ଜାତୀୟ

ଭାଜପାରେ ଯୋଗ ଦେଲେ ତେଲଗୁ ଅଭିନେତ୍ରୀ ଜୟସୁଧା

ହାଇଦ୍ରାବାଦ,୨।୮: ତେଲଗୁ ଅଭିନେତ୍ରୀ ତଥା ପୂର୍ବତନ ବିଧାୟକ ଜୟସୁଧା ଭାଜପାରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ଭାଜପା ସଭାପତି ଜି କିଶନ ରେଡ୍ଡୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି।...

ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇ ପାରିବନି ପୋଲିସ କି ସେନା: ଖଟ୍ଟର

ଚଣ୍ଡିଗଡ,୨।୮: ହରିୟାଣା ନୁହ ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବୁଧବାର ନିଜ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ସରକାର, ପୋଲିସ କିମ୍ବା ସେନା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇ ପାରିବେ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇ...

କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ, ୪୭ହଜାର ନେଇଛନ୍ତି ଅବସର

ନୂଆଦିଲ୍ଲୀ,୨।୮: କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ। କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ର ବୁଧବାର ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିଆରପିଏଫ, ବିଏଏଫ ଏବଂ ଦିଲ୍ଲୀ ପୋଲିସ ଭଳି କେନ୍ଦ୍ରୀୟ ସୁରକ୍ଷା...

ଏଣିକି ନକଲି ଔଷଧ କରିପାରିବେ ଚିହ୍ନଟ, ଔଷଧ ଉପରେ ରହିବ କ୍ୟୁଆର କୋଡ୍‌

ନୂଆଦିଲ୍ଲୀ: ନକଲି ଔଷଧରେ ଲାଗିବ ଲଗାମ। ନକଲି ଔଷଧ ବିକ୍ରେତାଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ନକଲି ଔଷଧକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଔଷଧ ଉପରେ କ୍ୟୁଆର କୋଡ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ...

ନିବେଶକଙ୍କ ୩.୫ ଲକ୍ଷ କୋଟି ପାଣିରେ ପଡ଼ିଲା, ସେନସେକ୍ସ ୭୦୦ପଏଣ୍ଟ ହ୍ରାସ…

ମୁମ୍ବାଇ,୨।୮ : ବୁଧବାର ଘରୋଇ ଷ୍ଟକ ବଜାରରେ ଏକ ବଡ଼ ହ୍ରାସ ଘଟିଛି। ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ, ସେନ୍ସେକ୍ସ ୭୦୨.୮୮ ପଏଣ୍ଟ ହ୍ରାସ ପାଇ ୬୫,୭୫୬.୪୩ରେ ବନ୍ଦ ହୋଇଛି। ସେନେସେକ୍ସରେ ୧.୦୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ସେହିପରି...

ଗତ ୬ମାସରେ ୫ହଜାର କୋଟି ଟଙ୍କାର କସେମେଟିକ୍‌ କିଣିଛନ୍ତି ମହିଳା, ୪୦ପ୍ରତିଶତ ଅନଲାଇନ ଶପିଂ

ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଜଣାପଡିଛି କି, ଗତ ୬ମାସ ମଧ୍ୟରେ ୫୦୦୦କୋଟି ଟଙ୍କା ମୂଲ୍ୟର ଲିପଷ୍ଟିକ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି। କାନ୍ତାରର ରିପୋର୍ଟ ଅନୁଯାୟୀ, ଭାରତର ଟପ୍‌-୧୦ ସହରରେ...

ନାବାଳିକା ଅବା ନାବାଳକଙ୍କ ସହିତ ଲିଭଇନରେ ରହିବା ଅମାନ୍ୟ, ଏହା ଆଇନ ସମାଜର ବିରୁଦ୍ଧ: ହାଇକୋର୍ଟ…

ଲକ୍ଷ୍ନୌ,୨।୮ : ଯଦି ଲିଭଇନ ସମ୍ପର୍କରେ ରହୁଥିବା ଦୁଇ ମଧ୍ୟରୁ ଜଣେ ନାବାଳିକା ଅବା ନାବାଳକ, ତେବେ ସମ୍ପର୍କକୁ ଅମାନ୍ୟ ବୋଲି ଧରାଯିବ। ଏହା ସୁରକ୍ଷା ଅଧୀନରେ ଆସିବ ନାହିଁ। ଏକ ମାମଲାର ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଏହି...

ମଣିପୁରରେ ଥମୁନି ହିଂସା, ୨ଟି ଘରେ ନିଆଁ ଲଗାଇଲେ ଉପଦ୍ରବକାରୀ

ଇମ୍ଫାଲ,୨।୮: ଜାତିଆଣ ହିଂସାରେ ଏବେ ବି ଜଳୁଛି ମଣିପୁର। ରାଜ୍ୟ ସରକାରଙ୍କ କର୍ଫ୍ୟୁ କୋହଳ ପରେ ମଧ୍ୟ ପୁଣି ଅଣାୟତ୍ତ ହୋଇପଡିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ବୁଧବାର ପୂର୍ବାହ୍ନରେ ଇମ୍ଫାଲର ପଶ୍ଚିମ ଜଲାର ଦୁଇଟି ଘରେ ଊପଦ୍ରବକାରୀମାନେ ନିଆଁ ଲଗାଇ...

ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବି ନାହିଁ: ଓମ ବିର୍ଲା…

ନୂଆଦିଲ୍ଲୀ,୨।୮ : ମଙ୍ଗଳବାର (ଅଗଷ୍ଟ ୧) ଲୋକସଭାରେ ଘଟିଥିବା ଘଟଣାରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବି ନାହିଁ। ଦଳର ସଦସ୍ୟ ତଥା ବିରୋଧୀ...

ସମ୍ବିଧାନ ଦାୟିତ୍ୱବୋଧ ଇଞ୍ଜିନକୁ ବନ୍ଦ କରି ଚାବି ଫିଙ୍ଗି ଦେଇଛନ୍ତି ଭାଜପା ସରକାର: ଚିଦାମ୍ବରମ…

ନୂଆଦିଲ୍ଲୀ,୨।୮ : ମଣିପୁର ହିଂସାକୁ ନେଇ ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚିଦାମ୍ବରମ ଅଭିଯୋଗ କରିଛନ୍ତି ହିଂସା ପ୍ରଭାବିତ ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର...

ଚିତା ବାଘୁଣୀ ଧାତ୍ରୀର ମୃତ୍ୟୁ..

ଭୋପାଳ,୨।୮ : ମଧ୍ୟପ୍ରଦେଶର ଶୋପୁର ଜିଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କୀ ମୃତ୍ୟୁ ଘଟଣା ବନ୍ଦ ହେବାର ନାମ ନେଉନାହିଁ। ବୁଧବାର  ଚିତା ବାଘୁଣୀ ଧାତ୍ରୀର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ...

ନା ହିଂସା ନା ଘୃଣା ଭାଷଣ, ନିଶ୍ଚିତ କରନ୍ତୁ ସରକାର: ସୁପ୍ରିମ୍‌କୋର୍ଟଙ୍କ ତାଗିଦ…

ନୂଆଦିଲ୍ଲୀ,୨।୮ : ନହୁରେ ହିଂସା ଯୋଗୁୁ ହରିୟାଣାର ଅନେକ ସ୍ଥାନରେ ଉତ୍ତେଜନା ବ୍ୟାପିଛି। ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଜଷ୍ଟିସ ଖାନ୍ନା ମୁଖ୍ୟ ପ୍ରାର୍ଥନା କ’ଣ ବୋଲି ପଚାରିଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri