ଜାତୀୟ

ସରକାରଙ୍କ ଆତଙ୍କବାଦ ଉପରେ ପ୍ରହାର, ଜୈଶ-ଏ-ମହମ୍ମଦ ସହ ଜଡିତ ପିଏଏଫଏଫକୁ ଘୋଷଣା କରାଗଲା ଆତଙ୍କବାଦୀ ସଙ୍ଗଠନ

ନୂଆଦିଲ୍ଲୀ,୭ ।୧: ଭାରତ ସରକାର ପୁଣିଥରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଉପରେ ବଡ ପ୍ରହାର କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ‘ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ’(ପିଏଏଫଏଫ)କୁ ଆତଙ୍କବାଦୀ...

ଲାଞ୍ଚୁଆ ବାବୁଙ୍କ ନାଁ କୁହନି, ଫଟୋ ଦେଖାଅନି

ନୂଆଦିଲ୍ଲୀ,୭ା୧: ଲାଞ୍ଚ ମାମଲାରେ କୌଣସି ଅଭିଯୁକ୍ତ କୋର୍ଟରେ ଦୋଷୀ ପ୍ରମାଣିତ ନ ହେବା ଯାଏ ତାଙ୍କ ନାମ କିମ୍ବା ଫଟୋ ପ୍ରଘଟ ନ କରିବାକୁ ରାଜସ୍ଥାନର ଆଣ୍ଟାଇ-କରପ୍ସନ ବ୍ୟୁରୋ (ଏସିବି) ପକ୍ଷରୁ ଏହାର ଅଧିକାରୀମାନଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦେଶକୁ ନେଇ...

ୟୁନିଟେକ୍‌ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ୩୯୫ କୋଟି ଟଙ୍କା ଆଇଡିବିଆଇ ବ୍ୟାଙ୍କ ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ୟୁନିଟେକ୍‌ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକମାନଙ୍କ ନାଁରେ ସିବିଆଇ ଶୁକ୍ରବାର ନୂଆ ମାମଲା ରୁଜୁ କରିଛି। ଦୁର୍ନୀତି ଅଭିଯୋଗର ୬ ମାସ ପରେ କେନ୍ଦ୍ରୀୟ...

ଜନଗଣନା ଆହୁରି ବିଳମ୍ବିତ ହେବ

ନୂଆଦିଲ୍ଲୀ,୭ା୧(ପି.ଟି.): ପ୍ରତି ଦଶବର୍ଷରେ ହେଉଥିବା ଜନଗଣନା ବିଳମ୍ବିତ ହୋଇଥିବାବେଳେ ଏହା ପୁଣିଥରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଜଣାପଡ଼ିଛି। ଜନଗଣନାର ଘର ତାଲିକା ପର୍ଯ୍ୟାୟ ଏବଂ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍‌ପିଆର୍‌) ସଂଶୋଧନ ସାରା ଦେଶରେ ୨୦୨୦...

ଟ୍ରକ୍‌ ଘୋଷାଡ଼ି ନେବାରୁ ଜଳିଗଲେ ସ୍କୁଟର ଚାଳକ

କୋଲକାତା,୭ା୧: ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଗୁରୁବାର ରାତିରେ ଏକ ଟ୍ରକ୍‌ ସ୍କୁଟରକୁ ଧକ୍କା ଦେବା ପରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ସ୍କୁଟର ସମେତ ଏହାର ଚାଳକ ଜଳିଯାଇଛନ୍ତି। ନର୍ଥ ବେଙ୍ଗଲ ୟୁନିଭର୍ସିଟିର ୨ ନମ୍ବର ଗେଟ୍‌ ନିକଟ...

ବିଦେଶୀ ବିଶ୍ୱବିଦ୍ୟାଳୟକୁ ସ୍ବାଧୀନତା

ନୂଆଦିଲ୍ଲୀ,୭ା୧: ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଣିକି ଭାରତରେ ନିଜସ୍ବ କ୍ୟାମ୍ପସ ପ୍ରତିଷ୍ଠା କରିବା ସହ ନାମଲେଖା ପ୍ରକ୍ରିୟା ଏବଂ ଫି’ ଧାର୍ଯ୍ୟ କ୍ଷେତ୍ରରେ ନିଷ୍ପତ୍ତି ନେଇପାରିବେ। ଏପରି କି ଭାରତରୁ ସଂଗୃହୀତ ପାଣ୍ଠିକୁ ମଧ୍ୟ ନିଜ ଦେଶକୁ ସ୍ଥାନାନ୍ତର କରିପାରିବେ। ବିଶ୍ୱବିଦ୍ୟାଳୟ...

୨୦ କୋଟି ଆକାଉଣ୍ଟ ଡେଟା ଲିକ୍‌

ନୂଆଦିଲ୍ଲୀ,୬ା୧: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରରେ ଆକାଉଣ୍ଟ ଖୋଲିଥିବା ୨୦କୋଟି ୟୁଜର୍ସଙ୍କ ଡେଟା ଲିକ୍‌ ହୋଇଯାଇଛି। ହ୍ୟାକରମାନେ ଟୁଇଟର ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ସେମାନଙ୍କ ନାମ, ଇ-ମେଲ୍‌ ଆଡ୍ରେସ୍‌, ଆକାଉଣ୍ଟ ତିଆରି ତାରିଖ ଓ ଫଲୋଅର୍ସଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାରେ ସକ୍ଷମ...

ମନ୍ଦିରରେ ମହିଳାଙ୍କୁ ମାଡ଼ମାରି ଘୋଷାଡ଼ିଲେ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୬।୧: ବେଙ୍ଗାଲୁରୁର ଏକ ମନ୍ଦିରରେ ଜଣେ ମହିଳାଙ୍କୁ ବାଡ଼ିିରେ ପିଟିବା ସହ ଗୋଇଠା ମାରିବା ଏବଂ ଘୋଷାଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେମବତୀ ନାମ୍ନୀ ଉକ୍ତ ମହିଳା ଅମୃଥାହାଲି ଥାନାରେ ଏନେଇ ଏତଲା ଦେଇଛନ୍ତି।...

ଜୋଷୀମଠରେ ବଡ଼ ଫାଟ: ତୁରନ୍ତ ଘର ଖାଲି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୧: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ଅଞ୍ଚଳରେ ମାଟି ଦବିଛି। ଫଳରେ ଶହ ଶହ ଘରେ ଏବଂ ରାସ୍ତାରେ ବିପଜ୍ଜନକ ଫାଟ ସୃଷ୍ଟି ହୋଇଛି। ଜୋଷୀମଠରେ ମାଟି ଦବୁଥିବାରୁ ୫୬୦ରୁ ଊର୍ଦ୍ଧ୍ୱ ଘରେ ବଡ଼ ଧରଣର ଫାଟ ସୃଷ୍ଟି...

ବିମାନରେ ଅସଦାଚରଣ ସହ୍ୟ କରାଯିବ ନାହିଁ: ଆଡଭାଇଜରୀ ଜାରି କଲା ଡିଜିସିଏ

ନୂଆଦିଲ୍ଲୀ,୬।୧: ନିକଟରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଜ ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ସବୁ ମାହୋଲରେ ନିନ୍ଦା କରାଯାଇଛି। ଏଭଳି ଘଟଣା ପରେ ବର୍ତ୍ତମାନ ଦେଶର ଡାଇରେକ୍ଟୋରେଟ...

ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ବୟାନ ଜାରି

ନୂଆଦିଲ୍ଲୀ,୬।୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି ଅସୁସ୍ଥ ହୋଇ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫୁସଫୁସ୍‌ଜନିତ ସଂକ୍ରମଣ ହେତୁ ତାଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଡାକ୍ତରଖାନା ପକ୍ଷରୁ ବୟାନ ଜାରି...

ବିମାନରେ ମହିଳାଙ୍କ ସହ ଅସଦାଚରଣ କରିଥିବା ଶଙ୍କର ମିଶ୍ରଙ୍କ ଚାକିରି ଗଲା

ନୂଆଦିଲ୍ଲୀ,୬।୧: ଗତବର୍ଷ ନଭେମ୍ବର୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏବେ ତାଙ୍କୁ ତାଙ୍କ କମ୍ପାନୀ ଓ୍ବେଲ୍ସ ଫାର୍ଗୋ ଟର୍ମିନେଟ୍‌ସ୍‌(ବରଖାସ୍ତ) କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri