ଜାତୀୟ

ନିଜ ପାପ ପାଇଁ ରାହୁଲଙ୍କୁ କ୍ଷମା ମାଗିବାକୁ ପଡିବ: ନଡା

ନୂଆଦିଲ୍ଲୀ,୧୭।୩: ଭାଜପା ସଭାପତି ଜେପି ପଡା ଶୁକ୍ରବାର ପୁଣି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଲଣ୍ଡନରେ ଦେଇଥିବା ଜାତୀୟ ବିରୋଧୀ ବିବୃତ୍ତିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଦେଶ ତଥା ସଂସଦରେ କ୍ଷମା ମାଗିବାକୁ ପଡ଼ିବ ବୋଲି ସେ...

ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ସମାପ୍ତ କରିବାକୁ ଭାଜପା ଏମ୍‌ପିଙ୍କ ଦାବି

ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତର ଗଣତନ୍ତ୍ର ଉପରେ ଦେଇଥିବା ବିବୃତ୍ତିକୁ ନେଇ ଜୋରଦାର ବିରୋଧ କରାଯାଉଛି। ଏପରିକି ସଂସଦରେ ରାହୁଲ ଗାନ୍ଧୀ କ୍ଷମା ମାଗିବାକୁ ଭାଜପା ଜିଦ୍‌ ଧରିଛି। ଏହି ସମୟରେ ଭାଜପା ସ୍ପଷ୍ଟ କରିଛି...

ପରୀକ୍ଷା ଚାପରେ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର: ମୃତଦେହ ଝୁଲୁଥିବା ଦେଖି ଘର ମାଲିକଙ୍କ ହୃଦ୍‌ଘାତରେ ମୃତ୍ୟୁ

ଜୟପୁର,୧୭।୩: ରାଜସ୍ଥାନର ଧୋଲପୁର ଜିଲାର ଜଣେ ଦଶମ ଛାତ୍ର ପରୀକ୍ଷା ଚାପ ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ଏକ ଭଡା ଘରେ ଫାଶୀ ଦେଇଥିଲେ। ମୃତଦେହ ଝୁଲୁଥିବାର ଦେଖି ଘର ମାଲିକଙ୍କ ହୃଦଘାତରେ ମୃତ୍ୟୁ ଘଟିଛି।...

‘ଟାୱାର ଅଫ ଲଣ୍ଡନ’ରେ ପ୍ରଦର୍ଶନ ପାଇଁ ରଖାଯିବ ଭାରତର କୋହିନୂର ହୀରା

ନୂଆଦିଲ୍ଲୀ,୧୭ ।୩: ବ୍ରିଟେନ ମହାରାଣୀଙ୍କ ମୁକୁଟରେ ଲାଗିଥିବା କୋହିନୂର ହୀରା ପୁଣିଥରେ ଆସିଛି ଚର୍ଚ୍ଚାକୁ । ଗତବର୍ଷ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ କୋହିନୂର ହୀରା ସହ ଜଡିତ ମୁକୁଟ କିଙ୍ଗ ଚାର୍ଲସ ତୃତୀୟଙ୍କ ପତ୍ନୀ କୁଇନ କଂସୋର୍ଟ...

ଫଡ୍‌ନବିସ୍‌ଙ୍କ ସ୍ତ୍ରୀଙ୍କୁ ବ୍ଲାକ୍‌ମେଲ୍‌: ଡିଜାଇନର୍‌ ଗିରଫ

ମୁମ୍ବାଇ ୧୭। ୩:ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ସ୍ତ୍ରୀ ତଥା ବ୍ୟାଙ୍କର ଅମୃତା ଫଡ୍‌ନବିସ୍‌ଙ୍କୁ ମୁମ୍ବାଇର ଜଣେ ଡିଜାଇନର୍‌ ବ୍ଲାକ୍‌ମେଲ୍‌ କରିବା ନେଇ ଥାନାରେ ଅଭିଯୋଗ ହେବାପରେ ଗୁରୁବାର ଉକ୍ତ ଡିଜାଇନରଙ୍କୁ ପୋଲିସ ଗିରଫ କରିଛି। ଅନିକ୍ସା ନାମ୍ନୀ ଡିଜାଇନଙ୍କ...

ମୋଦିଙ୍କୁ ନୋବେଲ ପୁରସ୍କାର ଗୁଜବ

ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନବରତ ପ୍ରୟାସ କରୁଛନ୍ତି। ତେଣୁ ମୋଦି ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ଦୃଢ଼ ଦାବିଦାର। ଏହି ପୁରସ୍କାର ଲାଗି ତାଙ୍କ ନାମ ବିଚାରକୁ ନିଆଯାଇପାରେ ବୋଲି ନରଓ୍ବେଜିଆନ୍‌...

ସାମ୍ବିଧାନିକ ପୀଠରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ, ୧୭ା୩(ପି.ଟି.):ମହାରାଷ୍ଟ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବିବାଦରୁ ସୃଷ୍ଟ ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟରେ ଦାଏର ଏକାଧିକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି।...

ସ୍ବାମୀଙ୍କୁ ବାଣ୍ଟିନେଲେ ଦୁଇ ସ୍ତ୍ରୀ

ଗ୍ବାଲିଅର, ୧୭। ୩:ମଧ୍ୟପ୍ରଦେଶର ଗ୍ବାଲିଅରରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ନିଜ ୨ ସ୍ତ୍ରୀଙ୍କୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ୨୦୧୮ରେ ଗ୍ବାଲିଅରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଉଭୟେ ଦୁଇବର୍ଷ ଗୁରୁଗ୍ରାମରେ ଏକାଠି ରହିବା ପରେ ୨୦୨୦ରେ କୋଭିଡ୍‌...

କଶ୍ମୀରକୁ ଫେରାଅ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୩:ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ଫେରସ୍ତ ଦାବିକୁ ଜାତୀୟ ସ୍ତରର ବିରୋଧୀ ନେତାମାନେ ଗୁରୁବାର ସମର୍ଥନ କରିଛନ୍ତି। ଏଥିସହ ଏହି ପ୍ରାକ୍ତନ ରାଜ୍ୟରେ ଅବିଳମ୍ବେ ବିଧାନସଭା ନିର୍ବାଚନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏପରି କି ବିରୋଧୀ ଦଳଗୁଡ଼ିକର ନେତାମାନେ...

ଦେଶରେ ୫୦୦ ଛୁଇଁବାକୁ ଯାଉଛି ଏଚ୩ଏନ୨ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭ ।୩: ସାରା ଦେଶରେ ଏଚ୩ଏନ୨ ଇନଫ୍ଲୁଏନ୍‌ଞା ଭାଇରସରେ ଜାନୁୟାରୀ ୧ରୁ ଏବେ ପର୍ଯ୍ୟନ୍ତ ୪୫୦ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ମଧ୍ୟ ପ୍ରଦେଶରେ ବି ଏଚ୩ଏନ୨ ଇନଫ୍ଲୁଏନଞ୍ଜାର ପ୍ରଥମ ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ରାଜଧାନୀ...

ଦେଶରେ ୩୦ ପ୍ରତିଶତ ହାଇକୋର୍ଟର ବିଚାରପତିଙ୍କ ପଦବୀ ଖାଲି

ନୂଆଦିଲ୍ଲୀ,୧୭।୩: ଦେଶରେ ହାଇକୋର୍ଟର ବିଚାରପତିଙ୍କ ପ୍ରାୟ ୩୦ ପ୍ରତିଶତ ପଦବୀ ଖାଲି ଅଛି। ହାଇକୋର୍ଟଗୁଡିକର ୧,୧୧୪ ବିଚାରପତିଙ୍କ ଅନୁମୋଦିତ ସଂଖ୍ୟା ରହିଛି ଏବଂ ବର୍ତ୍ତମାନ ୭୮୦ଟି ପଦବୀ ପୂରଣ ହୋଇଥିବାବେଳେ ୩୩୪ଟି ପଦବୀ ଖାଲି ଥିବା ଆଇନ ମନ୍ତ୍ରୀ କିରେନ...

ଶୁଆ ମୃତ୍ୟୁକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ମାଲିକ

କାନପୁର,୧୭।୩: ୟୁପିର କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। କାନପୁରର କିଡୱାଇନାଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଚିକିତ୍ସା ସମୟରେ ଜଣେ ଅସୁସ୍ଥ ଶୁଆର ମୃତ୍ୟୁ ଘଟିଛି। ଶୁଆର ମାଲିକ ଡାକ୍ତରଙ୍କ ଅବହେଳା ଅଭିଯୋଗରେ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri