ଜାତୀୟ

ପୁଣି ଅଡୁଆରେ ଅଶନୀର

ନୂଆଦିଲ୍ଲୀ, ୧୮।୧: ଭାରତ ପେ’ ପୂର୍ବତନ ସହ-ପ୍ରତିଷ୍ଠାତା ତଥା ଶାର୍କ ଟ୍ୟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ଅଶନୀର ଗ୍ରୋଭର ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାରଣ ଫିନ୍‌ଟେକ ୟୁନିକର୍ନର ମୂଳ ପ୍ରତିଷ୍ଠାତା ଭାବିକ...

ସନ୍ଦେହଜନକ ଅବସ୍ଥାରେ ମିଳିଲା ପ୍ରସିଦ୍ଧ ବଙ୍ଗୀୟ ଲେଖକ ସୁଜନ ଦାସଗୁପ୍ତାଙ୍କ ମୃତଦେହ

କୋଲକାତା,୧୮।୧: ପ୍ରସିଦ୍ଧ ବଙ୍ଗୀୟ ଲେଖକ ସୁଜନ ଦାସଗୁପ୍ତାଙ୍କ ମୃତଦେହ ତାଙ୍କ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଲକାତାରେ ଥିବା ତାଙ୍କ ଫ୍ଲାଟ୍‌ର ଗାଧୁଆଘରେ ବୁଧବାର ସୁଜନଙ୍କ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ପ୍ରଥମେ ସମ୍ପର୍କୀୟମାନେ ଏହା ନିଶ୍ଚିତ କରିବା ପରେ...

ମୋଦି ସରକାରଙ୍କ ବିରୋଧରେ ବିପକ୍ଷଙ୍କ ଶକ୍ତି ପ୍ରଦର୍ଶନ

ହାଇଦ୍ରାବାଦ୍‌,୧୮।୧: ତେଲେଙ୍ଗାନାରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଖମ୍ମମରେ ଏକ ସାଧାରଣ ସଭାର ଆୟୋଜନ କରିଥିଲେ। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ, କେରଳ...

୬ ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳର ୭ ବିଧାନସଭା-ଲୋକସଭା ଆସନରେ ଉପ-ନିର୍ବାଚନ: ୨୭ରେ ମତଦାନ…

ନୂଆଦିଲ୍ଲୀ,୧୮।୧ : ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ ଆଦି ତିନୋଟି ଉତ୍ତର-ପୂର୍ବ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଏହା ଘୋଷଣା କରିଛନ୍ତି। ଏଥିସହ ସେ ୬ ଟି...

ବାରମ୍ବାର ‘ସୂର୍ଯ୍ୟବଂଶମ୍‌’ ଦେଖି ଚିଡିଗଲେ ବ୍ୟକ୍ତି, ଚ୍ୟାନେଲକୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୧୮।୧: ଗତ କିଛି ବର୍ଷ ଧରି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସୂର୍ଯ୍ୟବଂଶମ୍‌’ ପ୍ରାୟ ପ୍ରତ୍ୟେକ ଦିନ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଛି। କିଛି ଦର୍ଶକ ଫିଲ୍ମର ଟେଲିକାଷ୍ଟକୁ ନେଇ ମଧ୍ୟ ବିରକ୍ତ ହୋଇଯାଇଛନ୍ତି। ଜଣେ ବ୍ୟକ୍ତି ‘ସୂର୍ଯ୍ୟବଂଶମ୍‌’ କ୍ରମାଗତ ଟେଲିକାଷ୍ଟ...

ଫେବୃୟାରୀ ୧୬ରେ ତ୍ରିପୁରାରେ, ଫେବୃୟାରୀ ୨୭ରେ ମେଘାଳୟ-ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ, ମାର୍ଚ୍ଚ ୨ରେ ଭୋଟ ଗଣତି…

ନୂଆଦିଲ୍ଲୀ,୧୮।୧ : ଦେଶର ତିନୋଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ବିଧାନସଭା ନିର୍ବାଚନ ସମ୍ପର୍କରେ ଘୋଷଣା ହୋଇଛି। ତ୍ରିପୁରାରେ ୧୬ ଫେବୃୟାରୀରେ ମତଦାନ ହେବ। ସେହିପରି ମେଘାଳୟ ଏବଂ ନାଗାଲାଣ୍ଡରେ ଫେବୃୟାରୀ ୨୭ରେ ମତଦାନ କରାଯିବ। ମୁଖ୍ୟ...

ଜନବହୁଳ ଦେଶ ମୁହାଁ ଭାରତ: ଏପ୍ରିଲରେ ଭାରତର ଜନସଂଖ୍ୟା ୧୪୩ କୋଟି ଛୁଇଁବ…

ନୂଆଦିଲ୍ଲୀ,୧୮।୧ : ବିଶ୍ୱର ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନା ଜନସଂଖ୍ୟା ହ୍ରାସର ସମ୍ମୁଖୀନ ହେଉଛି। ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଚାଇନାର ଜନସଂଖ୍ୟାରେ ଏକ ବିରାଟ ହ୍ରାସ ପଞ୍ଜିକୃତ ହୋଇଛି। ଏଭଳି ପରିସ୍ଥିତିରେ ଭାରତ ଚଳିତ...

କଂଗ୍ରେସକୁ ବଡ଼ ଝଟ୍‌କା

ଚଣ୍ଡିଗଡ,୧୮।୧: ପଞ୍ଜାବ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଏଠାରେ ସିଦ୍ଧୁଙ୍କ ନିକଟତର ତଥା ଜଣେ ଶକ୍ତିଶାଳୀ ନେତା ମନପ୍ରୀତ ବାଦଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ରାହୁଲ...

ତାମିଲନାଡୁର ନାମ ପରିବର୍ତ୍ତନ ପାଇଁ କେବେ ବି କହି ନାହିଁ, ରାଜ୍ୟପାଳଙ୍କ ସ୍ପଷ୍ଟୀକରଣ…

ଚେନ୍ନାଇ,୧୮।୧ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି କହିଛନ୍ତି ଯେ ସେ କେବେ ବି ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇନାହାଁନ୍ତି। ବୁଧବାର ସେ କହିଛନ୍ତି ଯେ ତମିଝଗମ ଉପରେ ତାଙ୍କର ମନ୍ତବ୍ୟ ଦେଇ ସେ ରାଜ୍ୟର ନାମ...

ବିଧାନସଭାରେ ବିଡ଼ାବିଡ଼ା ନୋଟ ଦେଖାଇଲେ ଏଏପି ବିଧାୟକ, କହିଲେ ମତେ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଛି…

ନୂଆଦିଲ୍ଲୀ,୧୮।୧ : ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ମୋହିନ୍ଦର ଗୋୟଲ ବୁଧବାର ଦିଲ୍ଲୀ ବିଧାନସଭାରେ ଲାଞ୍ଚ ରୂପେ ଗ୍ରହଣ କରାଯାଇଥିବା ବିଡ଼ା ବିଡ଼ା ନୋଟକୁ ଦେଖାଇଛନ୍ତି। ମୋହିନ୍ଦର ଗୋୟଲଙ୍କ ଅନୁଯାୟୀ ବାବା ସାହେବ ଆମ୍ବେଡକର ହସ୍ପିଟାଲରେ ନର୍ସିଂ ଇତ୍ୟାଦି ନିଯୁକ୍ତି...

ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ପାଇଁ ଚାଇନାର ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ/ବେଜିଂ,୧୮।୧ : ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଚାଇନ ୬୦ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ଏକ ନଦୀ ବନ୍ଧ ନିର୍ମାଣ କରୁଛି। ୟାରଲୁଙ୍ଗ ଟାଙ୍ଗପୋ ନଦୀରେ ଏହା ନିର୍ମାଣ କରାଯାଉଛି। ଚାଇନା ନିର୍ମାଣ...

ବୈବାହିକ ବଳାତ୍କାର ମାମଲା: ପୁରୁଷ କମିଶନ କୋର୍ଟରେ…

ନୂଆଦିଲ୍ଲୀ,୧୮।୧ : ବୈବାହିକ ବଳାତ୍କାରକୁ ଅପରାଧ ଅଧୀନରେ ଆଣିବା ଦାବି ବିରୋଧରେ ପୁରୁଷ କମିଶନ ଟ୍ରଷ୍ଟ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏନେଇ ଏକ ହସ୍ତକ୍ଷେପ ଆବେଦନ କରାଯାଇଛି। ଏହି ଆବେଦନରେ ବୈବାହିକ ବଳାତ୍କାରର ଅପରାଧୀକରଣ ପାଇଁ ଦାବି କରୁଥିବା ଯୁକ୍ତିକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri