ଜାତୀୟ

ସେନା ଗାଡି ଦୁର୍ଘଟଣାଗ୍ରସ୍ତ : ୩ ଯବାନ ମୃତ

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀରର କୁପୱାଡା ଜିଲାରେ ପାଟ୍ରୋଲିଂ କରୁଥିବା ବେଳେ ବୁଧବାର ଏକ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏତିରେ ତିନି ଜଣ ଯବାନଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ମାଛଲ ସେକ୍ଟରରେ ନିୟମିତ ଅପରେଶନ ଟାକ୍ସ ସମୟରେ ଏହି ଦୁର୍ଘଟଣା ଘଟିଛି।...

ଏୟାର ଇଣ୍ଡିଆ ଖାଦ୍ୟରେ ଗୋଡ଼ି

ନୂଆଦିଲ୍ଲୀ,୧୧ା୧: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାକୁ ନେଇ ଏୟାର ଇଣ୍ଡିଆ ବଦ୍‌ନାମ ହୋଇଥିବାବେଳେ ଏବେ ବିମାନରେ ପରିବେଷଣ କରାଯାଉଥିବା ଖାଦ୍ୟରେ ଗୋଡ଼ି ବାହାରିଥିବା ଅଭିଯୋଗ ସାମ୍‌ନାକୁ ଆସିଛି। ଜଣେ ମହିଳା ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟର ଦୁଇଟି ଫଟୋ...

ନାଗରିକତ୍ୱ ଆଇନ ଧାରା ୬ଏର ସାମ୍ବିଧାନିକ ବୈଧତା ଉପରେ ପ୍ରଥମେ ନିଷ୍ପତ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୧: ନାଗରିକତ୍ୱ ଆଇନର ଧାରା ୬ଏ’କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ପିଟିଶନଗୁଡ଼ିକର ଶୁଣାଣି ମଙ୍ଗଳବାର ହୋଇଥିଲା। ଉକ୍ତ ଧାରାରେ ରହିଥିବା ବ୍ୟବସ୍ଥାଗୁଡ଼ିକର ସାମ୍ବିଧାନିକ ବୈଧତା ଉପରେ ପ୍ରଥମେ ନିଷ୍ପତ୍ତି ନିଆଯିବ ଓ ପରେ ଅନ୍ୟ ପ୍ରସଙ୍ଗ ଉପରେ ବିଚାର...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ହାଇଦ୍ରାବାଦ,୧୧।୧: ତେଲେଙ୍ଗାନାର ସିଡିପେଟ୍‌ ଜିଲାର ମୁନିଗଡପାଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ କଲଭର୍ଟକୁ ପିଟି ହୋଇ ନିର୍ମାଣଧୀନ କେନାଲକୁ ଖସିପଡିଛି। ଫଳରେ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ...

ନାସାର ମୁଖ୍ୟ ପ୍ରଯୁକ୍ତିବିତ୍‌ ହେଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୧୧ା୧: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେଶନ (ନାସା) ଭାରତୀୟ-ଆମେରିକୀୟ ଏ.ସି. ଚରଣିଆଙ୍କୁ ଏହାର ମୁଖ୍ୟ ପ୍ରଯୁକ୍ତିବିତ୍‌ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ମହାକାଶ ସଂସ୍ଥାର ପ୍ରଶାସକ ବିଲ୍‌ ନେଲ୍‌ସନଙ୍କୁ ବୈଷୟିକ ନୀତି ଓ କାର୍ଯ୍ୟକ୍ରମ ଉପରେ ପରାମର୍ଶ...

ଶେହଲାଙ୍କ ନାଁରେ ମାମଲା ଲାଗି ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମତି

ନୂଆଦିଲ୍ଲୀ,୧୧ା୧(ପି.ଟି.): ଭାରତୀୟ ସେନା ବିରୋଧରେ ଟୁଇଟ୍‌ କରିଥିବା ଜେଏନ୍‌ୟୁ ଛାତ୍ର ସଂଗଠନର ପୂର୍ବତନ ଉପ ସଭାନେତ୍ରୀ ଶେହଲା ରଶିଦଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଇନଜୀବୀ...

୪,୨୭୬ କୋଟି ଟଙ୍କାର ମିଶାଇଲ୍‌, ଏୟାର ଡିଫେନ୍ସ ଅସ୍ତ୍ର କିଣାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧(ପି.ଟି.): ହେଲିକପ୍ଟରରୁ ନିକ୍ଷେପ କରାଯାଇପାରୁଥିବା ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ୍‌ ମିଶାଇଲ, ଏୟାର ଡିଫେନ୍ସ ଅସ୍ତ୍ର ସମେତ ୪,୨୭୬ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଡିଫେନ୍ସ ଆକ୍ୟୁଜିଶନ କାଉନ୍‌ସିଲ୍‌ (ଡିଏସି) ମଞ୍ଜୁରୀ ପ୍ରଦାନ କରିଛି। ସ୍ଥଳସେନା ଓ ନୌସେନା ପକ୍ଷରୁ...

ରାଜ୍ୟପାଳଙ୍କୁ ନେଇ ପୋଷ୍ଟର ଯୁଦ୍ଧ

ଚେନ୍ନାଇ,୧୧ା୧: ତାମିଲନାଡୁ ବିଧାନସଭାରେ ଅଭିଭାଷଣକୁ ନେଇ ଶାସକ ଦଳ ଡିଏମ୍‌କେ ଏବଂ ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କ ମଧ୍ୟରେ ବିବାଦର ଦିନକ ପରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ‘ରବି ବାହାରିଯାଅ’ ପୋଷ୍ଟର ଲଗାଯାଇଛି। ଉକ୍ତ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଫଟୋ...

୩ ଦିନରେ ୭ ମହାଦେଶ ବୁଲିଲେ

ନୂଆଦିଲ୍ଲୀ,୧୧ା୧: ଦୁଇଜଣ ଭାରତୀୟ ମାତ୍ର ୩ ଦିନରେ ୭ ମହାଦେଶ ବୁଲି ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେମାନେ ହେଲେ ଡ. ଅଲୀ ଇରାନୀ ଏବଂ ସୁଜୟ କୁମାର ମିତ୍ର। ବିଶ୍ୱର ୭ଟି ଯାକ ମହାଦେଶ ଭ୍ରମଣ କରିବା...

ହାଇକୋର୍ଟ ବିଚାରପତି ଲାଗି ୯ ଜଣଙ୍କ ନାଁ ସୁପାରିସ

ନୂଆଦିଲ୍ଲୀ,୧୧ା୧: ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ୯ ଜଣଙ୍କ ନାଁ ସୁପାରିସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ନ୍ୟାୟିକ ଅଧିକାରୀ ଥିବାବେଳେ ୨ ଜଣ...

ମେଟ୍ରୋ ପିଲାର ଭୁଶୁଡ଼ି ମାଆପୁଅ ମୃତ

ବେଙ୍ଗାଲୁରୁ,୧୧।୧: ବେଙ୍ଗାଲୁରୁରେ ନିର୍ମାଣାଧୀନ ଏକ ମେଟ୍ରୋ ପିଲାର ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳା ଓ ତାଙ୍କର ଅଢ଼େଇ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ବାମୀ ଓ ଝିଅ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନେ ମଙ୍ଗଳବାର ସକାଳେ ଏକ ବାଇକରେ ଉକ୍ତ...

ଜୋଷୀମଠ ପରେ କର୍ଣ୍ଣପ୍ରୟାଗ

ଚମୋଲି/ନୂଆଦିଲ୍ଲୀ,୧୧ା୧: ଉତ୍ତରାଖଣ୍ଡର ଜୋଷୀମଠ ପରେ କର୍ଣ୍ଣପ୍ରୟାଗରେ ମଧ୍ୟ ମାଟି ଫାଟି ଅଁା କଲାଣି। ସହରର ବହୁଗୁଣା ନଗରରେ ଥିବା ୫୦ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଥିସହ କେତେକ ସ୍ଥାନରେ ଭୂସ୍ଫଳନ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri