ଜାତୀୟ

ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ଛାତ୍ର

ନୂଆଦିଲ୍ଲୀ,୫।୩: ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଛନ୍ତି। ନିଶାସକ୍ତ ଅବସ୍ଥାରେ ଯାତ୍ରୀ ଜଣଙ୍କ ଏପରି କରିଥିବା ଜଣାପଡିଛି। ସମ୍ପୃକ୍ତ ଯାତ୍ରୀଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା ଚଳାଇଛି।...

ଏବେ ବିପଦପୂର୍ଣ୍ଣ ପରିସ୍ଥିତିରେ ଅଛି ଦେଶ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୫।୩: ଦେଶର ୯ ବିରୋଧୀଦଳ ନେତା ଇଡି ଏବଂ ସିବିଆଇର ଅପବ୍ୟବହାର ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗରେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ...

ଦେଶର ୨୩ ନଦୀର ହେବ ବିକାଶ, ଚାଲିବ କାର୍ଗୋ-ଯାତ୍ରୀବାହୀ ଜାହାଜ…

ନୂଆଦିଲ୍ଲୀ,୫।୩ : କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ କହିଛନ୍ତି ଯେ ଜଳପଥକୁ ସୁଦୃଢ଼ କରିବା ଉପରେ ସରକାରଙ୍କ ଧ୍ୟାନ ରହିଛି। ଏହା ମାଧ୍ୟମରେ କାର୍ଗୋଏବଂ ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ଅତି କମରେ ଦେଶର୨୩ ଟି ନଦୀ ପଥକୁ ବିକଶିତ...

କ୍ରିକେଟ କୂଟନୀତି: ଅହମଦାବାଦ ଟେଷ୍ଟ ଦେଖିବେ ମୋଦି-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ…

ଆହମଦାବାଦ,୫।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ବିଶ୍ୱସ୍ତରରେ ଚର୍ଚ୍ଚିତ। ଏବେ ମୋଦି କ୍ରିକେଟ କୂଟନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ ଭାରତ ଗସ୍ତରେ ଆସିବେ। ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ...

କୋର୍ଟ ଅନେକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି, ନ୍ୟାୟିକ ଭ୍ରାତୃତ୍ୱ ଏହା ବିରୁଦ୍ଧରେ ଏକଜୁଟ ହେବା ଜରୁରୀ: ପୂର୍ବତନ ସିଜେଆଇ…

କୋଲକାତା,୫।୩ : ଭାରତର ପୂର୍ବତନ ପ୍ରଧାନ ବିଚାରପତି ୟୁୟୁ ଲଲିତ ନ୍ୟାୟପାଳିକାର ସ୍ବାଧୀନତା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ନ୍ୟାୟପାଳିକା ଅନେକ ଆହ୍ବାନର ସମ୍ମୁଖୀନ ହେଉଛି।...

ବୁଲା କୁକୁରଙ୍କୁ ଆସାମ ପଠାଇ ଦିଅ, ସେଠାରେ ଲୋକେ ଏମାନଙ୍କର ମାଂସ ଖାଆନ୍ତି: ବିଧାୟକଙ୍କ ମନ୍ତବ୍ୟ ନେଇ ବିବାଦ…

ମୁମ୍ବାଇ,୫।୩ : ମହାରାଷ୍ଟ୍ର ବିଧାନସଭାର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚ୍ଚୁ କାଦୁ କହିଛନ୍ତି ଯେ ଆସାମର ଲୋକମାନେ କୁକୁର ମାଂସ ଖାଉଛନ୍ତି। ତେଣୁ ମହାରାଷ୍ଟ୍ରରୁ ବୁଲା କୁକୁରଙ୍କୁ ଆସାମକୁ ପଠାଯିବା ଉଚିତ। ବିଧାନସଭାରେ ବୁଲା କୁକୁର...

କରୋନା ସକ୍ରିୟ ମାମଲା ଟପିଲା ଅଢ଼େଇ ହଜାର, ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ନେଇ ଚିନ୍ତାରେ ସରକାର…

ନୂଆଦିଲ୍ଲୀ, ୫।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର,ଆମେ ଗଣତନ୍ତ୍ରରୁ ଏକଛତ୍ରବାଦୀ ଶାସନକୁ ଆଡକୁ ଯାଉଛେ: ୯ ବିରୋଧୀ ଦଳ ନେତାଙ୍କ ମୋଦିଙ୍କୁ ଚିଠି…

ନୂଆଦିଲ୍ଲୀ,୫।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ନଅ ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସାଇଜ ପଲିସି ପ୍ରସଙ୍ଗରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିବା ନେଇ ଏକ ଚିଠି ଲେଖିଛନ୍ତି। ଚିଠିରେ...

ପ୍ରଥମ ଥର ପାଇଁ ସମୁଦ୍ର ମଝିରେ ହେବ ଆଇଏନଏସ ବିକ୍ରାନ୍ତ ନୌସେନା କମାଣ୍ଡରଙ୍କ ବୈଠକ…

ନୂଆଦିଲ୍ଲୀ,୫।୩ : ନୌସେନାର କମାଣ୍ଡର ସମ୍ମିଳନୀ ମାର୍ଚ୍ଚ ୬ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ପ୍ରଥମ ଥର ପାଇଁ ସମୁଦ୍ର ମଝିରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପାଞ୍ଚ ଦିନିଆ ସମ୍ମିଳନୀର ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ସମୁଦ୍ର ପତ୍ତନ ବୃଦ୍ଧି : ଚେନ୍ନାଇ, କୋଲକାତାକୁ ବିପଦ

ନୂଆଦିଲ୍ଲୀ, ୫।୩: ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ବଢ଼ୁଥିବା ସମୁଦ୍ର ପତ୍ତନ ଦ୍ୱାରା ଏସିଆର ଅନେକ ବଡ଼ ସହର ପାଇଁ ବିପଦ ସୃଷ୍ଟି ଆଶଙ୍କା ଥିତ୍ବା ବିଶେଷଜ୍ଞଙ୍କ ପକ୍ଷରୁ ହୋଇଥିବା ଅଧ୍ୟୟନରେ କୁହାଯାଇଛି। ଭାରତରେ ୨୧୦୦ ବେଳକୁ...

ମୋଦି ହିଁ କରୁଛନ୍ତି ଭାରତର ଅପମାନ: ରାହୁଲ

ନୂଆଦିଳ୍ଲୀ,୫ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଭାରତକୁ ଅପମାନ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ବୟାନର ଜବାବ ଦେଇଛନ୍ତି । ରାହୁଲ କହିଛନ୍ତି...

ଦିଲ୍ଲୀର ସରକାରୀ ସ୍କୁଲ ଗେଟରେ ଲାଗିଲା ‘ଆଇ ଲଭ ମନିଷ ସିସୋଡିଆ’ ବ୍ୟାନର

ନୂଆଦିଲ୍ଲୀ,୫ ।୩: ଦିଲ୍ଲୀର ଏକ ସରକାରୀ ସ୍କୁଲ ଗେଟରେ ‘ଆଇ ଲଭ ମନିଷ ସିସୋଡିଆ’ ଲେଖାଥିବା ବ୍ୟାନର ଲାଗିବା ଘଟଣାରେ ଦିଲ୍ଲୀ ପୋଲିସ ମାମଲା ଦାୟର କରିଛି । ଶନିବାର ପୂର୍ବୋତ୍ତର ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ସ୍ଥାନୀୟ ଲୋକେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri