ଜାତୀୟ

ଗୁଲାମ ନବୀଙ୍କୁ ରମେଶଙ୍କ କଟାକ୍ଷ…

ଶ୍ରୀନଗର,୧୦।୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମଙ୍ଗଳବାର ଗୁଲାମ ନବୀ ଆଜାଦଙ୍କ ପାର୍ଟିକୁ ନେଇ କଟାକ୍ଷ କରିଛନ୍ତି। ନିକଟରେ ଆଜାଦଙ୍କ ଦଳର ଅନେକ ନେତା କଂଗ୍ରେସକୁ ଫେରିଛନ୍ତି। ଏହା ପରେ ଜୟରାମ ରମେଶ ସୋସିଆଲ ମିଡିଆରେ ମନ୍ତବ୍ୟ...

ବିନା ନୋଟିସରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚାକରିରୁ ବାହାର କରାଯାଇ ପାରିବ ନାହିଁ: ହାଇକୋର୍ଟ…

ଥରୁଭାନନ୍ତପୁରମ୍‌,୧୦।୧ : କେରଳ ହାଇକୋର୍ଟ କହିଛନ୍ତି ଯେ କାର୍ଯ୍ୟରେ ଅସନ୍ତୋଷଜନକ ପ୍ରଦର୍ଶନ ଯୋଗୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ପୂର୍ବ ସୂଚନା ବିନା ଚାକରିରୁ ବାହାର କରାଯାଇପାରିବ ନାହିଁ। ବରଖାସ୍ତ ହେବା ପୂର୍ବରୁ କର୍ମଚାରୀଙ୍କୁ ନୋଟିସ ଦିଆଯିବା ଉଚିତ ବୋଲି କୋର୍ଟ କହିଛନ୍ତି।...

ଜୋଷୀମଠରେ ସ୍ଥାପନ ହେବ ଭୂକମ୍ପ ଅବଲୋକନ ପ୍ରଣାଳୀ…

ନୂଆଦିଲ୍ଲୀ,୧୦।୧ : ଉତ୍ତରାଖଣ୍ଡର ଅନ୍ୟତମ ପ୍ରସିଦ୍ଧ ସହର ଜୋଷୀମଠ କ୍ରମାଗତ ଭାବରେ ଦବିବାରେ ଲାଗିଛି। ହୋଇଥିବା ଭୂସ୍ଖଳନ ମଧ୍ୟରେ କେନ୍ଦ୍ର ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଏଠାରେ ଏକ ମାଇକ୍ରୋ ସେସମିକ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା(ଭୂକମ୍ପ ଅବଲୋକନ ପ୍ରଣାଳୀ) ସ୍ଥାପନ...

୩ ପ୍ରସ୍ତାବକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ: ସେନା-ନୌସେନା ପାଇଁ କିଣାଯିବ ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ,୧୦।୧ : ଚାଇନା ସହିତ ଏଲଏସିରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସେନା ଏବଂ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ତିନୋଟି ଅଧିଗ୍ରହଣ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଅନୁମୋଦନ ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ...

୫୫ ଯାତ୍ରୀଙ୍କୁ ନେବାକୁ ଭୁଲିଗଲା ଗୋ ଫାଷ୍ଟ ବିମାନ: ଡିଜିସିଏ ପକ୍ଷରୁ ନୋଟିସ ଜାରି…

ନୂଆଦିଲ୍ଲୀ,୧୦।୧ : ଦେଶରେ ଗତ କିଛି ଦିନ ହେବ ବିମାନ ଉଡ଼ାଣ ସମୟରେ ପରିସ୍ରା ପ୍ରସଙ୍ଗ ହେଡଲାଇନରେ ରହିଛି। ଏହି ସମୟରେ ଗୋ ଫାଷ୍ଟ ଏୟାରଲାଇନ୍ସର ଏକ ବଡ ଭୁଲ ସାମ୍ନାକୁ ଆସିଛି। ଗୋ ଫାଷ୍ଟର ଏକ ବିମାନ ୫୫ଯାତ୍ରୀଙ୍କୁ...

୨୯ ମାସର କ୍ଷମତା ଲଢ଼େଇରେ ପାଇଲଟଙ୍କ ଜରୁରୀ ଅବତରଣ, ଏବେ ଅନ୍ତିମ ଘେରାବନ୍ଦୀ ପାଇଁ ୩ ରଣନୀତି…

ଜୟପୁର,୧୦।୧ : ରାଜସ୍ଥାନରେ ପାଗର ତାପମାତ୍ରା ଶୀତରେ କମୁଥିବାବେଳେ କଂଗ୍ରେସ ଦଳରେ ରାଜନୈତିକ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। ଦଳର ହାଇକମାଣ୍ଡ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦର ସମାଧାନ କରିବାରେ ବିଫଳ ହୋଇଛନ୍ତି।...

ନିର୍ବାଚନ ଏକ ଅଧିକାର ଭିକ ନୁହେଁ: ଉମର ଅବଦୁଲା…

ଶ୍ରୀନଗର,୧୦।୧ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ନିର୍ବାଚନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନଙ୍କର ନିର୍ବାଚନ କରିବାର ଅଧିକାର ଅଛି, କିନ୍ତୁ ସେମାନେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଭିକ...

ପୋଙ୍ଗଲ ନିମନ୍ତ୍ରଣ ନେଇ ବିବାଦ ବଢ଼ିଲା…

ଚେନ୍ନାଇ,୧୦।୧ : ତାମିଲନାଡୁରେ ଶାସକ ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଧାନସଭାରୁ ରାଜ୍ୟପାଳଙ୍କ ଗୃହତ୍ୟାଗ ଏବଂ ତାମିଲନାଡୁ ବନାମ ଥିମିଜାଗାମ ବିବାଦ ଉପରେ ରାଜ୍ୟପାଳ ଆର.ଏନ ରବିଙ୍କ ମନ୍ତବ୍ୟ ଶାସକ ବିଧାୟକଙ୍କୁ ଅସନ୍ତୁଷ୍ଟ କରିଛି। ମଙ୍ଗଳବାର...

ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ବିବାଦ, ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପାଇଁ କଂଗ୍ରେସର ଦାବି…

ଥିରୁଭାନନ୍ତପୁରମ୍‌,୧୦।୧ : କେରଳରେ ଏକ ସରକାରୀ ବିଦ୍ୟାଳୟରେ ଯୁବ ମହୋତ୍ସବର ଉଦଘାଟନ ଉତ୍ସବ ସମୟରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମଙ୍ଗଳବାର ବିରୋଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏନେଇ କ୍ଷମା ପ୍ରାର୍ଥନା ମାଗନ୍ତୁ...

ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରାହୁଲ ଗାନ୍ଧୀ, ଦେଶର ସୁଖ, ସମୃଦ୍ଧି ପାଇଁ କଲେ ପ୍ରାର୍ଥନା

ପଞ୍ଜାବ,୧୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ପଞ୍ଜାବର ଅମୃତସରରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କ ସ୍ବର୍ଣ୍ଣ ମନ୍ଦିର ଗସ୍ତର ଫଟୋ...

କୋଟିଶ୍ୱର ସିଂ ଗୁଆହାଟୀ ହାଇକୋର୍ଟ ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ନିଯୁକ୍ତ…

ଗୁଆହାଟୀ,୧୦।୧ : ଜ ଷ୍ଟିସ ଏନ.କୋଟିଶ୍ୱର ସିଂଙ୍କୁ ଗୁଆହାଟୀହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନ୍ୟାୟ ବିଭାଗ, ଆଇନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଜଷ୍ଟିସ କୋଟିଶ୍ୱର ସିଂ ଜାନୁଆରୀ ୧୨...

ବିଧାନସଭା ନିର୍ବାଚନ ପୂର୍ବରୁ ବସଯାତ୍ରା ଅଭିଯାନ ଘୋଷଣା କଲା କଂଗ୍ରେସ…

ବେଙ୍ଗାଲୁରୁ,୧୦।୧ : କର୍ନାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ବସ ଯାତ୍ରା ଆରମ୍ଭ ପାଇଁ ଘୋଷଣା କରାଯାଇଛି। ଏହି ଯାତ୍ରାର ଉଦ୍ଦେଣ୍ୟ ରାଜ୍ୟରୁ କ୍ଷମତାସୀନ ଭାଜପାକୁ କ୍ଷମତାଚ୍ୟୁତ କରିବା ବୋଲି କଂଗ୍ରେସ କହିଛି। ବସଯାତ୍ରା ଅଭିଯାନ ବେଲଗାଭିରୁ ଆରମ୍ଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri