ଜାତୀୟ

ଦିଲ୍ଲୀ ହାଇକୋର୍ଟରୁ ଜାମିନ ଖାରଜ ପରେ ସୁପ୍ରିମକୋର୍ଟ ଯିବେ ସିସୋଡିଆ

ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି (ଏଏପି)ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ମନୀଷ ସିସୋଡିଆଙ୍କ...

ଅଲିମ୍ପିକ ମେଡାଲକୁ ଗଙ୍ଗାରେ କରିବେ ବିସର୍ଜନ, ଆମରଣ ଅନଶନରେ ବସିବେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୩୦।୫: ରେସଲିଂ ଫେଡେରେଶନ ମୁଖ୍ୟ ବ୍ରଜ୍‌ ଭୂଷଣ ଶରଣ ସିଂଙ୍କ ଗିରଫ ପ୍ରତିବାଦରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ମଙ୍ଗଳବାର କୁସ୍ତିଯୋଦ୍ଧାମାନେ ଅଲିମ୍ପିକ ମେଡାଲଙ୍କୁ ଗଙ୍ଗାରେ ବିସର୍ଜନ କରିବେ ବୋଲି ବିନେଶ ଫୋଗାଟ ସୋସିଆଲ ମିଡିଆରେ ଏକ...

ମଣିପୁର ହିଂସା ମାମଲା: ଖାର୍ଗେଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ନୂଆଦିଲ୍ଲୀ,୩୦।୫: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ କଂଗ୍ରେସ ନେତାଙ୍କ ଏକ ପ୍ରତିନିଧୀ ଦଳ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସାକ୍ଷାତରେ ପ୍ରତିନିଧୀ ଦଳ ରାଷ୍ଟ୍ରପତିଙ୍କୁ ମଣିପୁର ହିଂସାରେ ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଏକ...

ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ: ଶାହା

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚଳିତ ବର୍ଷ ୯ବର୍ଷର ଶାସନ କାଳ ପୂରଣ କରିଛନ୍ତି। ଏହି ଅବସରରେ ଭାଜପା ୯ବର୍ଷର କାର୍ଯ୍ୟକାଳକୁ ସାରା ଦେଶରେ ପ୍ରଚାର କରି ଜନସାଧାରଣଙ୍କ ଆଗରେ ରଖିଛି। ଏହି କ୍ରମରେ କେନ୍ଦ୍ର...

ଜମ୍ମୁ-କଶ୍ମୀର ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ପାଟନା,୩୦।୫: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ସକାଳେ ଏକ ବସ୍‌ ଖାଇକୁ ଖସି ପଡିବାରୁ ବିହାରର ୧୦ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେଠାରେ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ଝାଞ୍ଜର କୋଟଲି ଅଞ୍ଚଳରେ ଘଟିଛି। ଯାତ୍ରୀବାହୀ ବସ ଅମୃତସରରୁ କଟରକୁ ଯାଉଥିବାବେଳେ...

ରାଜସ୍ଥାନରେ ଗେହଲଟ-ପାଇଲଟ ଏକାଠି ଲଢିବେ ନିର୍ବାଚନ: କଂଗ୍ରେସ

ନୂଆଦିଲ୍ଲୀ,୩୦।୫: କଂଗ୍ରେସ ସୋମବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାରାଥନ ବୈଠକ କରିଛନ୍ତି। ବୈଠକ ପରେ କଂଗ୍ରେସ କହିଛି,...

ମଣିପୁର ହିଂସାରେ ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଇମ୍ଫାଲ,୩୦।୫: ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଥିବା ବେଳେ ପୁଣି କେତେକ ସ୍ଥାନରେ ହିଂସା ହେଉଥିବା ଖବର ଆସୁଛି। ଏହି ହିଂସାରେ କେତେକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେଜଣ ଆହତ ବି ହୋଇଛନ୍ତି। ଏବେ...

ଲୋକଙ୍କ ଜୀବନରେ ଉନ୍ନତି ପାଇଁ ପ୍ରତ୍ୟେକ ନିଷ୍ପତ୍ତି ନିଆଯାଇଛି: ଭାଜପା ସରକାରଙ୍କ ୯ ବର୍ଷ ପୂରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍‌

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ନଅ ବର୍ଷ ପୂରଣ ହେବା ଅବସରରେ ଏକ ଟୁଇଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଗତ ନଅ ବର୍ଷରେ ପ୍ରତ୍ୟେକ ନିଷ୍ପତ୍ତି ନିଆଯାଇଛି। ଆଜି ଯେବେ...

ଦୁଇ ଦିନ ରିମାଣ୍ଡରେ ସାହିଲ, ଗିରଫ ହେବା ପୂର୍ବରୁ ଲଗାତାର ଦେଖୁଥିଲେ ଟିଭି

ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ ୧୬ ବର୍ଷର ନାବାଳିକାଙ୍କୁ ଛୁରି ଭୂଷି ହତ୍ୟା କରିଥିବା ମାମଲରେ ଅଭିଯୁକ୍ତ ସାହିଲଙ୍କୁ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ଦିଲ୍ଲୀ ପୋଲିସ ସାହିଲଙ୍କୁ ସକାଳ ୧୦ଟାରେ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଛି।...

ଉତ୍ତର ସୀମାରେ ବଢୁନାହିଁ ଚାଇନା ସେନାଙ୍କ ଉପସ୍ଥିତି

ପୁଣେ,୩୦।୫: ମହାରାଷ୍ଟ୍ରର ପୁଣେରେ ମଙ୍ଗଳବାର ଏନଡିଏର ପାସିଂ ଆଉଟ ପରେଡ ସମୟରେ ସିଡିଏସ ଜେନରାଲ ଅନିଲ ଚୌହାନ ଭାରତୀୟ ସେନାଙ୍କ ଚ୍ୟାଲେଞ୍ଜଠାରୁ ମଣିପୁର ହିଂସା ପର୍ଯ୍ୟନ୍ତ ସବୁକୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି କି ଚାଇନାର ପିପୁଲ୍ସ...

ସିସୋଡିଆଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି)ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ମନୀଷ ସିସୋଡିଆଙ୍କ ବିରୋଧରେ ଅଭିଯୋଗ...

ନୂଆ ସଂସଦ ଭବନର ପ୍ରଶଂସା କଲେ ଅଜିତ ପାଓ୍ବାର, କହିଲେ ଦେଶକୁ ଏହାର ଆବଶ୍ୟକତା ଥିଲା

ପୁଣେ,୩୦।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ଅଜିତ ପାଓ୍ବାର ସୋମବାର ନୂଆ ସଂସଦ ଭବନ ଉଦଘାଟନର ପ୍ରଶଂସା କରିଛନ୍ତି। ସମସ୍ତ ଏମପି ଏକାଠି ହୋଇ ସାଧାରଣ ଜନତାଙ୍କ ପାଇଁ କାମ କରିବା ଓ ସେମାନଙ୍କ ସମସ୍ତ ପ୍ରସଙ୍ଗକୁ ବିଚାର କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri