ଜାତୀୟ

ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କାର ସମ୍ପତ୍ତି: ରିମାଣ୍ଡରେ ନେଲା ଇଡି

ରାଞ୍ଚି,୨୪।୨: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ରାଞ୍ଚିର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର କୁମାର ରାମଙ୍କୁ ଇଡି ଗିରଫ କରିଛି। ତାଙ୍କୁ ଅଧିକ ପଚରାଉଚରା ପାଇଁ ଇଡି ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ହେଲେ...

ଋତୁସ୍ରାବ ସମୟରେ ଛୁଟି ସମ୍ବନ୍ଧୀୟ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୨: ମାସିକ ଋତୁସ୍ରାବ ସମୟରେ ସ୍କୁଲ ଏବଂ କାର୍ଯ୍ୟସ୍ଥଳରୁ ଛୁଟି ସମ୍ପର୍କରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ୧୯୬୧ ମାତୃତ୍ୱ ସୁବିଧା ଆଇନକୁ ଦର୍ଶାଇ ଛାତ୍ରୀ ଏବଂ କାର୍ଯ୍ୟରତ ମହିଳାମାନଙ୍କୁ ନିଜ କର୍ମକ୍ଷେତ୍ରରେ ଛୁଟି...

ଥିରୁଭାନନ୍ତପୁରମ୍‌ରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଥିରୁଭାନନ୍ତପୁରମ୍‌,୨୪।୨: କାଲିକଟରୁ ଡାମାମ ଯାଉଥିବା ଏକ ବିମାନ ଥିରୁଭାନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି। ଏହାପରେ ଥିରୁଭାନନ୍ତପୁରମ୍‌ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା...

ମିଡିଆ ଉପରେ ଲାଗିପାରିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୨: ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଉପରେ ମିଡିଆ କଭରେଜ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଶୁକ୍ରବାର କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଇ) ଡିଏ...

ଛତିଶଗଡ଼ର ନବମ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ

ରାୟପୁର,୨୪।୨: ଛତିଶଗଡ଼ର ରାଜଧାନୀ ରାୟପୁରର ରାଜଭବନରେ ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଛତିଶଗଡ଼ ହାଇକୋର୍ଟ ପ୍ରଧାନ ବିଚାରପତି ଅରୁପ କୁମାର ଗୋସ୍ବାମୀ ରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ଶପଥ ପାଠ କରାଇଥିଲେ। ରାଜ୍ୟପାଳ ବିଶ୍ୱଭୂଷଣ ହିନ୍ଦୀରେ...

ସକ୍ରିୟ ରାଜନୀତିରୁ ଅବସର ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୪।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦୁୟୋରପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ବିଧାନସଭାରେ ତାଙ୍କର ଶେଷ ଭାଷଣ ଦେଇଥିଲେ। ୟେଦୁରପ୍ପା କହିଛନ୍ତି, ମୁଁ ସକ୍ରିୟ ରାଜନୀତିରୁ ଅବସର ନେବାକୁ...

ଚଳଚ୍ଚିତ୍ର ନିର୍ମାତା କରିମ ମୋରାନିଙ୍କୁ ଇଡିର ସମନ

ମୁମ୍ବାଇ,୨୪।୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କୁ ସମନ ପଠାଇଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ସୁକେଶ ଘର ଉପହାର ଦେବା ପ୍ରସଙ୍ଗରେ କରିମ ମୋରାନୀଙ୍କ...

ଉତ୍ତର-ପୂର୍ବ ରାଜ୍ୟକୁ ଏଟିଏମ ନୁହେଁ, ‘ଅଷ୍ଟଲକ୍ଷ୍ମୀ’ ଭାବେ କରୁଛୁ ବିବେଚନା: ମୋଦି

ଦିମାପୁର,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗାଲାଣ୍ଡ ଏବଂ ମେଘାଳୟର ନିର୍ବାଚନୀ ରାଜ୍ୟ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ସେଠାରେ ରାଲିକୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, ରିମୋଟ କଣ୍ଟ୍ରୋଲ ଜରିଆରେ କଂଗ୍ରେସ ନାଗାଲାଣ୍ଡ ସରକାର ଚଳାଉଥିଲା।...

ହିମନ୍ତଙ୍କ ଦାବି: ସର୍ତ୍ତମୂଳକ କ୍ଷମା ମାଗିଛନ୍ତି ପଓ୍ବନ ଖେରା

ନୂଆଦିଲ୍ଲୀ,୨୪।୨: ହାଇ ଭୋଲଟେଜ ଡ୍ରାମା ପରେ କଂଗ୍ରେସ ନେତା ପୱନ ଖେରାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଆସାମ ପୋଲିସ ଗିରଫ କରିଥିଲା। ଗିରଫର କିଛି ଘଣ୍ଟା ପରେ ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଆସାମ...

ୟୁପିଆଇର ଲାଭ ବଖାଣିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜି-୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଆମେ ଏକ ନିରାପଦ, ନିର୍ଭରଯୋଗ୍ୟ ଏବଂ ସୁଲଭ ଡିଜିଟାଲ...

କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେନି ଗାନ୍ଧି ପରିବାର

ରାୟପୁର,୨୪।୨: କଂଗ୍ରେସର ୮୫ତମ ରାଷ୍ଟ୍ରୀୟ ଅଧିବେଶନ ଶୁକ୍ରବାର ଛତିଶଗଡର ରାଜଧାନୀ ରାୟପୁରରେ ଅନୁଷ୍ଠିତ ହେବ। ଏହି ଅଧିବେଶନ ପୂର୍ବରୁ ପରିଚାଳନା କମିଟିର ଏକ ବୈଠକ ମଧ୍ୟ ହେବ। ଏହି ବୈଠକରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।...

‘ଭାରତ ୨୦୪୭ ସୁଦ୍ଧା ବିଶ୍ୱର ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ’

ବେଙ୍ଗାଲୁରୁ,୨୪।୨: କୋଲକାତାରେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାରୋହରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଯୋଗ ଦେଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥା ଖୁବ୍‌ଶୀଘ୍ର ଶୀର୍ଷରେ ପହଞ୍ଚିବ। ୨୦୪୭...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri