ଜାତୀୟ

କର୍ନାଟକ ଭାଜପା ମୁଖ୍ୟଙ୍କ ଟିପୁ ବିରୋଧୀ ମନ୍ତବ୍ୟକୁ ନେଇ ଦଳ ଦୁଇଭାଗ

ନୂଆଦିଲ୍ଲୀ,୧୮ା୨: କର୍ନାଟକରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରଣନୀତି ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଭାଜପା ମୁଖ୍ୟ ଟିମ୍‌ର ମାରାଥନ୍‌ ବୈଠକ ବାରମ୍ବାର ବସୁଛି। ଅନ୍ୟପକ୍ଷରେ ଦଳର ରାଜ୍ୟ ସଭାପତି ନଳିନ କୁମାର କାତିଲଙ୍କର ଟିପୁ ସୁଲ୍‌ତାନ ବନାମ...

ନିକି ହତ୍ୟା ମାମଲା: ସାହିଲଙ୍କ ବାପାଙ୍କ ସମେତ ୫ ଗିରଫ, ଜଣେ କନଷ୍ଟେବଳ ସାମିଲ

ନୂଆଦିଲ୍ଲୀ,୧୮।୨: ରାଜଧାନୀ ଦିଲ୍ଲୀରେ ନିକି ଯାଦବଙ୍କ ହତ୍ୟା ମାମଲାର ତଦନ୍ତ ଚାଲିଛି। ତେବେ ଏହି ମାମଲାରେ ଶନିବାର ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ସାହିଲ ଗେହଲୋଟଙ୍କ ବାପା ବିରେନ୍ଦ୍ର ସିଂ, ଭାଇ ଆଶିଷ ଏବଂ ନବୀନ, ବନ୍ଧୁ ଲୋକେଶ ଏବଂ ଅମରଙ୍କୁ...

ସୁପ୍ରିମକୋର୍ଟରେ ଏଏପିର ବଡ଼ ବିଜୟ

ନୂଆଦିଲ୍ଲୀ,୧୮ା୨: ମେୟର ନିର୍ବାଚନରେ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ରାୟ ଭାଜପାକୁ ଶକ୍ତ ଝଟକା ଦେଇଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପାଇଁ ବଡ଼...

ଦଳିତ ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା: ନିର୍ଦ୍ଦେଶକଙ୍କ ଇସ୍ତଫା ଦାବିକଲେ ୩ ଛାତ୍ର ଗୋଷ୍ଠୀ

ମୁମ୍ବାଇ,୧୮ା୨: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି) ବମ୍ବେର ଜଣେ ୧୮ ବର୍ଷୀୟ ଦଳିତ ଛାତ୍ର ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଶିକ୍ଷାନୁଷ୍ଠାନର ୩ ଛାତ୍ରଗୋଷ୍ଠୀ ନିର୍ଦ୍ଦେଶକଙ୍କୁ ଦାୟୀ କରି ତୁରନ୍ତ ତାଙ୍କର ଇସ୍ତଫା ଦାବି କରିଛନ୍ତି। ନିର୍ଦ୍ଦେଶକ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ...

ବନ୍ଦ ଲଫାପାରେ କେନ୍ଦ୍ରର ପ୍ରସ୍ତାବ ଅଗ୍ରାହ୍ୟ

ନୂଆଦିଲ୍ଲୀ,୧୮ା୨: ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗ ଆସିବା ପରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ଖସିବାରେ ଲାଗିଛି। ନିବେଶକମାନଙ୍କୁ କ୍ଷତିରୁ ବଞ୍ଚାଇବା ପାଇଁ ନିୟାମକ ପଦକ୍ଷେପ ନେବା ସକାଶେ...

ଭାରତ ଗସ୍ତ ବାତିଲ କଲେ ଇରାନ ମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୨: ଇରାନର ବହିର୍ବ୍ୟାପାର ମନ୍ତ୍ରୀ ହୋସେନ ଅମିର ଅବ୍‌ଦୋଲ୍ଲାହିଆନ୍‌ ରାଇସିନା ଡାଇଲଗ୍‌ରେ ଯୋଗଦେବା ପାଇଁ ଭାରତ ଆସିବାର ଥିଲା। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଓ ଅବ୍‌ଜର୍ଭର ରିସର୍ଚ୍ଚ ଫାଉଣ୍ଡେଶନ୍‌ର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ...

ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ ବେଆଇନ ଘୋଷିତ

ନୂଆଦିଲ୍ଲୀ,୧୮ା୨: ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ (ଜେକେଜିଏଫ୍‌)କୁ ଶୁକ୍ରବାର ବେଆଇନ ଘୋଷଣା କରାଯାଇଛି। ଲଶ୍ମର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର କ୍ୟାଡରମାନଙ୍କୁ ନେଇ ଜେକେଜିଏଫ୍‌ ଗଠିତ ହୋଇଥିଲା। ଏହା ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ, ବେଆଇନ ନିଶାଦ୍ରବ୍ୟ କାରବାର,...

ମୋଦିଙ୍କୁ ଉତ୍ତର ଦେବାକୁ ପଡ଼ିବ

ନୂଆଦିଲ୍ଲୀ,୧୮ା୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ନେଇ ଚାଲିଥିବା କୋଳାହଳ ଭାରତ ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଖଲକୁ ଦୁର୍ବଳ କରିଦେବ ବୋଲି ଶୁକ୍ରବାର ବିଲିୟନେୟାର ଫିଲାନ୍‌ଥ୍ରୋପିଷ୍ଟ ଜର୍ଜ ସୋରୋସ୍‌ କହିଛନ୍ତି। ଅନ୍ୟପକ୍ଷେ ସୋରୋସ୍‌ଙ୍କ ମନ୍ତବ୍ୟ ଭାରତୀୟ...

ଏକନାଥ ଗୋଷ୍ଠୀକୁ ଧନୁତୀର ଚିହ୍ନ

ନୂଆଦିଲ୍ଲୀ,୧୮।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ଶିବସେନା ନାମ ଏବଂ ଧନୁତୀର ଚିହ୍ନ ପ୍ରଦାନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶିବସେନାର ବର୍ତ୍ତମାନର ସମ୍ବିଧାନ ଅଗଣତାନ୍ତ୍ରିକ ବୋଲି ଇସି ତାଙ୍କର...

ଆସିଲା ଫୋନ୍‌ କଲ୍‌: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବୋମା

ଲକ୍ଷ୍ନୌ,୧୭।୨: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ବୋମା ଥିବା ନେଇ ଏକ ଫୋନ୍‌ କଲ୍‌ ଆସିଥିଲା। ଏହି ସୂଚନା ମିଳିବା ପରେ ସେଠାରେ ଭୟର ବାତାବରଣ ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ଓ ବୋମା ନିଷ୍କ୍ରିୟ...

ଯଦି କେହି ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଚାହୁଁଛି, ତେବେ ସେ ଦେଶକୁ ବରବାଦ କରିବାକୁ ଚାହୁଁଛି: ନୀତୀଶ

ପାଟନା,୧୭।୨: ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ପ୍ରତ୍ୟେକ ଧର୍ମ ଏବଂ ସମ୍ପ୍ରଦାୟର ଲୋକ ବାସ କରନ୍ତି। ଯଦି କେହି ଭାରତକୁ ହିନ୍ଦୁ...

ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ସ୍ଥାପନ ହେବ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀର କୁପୱାଡା ଜିଲାର ତିତୱାଲ ଏବଂ କର୍ନା ସେକ୍ଟରର ଲାଇନ ଅଫ କଣ୍ଟ୍ରୋଲ(ଏଲଓସି) ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ଆସନ୍ତା ମାସରୁ ଆରମ୍ଭ ହେବ। ତେବେ ଏହାର ଯୋଜନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri