ଜାତୀୟ

ନୂଆ ସଂସଦରେ ଡାକ ଟିକଟ, ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକ ସଭାରେ ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ ସ୍ଥାପନ କରିଛନ୍ତି। ସଂସଦ ଗୃହର ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ...

ଆଫଗାନିସ୍ତାନରେ ଭୂକମ୍ପ: ଦିଲ୍ଲୀ ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଅନେକ ସ୍ଥାନରେ ରବିବାର ୫.୨ ତୀବ୍ରତାର ଭୂକମ୍ପ ଝଟକା। ଦିଲ୍ଲୀ, ହରିୟାଣା ସମେତ ଜମ୍ମୁ, ପୁଞ୍ଛ, ରାଜୋରୀ, ଶ୍ରୀନଗରରେ ପୂର୍ବାହ୍ନ ୧୧.୩୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାଶନାଲ ଫର ସେସମୋଲୋଜି ପକ୍ଷରୁ...

ସଂସଦ ଭବନର ଉଦ୍‌ଘାଟନୀକୁ ରାଜ୍ୟାଭିଷେକ ବୋଲି ଭାବୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ ୧୯ ଦଳ ବିରୋଧ କରିଛନ୍ତି। ତେବେ ଉଦ୍‌ଘାଟନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି...

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଗାଜିପୁର ସୀମାରେ ପହଞ୍ଚିଲେ ଟିକାୟତ

ନୂଆଦିଲ୍ଲୀ,୨୮।୫: ଜାତୀୟ ରାଜଧାନୀ ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ ଲଢେଇ ଜାରି ରହିଛି। ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତ ଗାଜିପୁର ସୀମାରେ ପହଞ୍ଚି ଏହି ପ୍ରତିବାଦରେ ସମ୍ପୃକ୍ତ କୃଷକ ଏବଂ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଗାଜିପୁର ସୀମାରେ ଚାଷୀଙ୍କୁ ସମ୍ବୋଧିତ...

ଜନ୍ତର ମନ୍ତରରେ ଉତ୍ତେଜନା, କେତେଜଣ କୁସ୍ତିଯୋଦ୍ଧା ଅଟକ, ବଜରଙ୍ଗ ପୁନିଆ କହିଲେ ଆମକୁ ଗୁଳି କର

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜନ୍ତର ମନ୍ତରରେ ନୂଆ ସଂସଦ ଭବନ ସାମ୍ନାରେ ରେସଲରମାନେ ମହାପଞ୍ଚାୟତ କରିବାକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଦେଇଛି। ଏହାପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଛି। କୁସ୍ତିଯୋଦ୍ଧାମାନେ ପୋଲିସ ବାରିକେଡକୁ ପାର ହୋଇ ଯିବାକୁ ଚେଷ୍ଟା...

ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ

ରାଞ୍ଚି,୨୮।୫: ଝାଡଖଣ୍ଡରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହେତୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଧନବାଡ ଜିଲାର ବାରଓ୍ବାଡା ଅଞ୍ଚଳରେ ବଜ୍ରପାତରେ ଜଣେ ମହିଳା ଏବଂ ଝିଅଙ୍କ ମୃତ୍ୟୁ ଘଟିଛି। ସେହିପରି ଜାମସେଦପୁର ବେହେରାଗୋଡା ଏବଂ ଗୁମଲା...

ସମସ୍ତଙ୍କୁ ଏକାଠି କରିବାର କାମ କରିଛି ‘ମନ କି ବାତ’: ମୋଦି

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୨୮ ମେ’ରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି, ‘ମନ କି ବାତ’ର ଏହି ଏପିସୋଡ ସେକେଣ୍ଡ ସେଞ୍ଚୁରୀର ଆରମ୍ଭ। ଗତ ମାସରେ...

ନୂଆ ସଂସଦ ଭବନ ଉଦଘାଟନକୁ ନେଇ ପୁଣି ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ମେ’ ୨୮ରେ ଦେଶର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏଥି ସହିତ କଂଗ୍ରେସ, ଟିଏମସି,...

ଶପଥ ନେଇଥିବା ମନ୍ତ୍ରୀଙ୍କୁ ଖୁବ୍‌ଶୀଘ୍ର ବଣ୍ଟାଯିବ ବିଭାଗ: ସିଦ୍ଦାରାମାୟା

କର୍ନାଟକ,୨୮।୫: କର୍ନାଟକରେ ଶନିବାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇଛି। କଂଗ୍ରେସ ପକ୍ଷରୁ ୨୪ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀଙ୍କୁ ଖୁବ୍‌ଶୀଘ୍ର ବିଭାଗ ବଣ୍ଟନ କରାଯିବ। ଖବରଦାତାଙ୍କ ସହ କଥାବାର୍ତ୍ତା କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି,...

ନୂଆ ସଂସଦ ଭବନର ଉଦ୍‌ଘାଟନ ପରେ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଏବଂ ଅନ୍ୟ ମନ୍ତ୍ରୀମାନେ ସେଣ୍ଟ୍ରାଲ ହଲ୍‌ରେ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନୂଆ ସଂସଦ ଭବନ ଭିତରେ ଚାଣକ୍ୟ...

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା: ଏଫ୍‌ବିଆଇର ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଓଡ଼ିଶା ସରକାର

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୫: ଓଡ଼ିଶା ସରକାରର ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଆମେରିକାର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍‌ବିଆଇ)ର ସହାୟତା ଲୋଡିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ସରକାର ଏକ ବିବୃତ୍ତିରେ କହିଛନ୍ତି, ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସ୍‌ଆଇ)...

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ନୂଆ ସଂସଦ ଭବନ ଆଗରେ ହେବ ମହିଳା ପଞ୍ଚାୟତ, ସାମିଲ ହେବେ ଚାଷୀ ନେତା

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି ନୂଆ ସଂସଦ ଭବନ ସମ୍ମୁଖରେ ମହିଳା ପଞ୍ଚାୟତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri