ଜାତୀୟ

ତେଲଙ୍ଗାନା ଘୋଡ଼ା ବେପାର ଅଭିଯୋଗ: ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ,୨୯ା୧୦(ପି.ଟି.): ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)ର ୪ ବିଧାୟକଙ୍କୁ କିଣିବା ଲାଗି ଭାଜପା ଉଦ୍ୟମ ଚଳାଇଥିବା ଆଞ୍ଚଳିକ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଉକ୍ତ ବିଧାୟକମାନଙ୍କୁ ୧୦୦ କୋଟି ଟଙ୍କା ଲେଖାଏ ଯଚାଯାଇଥିବା କୁହାଯାଇଥିଲା। ମୁନୁଗୋଡ଼େ ଉପନିର୍ବାଚନକୁ ପ୍ରଭାବିତ କରିବା...

ୟୁଏନଏସସିର ଦ୍ୱିତୀୟ ବୈଠକରେ ମୁମ୍ବାଇ ପରେ ଦିଲ୍ଲୀରୁ ପାକିସ୍ତାନକୁ କରାଯିବ ଟାର୍ଗେଟ

ନୂଆଦିଲ୍ଲୀ,୨୯ ।୧୦: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧକ ସମିତିର ବିଶେଷ ବୈଠକର ଶନିବାର ହେଉଛି ଦ୍ୱିତୀୟ ଦିବସ । ଦ୍ୱିତୀୟ ଦିନର ବୈଠକ ଶନିବାର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ୩ ବିନ୍ଦୁ...

ଦେଶରେ ବଢୁଛି ଟିବି ରୋଗୀଙ୍କ ସଂଖ୍ୟା, ୨୦୨୦ ତୁଳନାରେ ୧୮ ପ୍ରତିଶତ ଅଧିକ

ନୂଆଦିଲ୍ଲୀ/ଜେନେଭା,୨୯ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗୁରୁବାର ଅର୍ଥାତ୍ ୨୭ ଅକ୍ଟୋବରରେ ଗ୍ଲୋବାଲ ଟିବି ରିପୋର୍ଟ ୨୦୨୨ ଜାରି କରିଛି । ଏହି ରିପୋର୍ଟ ଅନୁଯାୟୀ, ଭାରତରେ ୨୦୨୧ରେ ମୋଟ ୨୧.୪ ଲକ୍ଷ ଟିବି ରୋଗୀ ନୋଟିଫାଏ କରାଯାଇଛି ଯାହା...

ମାଗଣା ସହାୟତା ଉପରେ ଭୋଟର ନିଷ୍ପତ୍ତି ନିଅନ୍ତୁ: କଂଗ୍ରେସ

ନୂଆଦିଲ୍ଲୀ,୨୯ା୧୦(ଆଇଏଏନ୍‌ଏସ୍‌): ମାଗଣା ସହାୟତା ପ୍ରସଙ୍ଗରେ ଭୋଟରମାନେ ନିଷ୍ପତ୍ତି ନେବା ଉଚିତ ବୋଲି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିର୍ବାଚନ କମିଶନଙ୍କୁ ଜଣାଇଛି। କ୍ଷେତ୍ର ଅଧିକାର, ପ୍ରବର୍ତ୍ତନତା, ମାଗଣା ଉପହାରର ସଂଜ୍ଞା ଓ ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପଏଣ୍ଟ ଅନୁଯାୟୀ...

ଆଜମ୍‌ ଖାନ୍‌ଙ୍କ ବିଧାୟକ ପଦ ଗଲା

ଲକ୍ଷ୍ନୌ,୨୯ା୧୦(ପି.ଟି.): ଘୃଣା ମନ୍ତବ୍ୟ ମାମଲାରେ ଦୋଷୀସାବ୍ୟସ୍ତ ହେବା ସହ ୩ ବର୍ଷ ଜେଲଦଣ୍ଡ ପାଇଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ଙ୍କୁ ଶୁକ୍ରବାର ଉତ୍ତରପ୍ରଦେଶ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଆଜମ୍‌ ଅଯୋଗ୍ୟ ଘୋଷିତ ହେବା ସହ ରାମପୁର...

ତୋ ମୁଣ୍ଡରେ କେମିକାଲ ଢାଳିବି

ନୂଆଦିଲ୍ଲୀ,୨୯ା୧୦: ଛଟ୍‌ ପୂଜା ପୂର୍ବରୁ ଶୁକ୍ରବାର ଯମୁନା ନଦୀଘାଟ ଅନୁଧ୍ୟାନ କରିବାକୁ ଯାଇଥିବା ପଶ୍ଚିମ ଦିଲ୍ଲୀର ଭାଜପା ଏମ୍‌ପି ପର୍ଭେଶ ବର୍ମା ଜଣେ ଅଫିସରଙ୍କ ଉପରେ ଗର୍ଜୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦେଢ଼ ମିନିଟ୍‌ର ଏହି ଭିଡିଓରେ...

୭୫ ଭିତ୍ତିଭୂମି ପ୍ରକଳ୍ପ ଉଦ୍‌ଘାଟନ କଲେ ରାଜନାଥ

ନୂଆଦିଲ୍ଲୀ,୨୯ା୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ୭୫ଟି ଭିତ୍ତିଭୂମି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଶ୍ୟୋକ ନଦୀ ଉପରେ ନିର୍ମିତ ୧୨୦ ମିଟର ବ୍ରିଜ୍‌ ସବୁ ସମୟରେ ସଶସ୍ତ୍ର ବଳକୁ ପ୍ରକୃତ ନିୟନ୍ତ୍ରଣ...

୨୬/୧୧ ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦିଆଯାଉଛି: ଜୟଶଙ୍କର

ମୁମ୍ବାଇ,୨୯ା୧୦: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଯୋଜନା ପ୍ରସ୍ତୁତକାରୀଙ୍କୁ ଦଣ୍ଡ ଦିଆ ନ ଯାଇ ସୁରକ୍ଷା ଯୋଗାଇ ଦିଆଯାଉଛି। ଏହା ସାମୂହିକ ବିଶ୍ୱସନୀୟତାକୁ ଦୁର୍ବଳ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଶୁକ୍ରବାର କହିଛନ୍ତି। ଯେତେବେଳେ...

ଅପରାଧ ରୋକିବ ନୂଆ ପ୍ରଯୁକ୍ତି

ସୂରଯକୁଣ୍ଡ (ହରିୟାଣା),୨୯ା୧୦(ପି.ଟି.): ଅପରାଧ ରୋକିବା ଲାଗି ଏକ ପୋଲିସ ପ୍ରଯୁକ୍ତି ମିଶନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁରୁତ୍ୱାରୋପ କରିଛନ୍ତି। ଏହି ମିଶନ ରାଜ୍ୟଗୁଡ଼ିକୁ ଶ୍ରେଷ୍ଠ ପ୍ରଯୁକ୍ତିକ୍ଷମ କରିବା ସହ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧିରେ ସହାୟକ ହୋଇପାରିବ।...

ଏକନାଥ ଶିନ୍ଦେଙ୍କର ଉଦ୍ଧବ ଠାକରେଙ୍କ ଉପରେ ଆଉ ଏକ ‘ବାଉଂସର’, ମହା ବିକାଶ ଅଘାଡିର ୨୫ ନେତାଙ୍କ ହଟିଲା ସୁରକ୍ଷା

ମୁମ୍ବାଇ,୨୯ ।୧୦: କିଛି ଦିନର ନିରବତା ପରେ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ହାଇ ଡ୍ରାମା ହେବାର ଅନୁମାନ କରାଯାଉଛି । ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଥିବା ଶିବସେନା, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଓ କଂଗ୍ରେସର ମହାବିକାଶ ଅଘାଡି(ଏନବିଏ)...

ଏକକାଳୀନ ୧୫ ମହାପୁରୁଷଙ୍କ ଚିତ୍ର ଆଙ୍କିଲେ ଯୁବତୀ

ଲକ୍ଷ୍ନୌ, ୨୯।୧୦: କଳା ଈଶ୍ୱରଙ୍କ ପ୍ରଦତ୍ତ ଏଭଳି ଏକ ଉପହାର, ଯାହାର କୌଣସି ତୁଳନା ନାହିଁ। କେତେଜଣ ବ୍ୟକ୍ତି ନିଜ ଅନନ୍ୟ ପ୍ରତିଭା ମାଧ୍ୟମରେ ଲୋକଙ୍କ ପ୍ରିୟଭାଜନ ହୋଇଥାନ୍ତି ତ ଆଉ କେହି ବହୁ ସମ୍ମାନ ହାତେଇଥାନ୍ତି। ଉତ୍ତର ପ୍ରଦେଶ...

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ, ଟେକଅପ୍ ପୂର୍ବରୁ ଇଞ୍ଜିନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୯ ।୧୦: ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନକୁ ଶୁକ୍ରବାର ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି । ବିମାନଟି ରନୱେରେ ଟେକ୍ ଅପ୍ କରୁଥିବା ସମୟରେ ଏଥିରୁ ନିଆଁ ବାହାରୁଥିବା ଦେଖାଯାଇଥିଲା । ଆଉ ମାତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri