ଜାତୀୟ

ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ, ଚଣ୍ଡିଗଡ଼ରେ ଦେଖାଯିବ ବାୟୁବୀରଙ୍କ ଶକ୍ତି

ଚଣ୍ଡିଗଡ଼,୮ ।୧୦: ଭାରତୀୟ ବାୟୁସେନା ଶନିବାର ତା’ର ୯୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମଥର ଲାଗି କୌଣସି ଏୟାର ବେସ ବାହାରେ ଚଣ୍ଡିଗଡ଼ର ସୁପ୍ରସିଦ୍ଧ ସୁଖନା ଲେକର ଆକାଶରେ ବାୟୁସେନାର ଶକ୍ତି...

ନାସିକରେ ଚଳନ୍ତା ବସରେ ଲାଗିଲା ନିଆଁ: ଜଳିଯାଇ ୧୧ ମୃତ ଅନେକେ ଆହତ

ନାସିକ,୮ ।୧୦: ମହାରାଷ୍ଟ୍ରର ନାସିକରେ ଶୁକ୍ରବାର ରାତିରେ ଏକ ବଡ ଅଘଟଣ ଘଟିଛି । ଏଠାରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଘଟଣା ନାସିକ-ଔରଙ୍ଗାବାଦ ରାସ୍ତାର ନାନ୍ଦୁରନାକା ନାମକ ସ୍ଥାନରେ ହୋଇଛି । ମିଳିଥିବା ସୂଚନା...

ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା, ବଢିଲା ସିଏନଜି-ପିଏନଜି ଦାମ

ନୂଆଦିଲ୍ଲୀ,୮ ।୧୦: ଦୀପାବଳୀ ପୂର୍ବରୁ ଗ୍ରାହକଙ୍କୁ ବଡ ଝଟକା ଲାଗିଛି । ଆଇଜିଏଲ ଦ୍ୱାରା ସିଏନଜିର ଦାମ କିଲୋପିଛା ୩ ଟଙ୍କା ବୃଦ୍ଧି ହୋଇଛି । ସେହିଭଳି ପିଏନଜିର ଦାମ ବି ୩ ଟଙ୍କା ବଢିଛି । ଶନିବାରଠାରୁ ଏହି...

ଓଲା-ଉବର-ରାପିଡୋକୁ ଝଟ୍‌କା: ଏହି ରାଜ୍ୟରେ ଅଟୋ ସେବାକୁ ବେଆଇନ ଘୋଷଣା ସହ ୩ ଦିନରେ ବନ୍ଦ କରିବାକୁ ନିର୍ଦ୍ଦେଶ

ବେଙ୍ଗାଲୁରୁ,୭।୧୦: ଆପ୍‌ ଭିତ୍ତିକ କ୍ୟାବ୍‌ କମ୍ପାନୀ ଓଲା, ଉବର ଏବଂ ରାପିଡୋ ଲାଗିଛି ବଡ ଝଟ୍‌କା। ଏହି କମ୍ପାନୀଗୁଡ଼ିକୁ ତିନି ଦିନ ମଧ୍ୟରେ କର୍ନାଟକରେ ସେମାନଙ୍କର ଅଟୋ ସେବା ବନ୍ଦ କରିବାକୁ ହେବ। କାରଣ ରାଜ୍ୟ ସରକାର କମ୍ପାନୀଗୁଡ଼ିକୁ ବେଆଇନ...

ପ୍ରଶ୍ନ କରି ଟାର୍ଗେଟ କଲେ ଓଓ୍ବାଇସି: କ’ଣ ଜିନପିଙ୍ଗଙ୍କୁ ମୋଦି ଡରୁଛନ୍ତି…

ନୂଆଦିଲ୍ଲୀ,୭।୧୦: ଜିନ୍‌ଜିଆଙ୍ଗରେ ଚାଇନା ସରକାରଙ୍କ ମାନବାଧିକାର ଉଲ୍ଲଂଘନ ମାମଲାରେ ୟୁଏନ୍‌ଏଚ୍‌ଆର୍‌ସିରେ ମତଦାନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଚାଇନା ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟ ଦେବାରୁ ଭାରତ ନିବୃତ୍ତ ରହିଥିଲା। ଏହାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି।...

ଜ୍ଞାନବ୍ୟାପୀ ମାମଲାର ଶୁଣାଣି ଘୁଞ୍ଚିଲା, ୧୧ ଅକ୍ଟୋବରରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୭ ।୧୦: କୋର୍ଟରେ ଶୁକ୍ରବାର ହେବାକୁ ଥିବା ଜ୍ଞାନବ୍ୟାପୀ ମାମଲାର ଶୁଣାଣିକୁ ୧୧ ଅକ୍ଟୋବରକୁ ଘୁଞ୍ଚାଇ ଦିଆଯାଇଛି । ଶିବଲିଙ୍ଗର କାର୍ବନ ଡେଟିଂଗର ଦାବିକୁ ନେଇ ଶୁକ୍ରବାର ଶୁଣାଣି ହେବାର ଥିଲା । ହେଲେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇଛନ୍ତି...

ସ୍ୱୀକାର କରାଯିବନି ଦୁଇଟି ଭାରତ: ରାହୁଲ

ନୂଆଦିଲ୍ଲୀ,୭ ।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ କର୍ନାଟକରେ ଚାଲିଛି । ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପରଠାରୁ ରାହୁଲ ଗାନ୍ଧୀ ଆଗ ଅପେକ୍ଷା ଆଉ ଟିକେ ଆକ୍ଟିଭ ହୋଇଯାଇଛନ୍ତି । ଏହାସହ ସେ ବିଭିନ୍ନ ପ୍ରସଙ୍ଗକୁ...

ମଦ୍ରାସାରେ ପୂଜାର୍ଚ୍ଚନା: ୯ ଜଣଙ୍କ ନାମରେ ଥାନାରେ ମାମଲା

ବେଙ୍ଗାଲୁରୁ,୭।୧୦: କର୍ନାଟକର ବିଦର ଜିଲାରେ କିଛି ଲୋକ ମହମ୍ମଦ ଗଓ୍ବାନ ମଦ୍ରାସାରେ ପୂଜାର୍ଚ୍ଚନା କରିବା ଘଟଣାରେ ୯ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ମଦ୍ରାସାରେ ଉତ୍ତ୍ୟକ୍ତ ଲୋକେ ପ୍ରବେଶ କରି ପୂଜା କରିବା ସହ ସ୍ଲୋଗାନ ଦେଉଥିବା...

ଜଣେ ବ୍ୟକ୍ତି ଗୋଟିଏ ସିଟ୍‌ରୁ ହିଁ ଲଢ଼ିପାରିବେ ନିର୍ବାଚନ

ନୂଆଦିଲ୍ଲୀ,୭ା୧୦: ନୂତନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆସିବା ପରେ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ନିୟମ ଲାଗୁ କରିବାକୁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୦୪ରେ ପ୍ରଥମ ଥର ପାଇଁ ଏହି ପ୍ରସ୍ତାବ...

ସିଟ୍‌କୁ ନେଇ କେଶ ଧରାଧରି ହେଲେ ଦୁଇ ମହିଳା

ମୁମ୍ବାଇ,୭ା୧୦: ମୁମ୍ବାଇର ଲୋକାଲ ଟ୍ରେନର ମହିଳା ବିଭାଗରେ ସହ-ଯାତ୍ରୀଙ୍କ ମଧ୍ୟରେ ଗୁରୁବାର ପ୍ରବଳ ଝଗଡ଼ା ଦେଖିବାକୁ ମିଳିଥିଲା। ଯେଉଁଥିରେ ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଥାନେ-ପାନଭେଲ ସ୍ଥାନୀୟ...

ଦେଶରେ ୨ ହଜାର ତଳେ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୭।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୯୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୯ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା...

ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଗୁରୁଗ୍ରାମ,୭।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୁଳାୟମଙ୍କର କିଡନୀ ସଂକ୍ରମଣର ସମସ୍ୟା ଆହୁରି ବଢିଯାଇଛି। ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଶୁକ୍ରବାର ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri