ଜାତୀୟ

ସର୍ବଦଳୀୟ ବୈଠକ ଶେଷ: ସରକାରଙ୍କୁ ଘେରିବାକୁ ବିପକ୍ଷ ପ୍ରସ୍ତୁତ

ନୂଆଦିଲ୍ଲୀ,୧୨।୩: ବାର୍ଷିକ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ବାସଭବନରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାରଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅଧିବେଶନରେ ଫାଇନାନ୍ସ ବିଲ ପାସ କରିବା...

ୟୁପିରେ ଏସ୍‌ପି ସହ ମେଣ୍ଟ କରିବ ଜେଡିୟୁ

ପାଟନା,୧୨।୩: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରବିବାର ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ସହ-ହୋଲି ମିଳନ ସମାରୋହ କାର୍ଯ୍ୟକ୍ରମରେ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ଆସନ୍ତା ଲୋକ ସଭା ନିର୍ବାଚନରେ ଦଳ ସମାଜବାଦୀ ପାର୍ଟି...

ବଢିଲା ସଂକ୍ରମଣ: କେରଳରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୨ା୩: ଭାରତରେ ରବିବାର ୫୨୪ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୧୧୩ ଦିନ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ନୂଆ ସଂକ୍ରମଣ ସହ ସକ୍ରିୟ ମାମଲା ସଂଖ୍ୟା...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେତେ ବଦନାମ କରିବ, ଦେଶରେ ସେତେ ପଦ୍ମ ଫୁଟିବ: ମୋଦି

ଥିରୁଭାନନ୍ତପୁରମ୍‌,୧୨।୩: କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ବରିଷ୍ଠ ନେତା ଅମିତ ଶାହା ରବିବାର ଦିନିକିଆ ଗସ୍ତରେ କେରଳରେ ପହଞ୍ଚିଛନ୍ତି। ଏଠାରେ ଭାଜପାର ଥ୍ରୀସୁର ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, କଂଗ୍ରେସ ନେତା...

ଯାନ୍ତ୍ରିକ ତ୍ରୁଟି: ଜରୁରିକାଳୀନ ଅବତରଣ କଲା ବାୟୁସେନା ବିମାନ

ଯୋଧପୁର,୧୨।୩: ଭାରତୀୟ ବାୟୁସେନାର ମି-୧୭ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁ ରବିବାର ରାଜସ୍ଥାନର ଯୋଧପୁର ଜିଲାରେ ଜରୁରିକାଳୀନ ଅବତରଣ କରିଛି। ସୂଚନା ଅନୁଯାୟୀ, ଦେଚୁ ପୋଲିସ ଷ୍ଟେଶନ ଏବଂ ବାୟୁସେନା ଟିମ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟରର ତଦନ୍ତ ଆରମ୍ଭ କରିଥିଲେ।...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ପଞ୍ଜାବ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୨।୩: ଗତ ବର୍ଷ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା କ୍ଷେତ୍ରରେ ତ୍ରୁଟି ଦେଖାଦେଇଥିଲା। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରବିବାର ପଞ୍ଜାବ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି...

ଡମ୍ପରକୁ ପିଟିଲା ମୃତଦେହ ନେଇ ଯାଉଥିବା କାର୍‌: ୫ ମୃତ

ପାଟନା,୧୨।୩: ଦିଲ୍ଲୀରୁ ବିହାରକୁ ଯାଉଥିବା ଏକ କାର ରବିବାର ପୁରଭାନଚାଲ ଏକ୍ସପ୍ରେସୱେରେ ଥିବା ଭେଲା ଗ୍ରାମ ନିକଟରେ ପଛପଟୁ ଏକ ଡମ୍ପରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାରରେ ଯାଉଥିବା ମା’-ପୁଅଙ୍କ ସମେତ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।...

ଶରୀରରୁ ଏବେବି ବାହାରୁଛି କାଚ ଖଣ୍ଡ: ମୁମ୍ବାଇ ବିସ୍ଫୋରଣକୁ ୩୦ ବର୍ଷ

ମୁମ୍ବାଇ,୧୨ ।୩: ମୁମ୍ବାଇରେ ୧୯୯୩ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ପୀଡ଼ିତ କିର୍ତ୍ତି ଅଜମେରା ମୋଦି ସରକାରଙ୍କୁ ଏହି ବ୍ଲାଷ୍ଟର ମାଷ୍ଟରମାଇଣ୍ଡ କୁହାଯାଉଥିବା ନମ୍ବର ୱାନ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି । କିର୍ତ୍ତି ଅଜମେରା...

ପୂର୍ବତନ ମୁଖ୍ୟମନ୍ତ୍ରୀ ନାଁରେ ମାମଲା ରୁଜୁ

ଚେନ୍ନାଇ,୧୨।୩: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପାଡି କେ ପଲାନିସ୍ବାମୀଙ୍କ ଅଡୁଆ ବଢିବାରେ ଲାଗିଛି। ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପଲାନିସ୍ବାମୀଙ୍କ ସହ ଏଆଇଏଡିଏମକେ ବିଧାୟକ ପିଆର୍‌ ସେଣ୍ଟିଲନାଥନ ମଧ୍ୟ...

୨୦୫୦ ସୁଦ୍ଧା ଦେଶର ଅଧା ଜନସଂଖ୍ୟା ସେନାବାହିନୀରେ ଭର୍ତ୍ତି ପାଇଁ ହେବେ ଅଯୋଗ୍ୟ: ଏମ୍ସ ରିପୋର୍ଟ…

ନୂଆଦିଲ୍ଲୀ,୧୨।୩ : ଦିଲ୍ଲୀ ଏମ୍ସର ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଏହା ଅନୁଯାୟୀ, କରୋନା ମହାମାରୀ ପରେ ପିଲାମାନଙ୍କର ନିକଟ ଦେଖିବା ଶକ୍ତି ଦୁର୍ବଳ ହୋଇଯାଇଛି। ଅର୍ଥାତ ମାୟୋପିୟା ସମସ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି। କରୋନା ମହାମାରୀ...

ଗ୍ରାମାଞ୍ଚଳରେ ୬୭.୮ ପ୍ରତିଶତଙ୍କ ହାତରେ ମୋବାଇଲ: ଏନଏସଏସ ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ,୧୨।୩ : ଜାତୀୟ ନମୁନା ସର୍ଭେ (ଏନଏସଏସ) ର ୭୮ ତମ ରାଉଣ୍ଡର ମଲ୍ଟିପଲ ଇଣ୍ଡିକେଟ ସର୍ଭେ (ଏମଆଇଏସ) ଉପରେ ଆଧାରିତ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ କଥା ଉଲ୍ଲେଖ କରାଯାଇଛି। ଭଲ କଥା ହେଉଛି...

ସମଲିଙ୍ଗୀ ବିବାହକୁ ବିରୋଧ କଲେ କେନ୍ଦ୍ର ସରକାର: ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ…

ନୂଆଦିଲ୍ଲୀ,୧୨।୩ : କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି। ସମଲିଙ୍ଗୀ ସମ୍ପର୍କ ସ୍ପଷ୍ଟ ଭିନ୍ନ ବର୍ଗ, ଯାହାକୁ ସମାନ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ଏଥିରେ ଉଲ୍ଲେଖ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri