ଜାତୀୟ

ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ

ନୂଆଦିଲ୍ଲୀ,୮ା୨: ତୁର୍କୀରେ ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଟପିଥିବା ବେଳେ ବିପର୍ଯ୍ୟୟ ପ୍ରଭାବିତ ଦେଶକୁ ସାହାଯ୍ୟ କରିବା ପାଇଁ ଭାରତ ବିପୁଳ ପରିମାଣର ରିଲିଫ ସାମଗ୍ରୀ ପଠାଇଛି। ଏହି ସମୟରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି...

ଫେବୃୟାରୀ ୧୪କୁ ‘କାଓ ହଗ୍‌ ଡେ’ ଭାବେ ପାଳନ କରିବାକୁ ଏଡବ୍ଲ୍ୟୁବିଆଇର ଅପିଲ୍‌

ନୂଆଦିଲ୍ଲୀ,୮।୨: ପ୍ରାଣୀ କଲ୍ୟାଣ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ୧୪ ଫେବୃୟାରୀରେ ‘କାଓ ହଗ୍‌ ଡେ’ ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ୍‌ କରିଛି। ଏହି ଦିନ ‘ଭାଲେଣ୍ଟାଇନ୍ସ ଡେ’ ସମଗ୍ର ବିଶ୍ୱରେ ପାଳନ କରାଯାଏ। ବୋର୍ଡ ମୁତାବକ, ‘କାଓ ହଗ୍‌...

୨୦୦୪ ରୁ ୨୦୧୪ ଘୋଟାଲାର ଦଶନ୍ଧି ଥିଲା: ମୋଦି

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ସେ କଂଗ୍ରେସ ନେତୃତ୍ୱାଧୀନ ପୁରୁଣା ୟୁପିଏ ସରକାରର ଦିନଗୁଡିକୁ ମନେ ପକାଇ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ୨୦୦୪ ରୁ ୨୦୧୪ ମଧ୍ୟରେ...

ପ୍ରଧାନମନ୍ତ୍ରୀ ନିଜ ବନ୍ଧୁଙ୍କୁ କରୁଛନ୍ତି ରକ୍ଷା: ରାହୁଲ

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଛନ୍ତି। କିନ୍ତୁ ବ୍ୟବସାୟୀ ଗୌତମ ଆଦାନୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ କିଛି କହି ନାହାଁନ୍ତି। ଏ ସମ୍ପର୍କରେ ପୂର୍ବତନ କଂଗ୍ରେସ ସଭାପତି...

ରାହୁଲ ଗାନ୍ଧୀଙ୍କ ନାଁ ନେଇ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୮।୨: ପାର୍ଲାମେଣ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ଏହି ଅବସରରେ ବିରୋଧୀ ଦଳ ଉପରେ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କ୍ଷମତାର ସ୍ବପ୍ନ...

କୋର୍ଟରେ ପଶିଲା ଚିତାବାଘ

ଗାଜିଆବାଦ,୮।୨: ଗାଜିଆବାଦ କୋର୍ଟରେ ହଠାତ୍‌ ଏକ ଚିତାବାଘ ପଶିଯାଇଛି। ଚିତାବାଘ କୋର୍ଟ ଭିତରେ ଉପସ୍ଥିତ ଥିବା ଅନେକ ଲୋକଙ୍କୁ ସାଂଘାତିକ ଆକ୍ରମଣ କରି ଆହତ କରିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଓ ଜଙ୍ଗଲ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ।...

ପାର୍ଲାମେଣ୍ଟରେ ସଫେଇ ଦେଲେ ମହୁଆ: ମୁଁ ସେଓକୁ ସେଓ କହିବି, କମଳା ନୁହେଁ

ନୂଆଦିଲ୍ଲୀ,୮।୨: ଲୋକ ସଭାରେ ଅପଶବ୍ଦ ବ୍ୟବହାର କରି ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର  ବିବାଦରେ ଅଛନ୍ତି। ତେବେ ମହୁଆ ତାଙ୍କ ବିବୃତ୍ତିରେ ଏବେ ମଧ୍ୟ କାଏମ ରହିଛନ୍ତି। ମହୁଆ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ନାହିଁ ମୋ...

୧୫ ବର୍ଜ୍ୟ ପ୍ଲାଷ୍ଟିକ ବୋତଲରେ ତିଆରି ଜ୍ୟାକେଟ ପିନ୍ଧି ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୮।୨ : ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ପହଞ୍ଚିଥିଲେ। ଏବେ ପ୍ରଧାନମନ୍ତ୍ରୀ ପୋଷାକ ବିଷୟରେ ଅନେକ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ଏହି ସମୟରେ ପିନ୍ଧିଥିବା ଜ୍ୟାକେଟ ବର୍ଜ୍ୟ...

ଆଦାନୀଙ୍କ ସମସ୍ତ ସମ୍ପତ୍ତିର ଜାତୀୟକରଣ କରନ୍ତୁ ସରକାର: ସୁବ୍ରମଣ୍ୟମ ସ୍ବାମୀ…

ନୂଆଦିଲ୍ଲୀ,୮।୨ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ କେନ୍ଦ୍ର ସରକାର ଗୌତମ ଆଦାନୀଙ୍କ ସମ୍ପତ୍ତିକୁ ଜାତୀୟକରଣ କରିବା ଉଚିତ ଏବଂ ପରେ ଏହି ସମ୍ପତ୍ତି ନିଲାମ କରିବା ଆବଶ୍ୟକ। ଯେତେବେଳେ...

ଟ୍ରାନ୍ସଜେଣ୍ଡର ଦମ୍ପତି ଶିଶୁଙ୍କ ଦେଲେ ଜନ୍ମ, ଝିଅ କି ପୁଅ ସୂଚନା ଦେବାକୁ କଲେ ମନା…

ଥିରୁଭାନନ୍ତପୁରମ,୮।୨ : କେରଳର ଟ୍ରାନ୍ସଜେଣ୍ଡର ଦମ୍ପତି ବୁଧବାର ଦିନ ଏକ ଶିଶୁକୁ ସରକାରୀ ଡାକ୍ତରଖାନାରେ ପ୍ରସବ କରିଛନ୍ତି। ଯାହା ଦେଶରେ ପ୍ରଥମ ଘଟଣା ବୋଲି ଜଣାପଡିଛି। ଟ୍ରାନ୍ସ ପାର୍ଟନରମାନଙ୍କ ମଧ୍ୟରୁ ଜିଆ ପାଭାଲ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ସରକାରୀ...

କେରଳରୁ ୮ ପଳାତକଙ୍କ ପଳାୟନ, ଇଣ୍ଟରପୋଲ ରେଡ କର୍ନର ନୋଟିସ ଜାରି ସତ୍ତ୍ୱେ ଯାଞ୍ଚ ଏଜେନ୍ସି ବିଫଳ…

ନୂଆଦିଲ୍ଲୀ,୮।୨ : ତିନି ଜଣ ଆତଙ୍କବାଦୀ ଏବଂ ଜଣେ ମହିଳାଙ୍କ ସମେତ ଆଠ ଜଣ ପଳାତକ କେରଳରୁ ପଳାୟନ କରିଛନ୍ତି। ଇଣ୍ଟରପୋଲ ସେମାନଙ୍କୁ ଧରିବା ରେଡ କର୍ନର ନୋଟିସ ଜାରି କରିବା ପରେ ମଧ୍ୟ ସେମାନେ ମୁକ୍ତ ଭାବରେ ବୁଲୁଛନ୍ତି।...

ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସୁପ୍ରମକୋର୍ଟଙ୍କ ନୋଟିସ: ମେୟର ନିର୍ବାଚନ ନେଇ ଜବାବ ତଲବ…

ନୂଆଦିଲ୍ଲୀ,୮।୨ : ସୁପ୍ରିମକୋର୍ଟ ଦିଲ୍ଲୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରଛନ୍ତି। ନୋଟିସରେ ମେୟର ନିର୍ବାଚନ ସମ୍ପର୍କରେ ଜବାବ ତଲବ କରାଯାଇଛି। ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଶୈଲି ଓବରୋଇଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri