ଜାତୀୟ

ଦେଶର ପ୍ରଥମ ମୁସଲମାନ ମହିଳା ଭାବେ ଯୁଦ୍ଧ ବିମାନ ପାଇଲଟ ହେବେ ସାନିଆ ମିର୍ଜା

ଲକ୍ଷ୍ନୌ,୨୩।୧୨: ଯଦି କିଛି କରିବାକୁ ମନରେ ଆଗ୍ରହ ଅଛି, ତେବେ ଦୁନିଆରେ କିଛି ଅସମ୍ଭବ ନୁହେଁ। ଉତ୍ତରପ୍ରଦେଶର ମିର୍ଜାପୁର ଜିଲାର ଏକ ଛୋଟ ଗାଁର ବାସିନ୍ଦା ସାନିଆ ମିର୍ଜା ମଧ୍ୟ ଏଭଳି କାର୍ଯ୍ୟ କରିଛନ୍ତି। ସାନିଆ ଏନଡିଏ ପରୀକ୍ଷାରେ ୧୪୯ତମ...

ଲୋକ ସଭା, ରାଜ୍ୟ ସଭା ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୨୩।୧୨: ପାର୍ଲାମେଣ୍ଟର ଉଭୟ ଗୃହ ଲୋକ ସଭା ଏବଂ ରାଜ୍ୟ ସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଡିସେମ୍ବର ୨୯ ପର୍ଯ୍ୟନ୍ତ ଗୃହର ପ୍ରକ୍ରିୟା ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏହାପୂର୍ବରୁ ଉଭୟ ଗୃହକୁ ସ୍ଥଗିତ କରାଯାଇଛି। ୭ ଡିସେମ୍ବରରେ ଆରମ୍ଭ...

ଅନୁମତି ପରେ ଆଜିଠୁ କୋଓ୍ବିନ୍‌ ଆପ୍‌ରେ ଉପଲବ୍ଧ ହେବ ନାଜାଲ ଭାକ୍ସିନ୍‌

ନୂଆଦିଲ୍ଲୀ,୨୩।୧୨: ଭାରତ ବାୟୋଟେକ୍‌ ପ୍ରସ୍ତୁତ ନାଜାଲ ଭାକ୍ସିନ୍‌କୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ବୁଷ୍ଟର ଡୋଜ ଭାବେ ବ୍ୟବହୃତ ହେବ। ଶୁକ୍ରବାର ସନ୍ଧ୍ୟାରୁ କୋଓ୍ବିନ୍‌ ଆପ୍‌ରେ ଉପଲବ୍ଧ ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ...

ଜେଲରୁ ମୁକୁଳିଲେ ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତ ଉମର ଖଲିଦ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଉମର ଖଲିଦ ଜେଲରୁ ମୁକୁଳିଛନ୍ତି। ଜେଲ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର କର୍କାର୍ଡୋମା କୋର୍ଟରୁ ଉମର ଖାଲିଦଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା। ଯାହା ପରେ ତାଙ୍କୁ ଶୁକ୍ରବାର ଜେଲ୍‌ରୁ ମୁକ୍ତ କରାଯାଇଛି।...

ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ଭାରତୀୟ ଯବାନ

ଅମୃତସର,୨୩।୧୨: ପଞ୍ଜାବର ଅମୃତସର ସେକ୍ଟରରେ ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନଙ୍କୁ ଏକ ବଡ଼ ସଫଳତା ପାଇଛନ୍ତି। ସୀମା ସୁରକ୍ଷା ବାହିନୀର ଯବାନମାନେ ପାକିସ୍ତାନୀ ଡ୍ରୋନକୁ ଭାରତ ସୀମା ନିକଟରେ ପୁଲମୋରନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ...

ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ

ନୂଆଦିଲ୍ଲୀ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତ ସମେତ ସମଗ୍ର ବିଶ୍ୱ ଏନେଇ ଆଗୁଆ ସତର୍କତା ଅବଲମ୍ବନ କରୁଛନ୍ତି। ତେବେ ଭାରତ ପାଇଁ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ...

ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିଆ

ନୂଆଦିଲ୍ଲୀ,୨୩।୧୨: ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶୁକ୍ରବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ...

ବିମାନବନ୍ଦର ଉଡାଇ ଦେବାକୁ ଧମକ ଦେଇଥିବା ଛାତ୍ର ଗିରଫ

ବେଙ୍ଗାଲୁରୁ,୨୩।୧୨: ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (ବିଏଲ) ପୋଲିସର ମିଳିତ ଟିମ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ବିସ୍ଫୋରଣ କରିବାକୁ ଟୁଇଟ୍‌ ଯୋଗେ ଧମକ ଦେଇଥିବା ୨୦ ବର୍ଷ ବୟସ୍କ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିବା ଜଣାପଡିଛି। ଆହ୍ଲାବାଦର ମୋତିଲାଲ ନେହେରୁ...

ମର୍ମନ୍ତୁଦ ଦୁର୍ଘଟଣା: ୪ ମୃତ

ଜୟପୁର,୨୩।୧୨: ରାଜସ୍ଥାନର ଅଜମେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର୍‌ ଟ୍ରେଲର୍‌ ଉପରେ ଚଢିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଗୁରୁବାର ସନ୍ଧ୍ୟାରେ ବନ୍ଦନଓ୍ବାରା ସହର ନିକଟ ଭିଲୱାରା-ଅଜମେର ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସେମାନେ...

ଉତ୍ତର ପ୍ରଦେଶ, କର୍ନାଟକ, ମୁମ୍ବାଇରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୩ ।୧୨: ଚାଇନାରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ଭାରତକୁ ଏହାର ଭୟ ଫେରିଛି । ଚାଇନାରେ ଓମିକ୍ରନର ସବ ଭାରିଏଣ୍ଟ ବିଏଫ.୭ ସ୍ଥିତିକୁ ଏକବାର ବିଗାଡି ଦେଇଛି । ଏବେ ଏହି ସଂକ୍ରମଣକୁ ରୋକିବାକୁ ଭାରତ...

ଜୈବବିବିଧତାର ସ୍ବଦେଶୀ ରକ୍ଷକ: ନାଜାଲ ଟିକାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୩ା୧୨:ବିଶ୍ୱରେ କୋଭିଡ୍‌ ମହାମାରୀ ପୁଣିଥରେ ଭୟ ସୃଷ୍ଟି କରିଥିବାବେଳେ ନାଜାଲ ଭାକ୍ସିନ୍‌କୁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ। ଇଞ୍ଜେକଶନରେ ଦିଆଯାଉଥିବା ଭାକ୍ସିନ ତୁଳନାରେ ନାଜାଲ ଟିକା...

‘ଆମ ପାଇଁ କନ୍ୟା ଖୋଜିଦିଅ’

ମୁମ୍ବାଇ, ୨୩।୧୨:ମହାରାଷ୍ଟ୍ରରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି କାରଣ ପାଇଁ ରାଜ୍ୟର ବହୁ ବିବାହଯୋଗ୍ୟ ଯୁବକ ବାହାହେବା ଲାଗି କନ୍ୟା ଖୋଜି ଖୋଜି ହତାଶ ହୋଇ ପଡ଼ିଛନ୍ତି। ତେବେ ଏ ପ୍ରକାର ସମସ୍ୟାକୁ ଦୂର କରିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri