ଜାତୀୟ

ଭାଜପା ନେତାଙ୍କ ଦୁଆରେ ଉପହାର ଫିଙ୍ଗି ଦେଇ ଗଲେ ଭୋଟର

ବେଙ୍ଗାଲୁରୁ,୧୧।୫: ମଙ୍ଗଳବାର ରାତିରେ କର୍ନାଟକ ବିଧାନସଭା ନିର୍ବାଚନର ପୂର୍ବ ସନ୍ଧ୍ୟାରେ କଥିତ ଭାବେ ଭାଜପାର କର୍ମୀ ଓ ପେଟ ବିଧାନସଭା ଅଞ୍ଚଳରେ ମତଦାତାଙ୍କୁ ଶାଢି ଓ ଚିକେନ ବଣ୍ଟାଯାଇଥିଲା। ବୁଧବାର କଂଗ୍ରେସ ଏ ସମ୍ପର୍କରେ ଜାଣିବା ପରେ ପ୍ରଶ୍ନ କରିବା...

ଖୁବ୍‌ଶୀଘ୍ର ପ୍ରକାଶ ପାଇବ ସିବିଏସ୍‌ଇ ରେଜଲ୍ଟ

ନୂଆଦିଲ୍ଲୀ,୧୧ା୫: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ନିକଟରେ ଏକ ସର୍କୁଲାରରେ କହିଛି ଯେ, ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ଛାତ୍ରୀଛାତ୍ର ସେମାନଙ୍କ ଫଳାଫଳକୁ ବୋର୍ଡର results.cbse.nic.in କିମ୍ବା cbseresults.nic.inରେ ଦେଖିପାରିବେ। ଛାତ୍ରୀଛାତ୍ରଙ୍କ...

ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ଭୋପାଳ,୧୧।୫: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ଦୁଇଟି ବସ ମାନ୍ଦସୌର ଜିଲାର ଅଲଗା ଅଲଗା ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥି ମଧ୍ୟରୁ ଗୋଟିଏ ବସ୍‌ କଲଭର୍ଟରୁ ନଦୀରେ ଓଲଟି ପଡିଥିବାବେଳେ ଅନ୍ୟ ବସ୍‌ ମଧ୍ୟ...

‘ରାଜନୀତିରେ ମତଭେଦ ଲାଗି ରହିଥାଏ’, ନୀତୀଶଙ୍କୁ ଭେଟିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଉଦ୍ଧବ

ମୁମ୍ବାଇ,୧୧।୫: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଗୁରୁବାର ମୁମ୍ବାଇରେ ସାକ୍ଷାତ୍‌ କରିଛନ୍ତି। ଏହି ସାକ୍ଷାତକାର ଆସନ୍ତା ବର୍ଷ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବାକୁ ଅଣ ରାଷ୍ଟ୍ରୀୟ...

ନୀତୀଶଙ୍କୁ ଝଟକା: ଜେଡିୟୁ ଛାଡି ଭାଜପାରେ ମିଶିଲେ ବରିଷ୍ଠ ନେତା

ନୂଆଦିଲ୍ଲୀ,୧୧।୫: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଜେଡିୟୁ ଛାଡି ଗୁରୁବାର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି। ଭାଜପାରେ ଯୋଗଦେବା ପରେ ରାମଚନ୍ଦ୍ର ପ୍ରସାଦ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିବା ସହ...

‘ଗଣତନ୍ତ୍ରର ବିଜୟ ହୋଇଛି’… ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଲେ କେଜିର୍‌ଓ୍ବାଲ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଏଏପି...

୧୨ରେ ବହୁଚର୍ଚ୍ଚିତ ଆଦାନୀ-ହିଣ୍ଡେନ୍‌ବର୍ଗ ମାମଲାର ହେବ ଶୁଣାଣି

ନୂଆଦିଲ୍ଲୀ,୧୧ା୫: ବହୁଚର୍ଚ୍ଚିତ ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ୧୨ ତାରିଖରେ ହେବ। ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ମୂଲ୍ୟରେ ଜାଲିଆତି କରିଥିବା ଏବଂ ନିୟାମକ ନିକଟରେ ତଥ୍ୟ ଉପସ୍ଥାପନ ନିୟମ ଉଲ୍ଲଂଘନ ଅଭିଯୋଗ ଉପରେ ଦୁଇ ମାସ ମଧ୍ୟରେ ତଦନ୍ତ...

ଉଦ୍ଧବଙ୍କ ଭୁଲ ପାଇଁ ବଞ୍ଚିଗଲେ ଶିନ୍ଦେ ସରକାର: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୧।୫ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବନାମ ଉଦ୍ଧବ ଠାକରେଙ୍କ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୧୬ ମହାରାଷ୍ଟ୍ର ବିଧାୟକଙ୍କ ଅଯୋଗ୍ୟ ମାମଲା ଏକ ବୃହତ ବେଞ୍ଚକୁ ପଠାଯାଇଛି। ସିଜେଆଇ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏହି ରାୟ...

ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ ବିଜୟ

ନୂଆଦିଲ୍ଲୀ,୧୧।୫: କେନ୍ଦ୍ର ଓ ଦିଲ୍ଲୀ ମଧ୍ୟରେ ଜାତୀୟ ରାଜଧାନୀର ପ୍ରଶାସନିକ ସେବା ନିୟନ୍ତ୍ରଣକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ଉପରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଗୁରୁବାର ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ...

ମୋଦି ସରକାରଙ୍କ ୯ ବର୍ଷ ଶାସନରେ ମୁଣ୍ଡପିଛା ଆୟ ହୋଇଛି ଦୁଇଗୁଣା…

ନୂଆଦିଲ୍ଲୀ,୧୧।୫ : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଗତ ୯ ବର୍ଷ ମଧ୍ୟରେ ଏହା ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୧୪ ରେ...

ମନସୁଖ ହୋଇ ପାରନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ !…

ଅହମଦାବାଦ,୧୧।୫ : କର୍ନାଟକ ର୍ନିବାଚନ ଫଳାଫଳ ପରେ ଭାରତୀୟ ଜନତା ପାର୍ଟି ନୀତି ସରକାରରେ ଅନେକ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କ ପରିବର୍ତ୍ତନ ସହିତ ଉତ୍ତରପ୍ରଦେଶ କ୍ୟାବିନେଟରେ ପରିବର୍ତ୍ତନ ଘଟିବାର ଆଶା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନାଶନାଲ ଟେକ୍ନୋଲୋଜି ଡେ’ରେ ପ୍ରଧାନମନ୍ତ୍ରୀ ମୋଦି କିଛି ବୈଜ୍ଞାନିକ ପରିଯୋଜନାର କଲେ ଶିଳାନ୍ୟାସ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଶନାଲ ଟେକ୍ନୋଲୋଜି ଡେ’ ଅବସରରେ କିଛି ବୈଜ୍ଞାନିକ ପରିଯୋଜନାର ଶିଳାନ୍ୟାସ କରିବା ସହ ସ୍ମାରକ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି, ମୁଁ ସେହି ଦିନକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri