ୍ଲୀ,୧୫ା୯(ପି.ଟି.):ଏକ ଆପରାଧିକ ମାମଲାରେ ଅଭିଯୁକ୍ତମାନଙ୍କ ଭୂମିକା ନେଇ ସମାନ ତଥ୍ୟ ପ୍ରମାଣ ଥିଲେ, କୋର୍ଟ ଜଣକୁ ଦୋଷୀସାବ୍ୟସ୍ତ କରି ଅନ୍ୟ ଜଣକୁ ଦୋଷମୁକ୍ତ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଏକ ଡକାୟତି ଓ ହତ୍ୟା ମାମଲାରେ ଜଷ୍ଟିସ...

୧୪ ଟିଭି ଉପସ୍ଥାପକଙ୍କୁ ‘ଇଣ୍ଡିଆ’ର ବର୍ଜନ

ନୂଆଦିଲ୍ଲୀ,୧୫ା୯:ବିରୋଧୀ ବ୍ଲକ୍‌ ଇଣ୍ଡିଆ ପକ୍ଷରୁ ଗୁରୁବାର ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ଭାରତ୨୪ ଭାଇସ୍‌ ପ୍ରେସିଡେଣ୍ଟ ଲୁବିକା ଲିଆକତ୍‌, ଇଣ୍ଡିଆ ଟୁଡେ-ଆଜତକ୍‌ର ସୁଧୀର ଚୌଧରୀ ଏବଂ ଟାଇମ୍ସ ନାଓର ନବିକା କୁମାରଙ୍କ ସମେତ ୧୪ ଟିଭି ଉପସ୍ଥାପକଙ୍କୁ...

ଓଡ଼ିଶାର ଏମ୍‌ପି, ବିଧାୟକଙ୍କ ନାମରେ ୩୨୩ ମାମଲା ବିଚାରାଧୀନ

ନୂଆଦିଲ୍ଲୀ,୧୫ା୯:ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ମାମଲା ୫ ବର୍ଷରୁ ଊର୍ଦ୍ଧ୍ୱ ବିଚାରାଧୀନ ରହିବାରେ ଦେଶର ଶୀର୍ଷ ୩ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଏହି ରାଜ୍ୟରେ ଆଇନ ପ୍ରଣେତାମାନଙ୍କ ବିରୋଧରେ ୩୨୩ ମାମଲା ୫ ବର୍ଷରୁ ଅଧିକ ସମୟ ହେଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri