ଜାତୀୟ

ବଢିପାରେ ରାଘବଙ୍କ ଅଡୁଆ

ନୂଆଦିଲ୍ଲୀ,୮।୮: ରାଜ୍ୟ ସଭାର ଗୃହ କାର୍ଯ୍ୟ ସମୟରେ ଯେତେବେଳେ ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ବିଲ୍‌ ପାସ କରାଯାଉଥିଲା ସେତେବେଳେ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢାଙ୍କ ପକ୍ଷରୁ ଏହି ବିଲ୍‌କୁ ସିଲେକ୍ଟ କିମିଟିକୁ ପଠାଇବା ପ୍ରସ୍ତାବ ଦିଆଯାଇଥିଲା।...

ଅବିଶ୍ୱାସ ପ୍ରସ୍ତାବ ଉପରେ ଆଜି ପାର୍ଲାମେଣ୍ଟରେ ହେବ ବିତର୍କ, ସରକାରଙ୍କୁ ଟାର୍ଗେଟ କରିବେ ରାହୁଲ

ନୂଆଦିଲ୍ଲୀ,୮।୮: ବିରୋଧୀଙ୍କ ଦ୍ୱାରା ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ମଙ୍ଗଳବାର ଲୋକ ସଭାରେ ଆଲୋଚନା ହେବ। ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ଆଲୋଚନାର ବିଶେଷତ୍ୱ ହେଉଛି ୧୩୩ ଦିନ ଧରି ପୂର୍ବତନ ଏମପି ଥିବା ରାହୁଲ ଗାନ୍ଧୀ ତାଙ୍କ...

‘୨୦୨୪ ନିର୍ବାଚନ ସ୍ଥିର କରିବ ଦେଶରେ ଗଣତନ୍ତ୍ର ରହିବ ନା ନାହିଁ’, ଏମକେ ଷ୍ଟାଲିନଙ୍କ ବଡ ଦାବି

ଚେନ୍ନାଇ,୮।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସୋମବାର ଚେନ୍ନାଇରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏକ ବଡ଼ ଦାବି କରିଛନ୍ତି। ଷ୍ଟାଲିନ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନ ଦେଶରେ ଗଣତନ୍ତ୍ର ରହିବ କି ନାହିଁ ତାହା ସ୍ଥିର କରିବ।...

କଂଗ୍ରେସରେ ଆଜାଦଙ୍କ ଦଳର ୨୧ ନେତା

ନୂଆଦିଲ୍ଲୀ,୮ା୮:ଗୁଲାମ ନବୀ ଆଜାଦଙ୍କ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ଆଜାଦ ପାର୍ଟିର ୨୧ ଜଣ ନେତା ସୋମବାର ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ଅବସରରେ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ, ଜମ୍ମୁ-କଶ୍ମୀର ଦାୟିତ୍ୱରେ ଥିବା...

କମିଟିରେ ୩ ଅବସରପ୍ରାପ୍ତ ମହିଳା ବିଚାରପତି

ନୂଆଦିଲ୍ଲୀ,୮ା୮: ମଣିପୁରରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜାତିଆଣ ହିଂସା ଲାଗିରହିଥିବାବେଳେ ଏଥିରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଏବଂ ସହାୟତା ଦେବା ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। କମିଟିରେ ହାଇକୋର୍ଟର...

ଡେଟା ସୁରକ୍ଷା ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୮ା୮: ମଣିପୁର ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନଙ୍କ ସ୍ଲୋଗାନବାଜି ମଧ୍ୟରେ ସୋମବାର ଲୋକ ସଭାରେ ଡିଜିଟାଲ ବ୍ୟକ୍ତିଗତ ଡେଟା ସୁରକ୍ଷା ବିଲ୍‌ ଗୃହୀତ ହୋଇଛି। ବିରୋଧୀ ସଦସ୍ୟ ଏଥିରେ କେତେକ ସଂଶୋଧନ ଦାବି ଲାଗି ପ୍ରସ୍ତାବ ଦେଇଥିଲେ ହେଁ ତାହା ଧ୍ୱନି ମତରେ...

ଦେଶରେ ବାଘସଂଖ୍ୟା ୩,୬୮୨କୁ ବୃଦ୍ଧି

ନୂଆଦିଲ୍ଲୀ,୮ା୮: ୨୦୦୬ରେ ଭାରତରେ ୧,୪୧୧ ବାଘ ଥିବାବେଳେ ୨୦୨୨ରେ ଏହା ୩,୬୮୨କୁ ବୃ୍‌ଦ୍ଧି ପାଇଛି। ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ ଉପରୋକ୍ତ ଉତ୍ତର ରଖିଥିଲେ। ଜନସାଧାରଣଙ୍କ ଭାବାବେଗକୁ ଦୃଷ୍ଟିରେ ରଖି...

୧୦୦ କି.ମି.ରୁ ତଳକୁ ଖସିବା ଚନ୍ଦ୍ରୟାନ-୩ ପାଇଁ କଠିନ ହେବ

ବେଙ୍ଗାଲୁରୁ,୮ା୮: ଚନ୍ଦ୍ରୟାନ-୩ ବର୍ତ୍ତମାନ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିଛି। ଲୁନାର କକ୍ଷସ୍ଥଳ ଶହେ କି.ମିରୁ ତଳକୁ ଖସାଇବା କଠିନ ହେବ ବୋଲି ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି। ଚନ୍ଦ୍ରଯାନ ତା’ର ନିମ୍ନ କକ୍ଷ ପଥରେ ୧୭ ତାରିଖରେ ପହଞ୍ଚିବ। ଚଳିତ ଥର...

ସିକିମ୍‌ର ନାମ୍‌ଚି ସହରରେ ରାଲିବେଳେ ହିଂସା

ଗାଙ୍ଗଟକ୍‌,୮ା୮: ସିକିମ୍‌ରେ ୨୧ ବର୍ଷୀୟ ଯୁବନେତାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତୁରନ୍ତ ନ୍ୟାୟ ଦାବି କରି ସୋମବାର ନାମ୍‌ଚି ସହରରେ ବିକ୍ଷୋଭ ରାଲି କରାଯାଉଥିବାବେଳେ ଏହା ହିଂସାକାଣ୍ଡର ରୂପ ନେଇଥିଲା। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ କେତେଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସ୍ଥିତିକୁ...

ଟ୍ରେନ୍‌ରେ ଗୁଳିକାଣ୍ଡ ଘଟଣା: ଅଭିଯୁକ୍ତଙ୍କ ବିରୋଧରେ ସାମ୍ପ୍ରଦାୟିକ ଶତ୍ରୁତା ଧାରା ଲାଗିଲା

ମୁମ୍ମାଇ,୮ା୮:ଜୟୁପର-ମୁମ୍ବାଇ ସୁପରପାଷ୍ଟ ଏକ୍ଟପ୍ରେସରେ ଗତମାସ ୩୧ରେ ଆରପିଏଫ କନଷ୍ଟେବଳ ଚେତନ ସିଂ ତାଙ୍କ ସିନିୟର ଅଫିସର ଏଏସଆଇ ଟିକାରାମ ମୀନାଙ୍କ ସମେତ ଚାରିଜଣଙ୍କୁ ଗୁଳିମାରି ହତ୍ୟା କରିଥିଲେ। ତାଙ୍କ ବିରୋଧରେ ଏବେ ସାମ୍ପ୍ରଦାୟିକ ଶତ୍ରୁତା ଉସୁକାଇବା ଭଳି ଧାରା ଲାଗିଥିବା...

ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ କମାଣ୍ଡର ନିହତ

ଶ୍ରନଗର, ୮ା୮: ଜାମ୍ମୁ କାଶ୍ମୀରର ପୁଞ୍ଜ ସେକ୍ଟରରେ ସୋମବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର ଜଣେ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ବାଗଲାଦ୍ରାର ମୁନୀର ହୁସେନ। ସେ ୧୯୯୩ରେ ପିଓକେ ଯାଇ...

ନୁହ ଉଚ୍ଛେଦ ଅଭିଯାନରେ ରୋକ ଲଗାଇଲେ ହାଇକୋର୍ଟ

ଗୁରୁଗ୍ରାମ/ଚଣ୍ଡିଗଡ଼,୮ା୮: ହରିୟାଣାର ନୁହ ଜିଲାରେ ପ୍ରଶାସନ ପକ୍ଷରୁ ଚାଲିଥିବା ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନ ଉପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ରୋକ ଲଗାଇଛନ୍ତି। ନୁହ ଜିଲାରେ ପ୍ରଶାସନର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜି.ଏସ୍‌....

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri