ଜାତୀୟ

କର୍ନାଟକରେ ଏବେ କ୍ୟାବିନେଟ ପୋର୍ଟଫୋଲିଓର ଡିମାଣ୍ଡ, ମୁସଲମାନ ମାଗିଲେ ତାଙ୍କ ସମ୍ପ୍ରଦାୟର ନେତା

ବେଙ୍ଗାଲୁରୁ,୧୬।୫: ଗତ ସପ୍ତାହରେ ଅର୍ଥାତ ଶନିବାର ମେ’୧୩ରେ ଘୋଷଣା ହେଲା କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ। ଏଥିରେ କଂଗ୍ରେସ ବିଜୟୀ ହେଲା। ଗୋଟିଏ ପଟେ କଂଗ୍ରେସ ମୁଖ୍ୟମନ୍ତ୍ରୀ ବାଛିବାକୁ ବୈଠକ କରିଚାଲିଥିବା ବେଳେ ଏହା ୩ ଦିନ ହେବ ସ୍ଥିର...

ଆଜି ଖାର୍ଗେ ଘୋଷଣା କରିପାରନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ନାମ, ଫାଇନାଲ ଲାଇନର ନିକଟତର ସିଦ୍ଦାରାମାୟା

ନୂଆଦିଲ୍ଲୀ,୧୬।୫: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ବି ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ୩ ଦିନ ହେବ କଂଗ୍ରେସ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ସୋମବାର ଏହାକୁ ନେଇ ଦିନସାରା ଚର୍ଚ୍ଚା ଜାରି ରହିଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ...

ଭାଙ୍ଗିବନି ଶିନ୍ଦେ-ଫଡ୍‌ନବିସ ସରକାର: ଅଜିତ ପାଓ୍ବାର

ମୁମ୍ବାଇ,୧୬।୫: ମହାରାଷ୍ଟ୍ରର ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶୁଣାଯାଇଥିବା ରାୟ ପରେ ଏବେ ସମସ୍ତଙ୍କ ଅପେକ୍ଷା ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ। କାରଣ ସେ ହିଁ ଶିନ୍ଦେ ଗ୍ରୁପର ୧୬ ବିଧାୟକଙ୍କ ଅଯୋଗ୍ୟତା ଉପରେ ଶେଷ ନିଷ୍ପତ୍ତି...

‘ଦ କେରଲା ଷ୍ଟୋରି’କୁ ନେଇ ଜମ୍ମୁ-କଶ୍ମୀରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଅନେକେ ଆହତ

ଜମ୍ମୁ,୧୬।୫: ବଲିଉଡର ବିବାଦୀୟ ମୁଭି ‘ଦ କେରଲା ଷ୍ଟୋରି’କୁ ନେଇ ଗୋଟିଏ ପଟେ ରାଜନୈତିକ ଲଢେଇ ଜାରି ରହିଥିବା ବେଳେ ଏବେ ଜମ୍ମୁ ଓ କଶ୍ମୀରରେ ମେଡିକାଲ ଛାତ୍ରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୫ ମେଡିକାଲ...

ଏୟାର୍‌ ହୋଷ୍ଟେସ୍‌ଙ୍କ ସହ ଦୁର୍ବ୍ୟବହାର: ଯାତ୍ରୀ ଗିରଫ

ଅମୃତସର,୧୬।୫: ଦୁବାଇରୁ ଅମୃତସର ଆସୁଥିବା ବିମାନରେ ଜଣେ ଯୁବକ ଏୟାର ହୋଷ୍ଟେସ୍‌ଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଜଲନ୍ଧରସ୍ଥିତ କୋଟଲିର ରଜିନ୍ଦର ସିଂଙ୍କର କୌଣସି କାରଣରୁ ଏୟାର ହୋଷ୍ଟେସ୍‌ଙ୍କ ସହ ଝଗଡ଼ା ହୋଇଥିଲା। କିଛି ସମୟ ଯୁକ୍ତିତର୍କ ଚାଲିବା...

ଗୁରୁଦ୍ୱାରାରେ ମଦ ପିଇବାରୁ ଯୁବତୀଙ୍କୁ ହତ୍ୟା

ପଟିଆଲା,୧୬।୫: ଦୁଃଖ ନିବାରଣ ସାହିବ ଗୁରୁଦ୍ୱାରା ପରିସରରେ ଜଣେ ଯୁବତୀ ମଦ ପିଇବା ନେଇ ଜଣେ ଯୁବକ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପରଓ୍ବିନ୍ଦର କୌର (୩୦) ସରୋବର ନିକଟରେ ବସି ମଦ ପିଉଥିବାର ଗୁରୁଦ୍ୱାରା ସଙ୍ଗତ ଦେଖିଥିଲେ।...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ

ନୂଆଦିଲ୍ଲୀ, ୧୬ା୫: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସୋମବାର ଇଣ୍ଡିଆ ଆହେଡ୍‌ ନ୍ୟୁଜ୍‌ର ଅରବିନ୍ଦ କୁମାର ସିଂଙ୍କୁ ଗିରଫ କରିଛି। ବେଆଇନ ଭାବେ ସଂଗୃହୀତ ୧୭ କୋଟି ଟଙ୍କାକୁ ସିଂ ହାଓ୍ବଲା ଚ୍ୟାନେଲ ଜରିଆରେ ସାଉଥ୍‌ ଗ୍ରୁପ୍‌ ପାଖକୁ...

ଗେହଲଟଙ୍କୁ ୧୫ ଦିନିଆ ମହଲତ ଦେଲେ ପାଇଲଟ୍‌

ଜୟପୁର, ୧୬ା୫ :ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ସୋମବାର ତାଙ୍କର ୫ ଦିନିଆ ଜନସଂଘର୍ଷ ଯାତ୍ରା ଉଦ୍‌ଯାପନ କରିଛନ୍ତି। ବସୁନ୍ଧରା ରାଜେଙ୍କ ସରକାର ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଓ୍ବାଙ୍ଖଡ଼େଙ୍କ ବିରୋଧରେ ସିବିଆଇ ଏତଲା

ମୁମ୍ବାଇ, ୧୬ା୫: ୨୫ କୋଟି ଟଙ୍କା ନ ଦେଲେ ନିଶା କାରବାର ଅଭିଯୋଗରେ ପୁଅ ଆର୍ୟନ ଖାନ୍‌ଙ୍କ ବିରୋଧରେ ମାମଲା ଦାଏର କରାଯିବ ବୋଲି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପରିବାରକୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ପୂର୍ବତନ ଜୋନାଲ ନିର୍ଦ୍ଦେଶକ...

ଅବସର ନେବାବେଳେ ଭାବବିହ୍ବଳ ହେଲେ ଜଷ୍ଟିସ୍‌ ଶାହ

ସୁପ୍ରିମକୋର୍ଟର ଚତୁର୍ଥ ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ ସୋମବାର ଅବସର ଗ୍ରହଣ କରିଛନ୍ତି। କୋର୍ଟ ରୁମ୍‌ରେ ତାଙ୍କର ଶେଷ କାର୍ଯ୍ୟଦିବସରେ ଜଷ୍ଟିସ୍‌ ଶାହ ଭାବବିହ୍ବଳ ହୋଇଯାଇଥିଲେ। ସେ ଅବସର ନେବା ଲୋକ ନୁହନ୍ତି, ଜୀବନର ଏକ ନୂଆ ଇନିଂସ...

ଛାଡ଼ପତ୍ର ପାଇଁ ସମାନ ଆଇନ ହେଉ

ଛାଡ଼ପତ୍ର ପାଇଁ ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ସମାନ ଆଇନ ଓ ସମାନ ପ୍ରକ୍ରିୟା ଅବଲମ୍ବନ କରାଯାଉ ବୋଲି କ୍ରିକେଟର ମହମ୍ମଦ ଶାମିଙ୍କ ସ୍ତ୍ରୀ ହାସିନ ଜାହାଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ତଲାକ ଦେବାର ଏକମାତ୍ର ଅଧିକାର ମୁସଲମାନ...

କର୍ନାଟକ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ହୋଇପାରୁନି

ନୂଆଦିଲ୍ଲୀ, ୧୬ା୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇପାରୁନି। ବରିଷ୍ଠ ନେତା ସିଦ୍ଦାରାମାୟା ଏବଂ ଦଳର ରାଜ୍ୟ ସଭାପତି ଡି.କେ. ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଲାଗି ଦାବିଦାର ହୋଇଥିବାବେଳେ କାହାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri