ଜାତୀୟ

ଖାଇକୁ ଖସିଲା କ୍ରୁଜର: ୭ ମୃତ

ଶ୍ରୀନଗର,୨୪।୫: ଜମ୍ମୁ-କଶ୍ମୀରର କିଶ୍ଚଓ୍ବରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଧାନ୍ଦୁର ପାଓ୍ବାର ପ୍ରକଳ୍ପର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ କ୍ରୁଜ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।...

ଏଏପି ନେତା ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ,୨୪।୫: ଏଏପି ନେତା ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ବୁଧବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ପକ୍ଷରୁ ଚଢାଉ କରାଯାଇଛି । ଏହି ସମୟରେ ସଞ୍ଜୟ ସିଂ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହ ଅନ୍ୟ ଦଳର ନେତାଙ୍କୁ ଭେଟିବାକୁ ଦିଲ୍ଲୀ ବାହାରିଛନ୍ତି।...

ମମତାଙ୍କ ପରେ ଆଜି ଉଦ୍ଧବଙ୍କୁ ଭେଟିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀରେ ସରକାରୀ କର୍ମଚାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବିରୋଧୀଙ୍କ ସମର୍ଥନ ଲୋଡିବାକୁ କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ମଙ୍ଗଳବାର କେଜ୍‌ରିଓ୍ବାଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ, ଏହା ପରେ ସେ ଦାବି କରିଛନ୍ତି...

ଜାକ୍‌ଲିନ୍‌ଙ୍କୁ ବିଦେଶ ଗସ୍ତ ଅନୁମତି

ନୂଆଦିଲ୍ଲୀ, ୨୪ା୫: ମହାଠକ ସୁରେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଏବଂ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିସ୍‌ଙ୍କୁ ବିଦେଶ ଯିବା ଲାଗି ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ ଅନୁମତି ଦେଇଛନ୍ତି। ସେ ମେ’୨୫ରୁ ଜୁନ୍‌ ୧୨ ମଧ୍ୟରେ...

ଆସନ୍ତା ୨୮ରେ ନୂତନ ସଂସଦ ଭବନ ସମ୍ମୁଖରେ ମହିଳା ମହାପଞ୍ଚାୟତ କରିବେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୪।୫: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦେଶର କୁସ୍ତିଯୋଦ୍ଧାମନଙ୍କର ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣା ଜାରି ରହିଛି। ଏହି ସମୟରେ କୁସ୍ତିଯୋଦ୍ଧାମାନେ ଆସନ୍ତା ୨୮ରେ ନୂତନ ସଂସଦ ଭବନ ସମ୍ମୁଖରେ ମହିଳା ମହାପଞ୍ଚାୟତ...

ପୋଲିସ୍‌ ଗାଡ଼ି ଭଙ୍ଗାରୁଜା ନେଇ ଅଭିନେତ୍ରୀ ଡିମ୍ପଲଙ୍କ ନାଁରେ ମାମଲା

ହାଇଦ୍ରାବାଦ, ୨୪ା୫: ଜଣେ ଆଇପିଏସ୍‌ ଅଫିସରଙ୍କ କାର୍‌ ଭଙ୍ଗାରୁଜା ଅଭିଯୋଗରେ ଟଲିଉଡ୍‌ ଅଭିନେତ୍ରୀ ଡିମ୍ପଲ ହାୟାଥି ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଡିସିପି (ଟ୍ରାଫିକ୍‌-୧) ରାହୁଲ ହେଗ୍‌ଡେ ତାଙ୍କ କାର୍‌କୁ ଜୁବିଲି ହିଲ୍ସ ସ୍ଥିତ...

କାମି ରୀତାଙ୍କ ବିଶ୍ୱ ରେକର୍ଡ

କାଠମାଣ୍ଡୁ, ୨୪ା୫: ବର୍ଷୀୟାନ ପର୍ବତାରୋହୀ କାମି ରୀତା ଶେର୍ପା ମଙ୍ଗଳବାର ୨୮ତମ ଥର ଏଭେରେଷ୍ଟ ଆରୋହଣ କରି ତାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ସର୍ବାଧିକ ଥର ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ କରିବାରେ ଏହା ବିଶ୍ୱ ରେକର୍ଡ। ପର୍ବତାରୋହୀମାନଙ୍କ...

୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ବିମୁଦ୍ରୀକରଣ ନୁହେଁ

ନୂଆଦିଲ୍ଲୀ, ୨୪ା୫ (ପି.ଟି.): ୨,୦୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରିନେବା ବିମୁଦ୍ରୀକରଣ ନୁହେଁ ବରଂ ବୈଧାନିକ କାର୍ଯ୍ୟ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛି। ପରିଚାଳନାଗତ ସୁବିଧା ପାଇଁ ଉକ୍ତ ନୋଟ୍‌ ବଦଳାଇବାକୁ ନିଷ୍ପତ୍ତି...

୪ କଶ୍ମୀରୀ ଖବରଦାତାଙ୍କୁ ତୁରନ୍ତ ଛାଡ଼

ନୂଆଦିଲ୍ଲୀ,୨୪ା୫: ପ୍ୟାରିସରେ ମୁଖ୍ୟାଳୟ ଥିବା ମିଡିଆ ଓ୍ବାଚ୍‌ଡଗ୍‌ ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ ଏବର୍ଷ ୧୮୦ ଦେଶକୁ ନେଇ ପ୍ରସ୍ତୁତ କରିଥିବା ଓ୍ବାଲର୍‌ଡ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସ ବା ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତକୁ ୧୬୧ତମ ସ୍ଥାନରେ ରଖିଛି। ସର୍ବବୃହତ୍‌...

ଏକସଙ୍ଗେ ୫ ଶିଶୁକନ୍ୟା ଜନ୍ମଦେଲେ ମହିଳା

ରାଞ୍ଚତ୍, ୨୪ା୫: ଏକ ବିରଳ ଘଟଣା କ୍ରମରେ ଝାଡ଼ଖଣ୍ଡର ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଆର୍‌ଆଇଏମ୍‌ଏସ୍‌)ରେ ସୋମବାର ଜଣେ ମହିଳା ଏକସଙ୍ଗେ ୫ କନ୍ୟାସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଅଙ୍କିତା ନାମ୍ନୀ ଏହି ମହିଳାଙ୍କ ଘର ଚତ୍ରା ଜିଲା ଇଟ୍‌ଖୋରି...

କେନ୍ଦ୍ର,ଆସାମ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ ଜାରି…

ନୂଆଦିଲ୍ଲୀ,୨୩।୫ : ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଆସାମ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପରିବେଶ କାର୍ଯ୍ୟକର୍ତ୍ତା ରୋହିତ ଚୌଧୁରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଜାରି କରିଛନ୍ତି। ଏହି ଆବେଦନରେ...

ସି ସ୍କିମିଂ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା…

ମୋର୍ମୁଗୋଆ,୨୩।୫ : ଭାରତୀୟ ନୌସେନା ଏହାର ସ୍ବଦେଶୀ ସି ସ୍କିମିଂ କ୍ଷେପଣାସ୍ତ୍ର ବିନାଶକ ଆଇଏନଏସ ମୋର୍ମୁଗୋଆରୁ ମଧ୍ୟମ ରେଞ୍ଜ ସର୍ଫେସକୁ ଏୟାର ମିଶାଇଲକୁ ସଫଳତାର ସହ ପରୀକ୍ଷଣ କରିଛି। ମଙ୍ଗଳବାର ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଭାରତୀୟ ନୌସେନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri