ଜାତୀୟ

ମାଂସ କଟାଳିଙ୍କୁ ବଜରଙ୍ଗ ଦଳର ଆକ୍ରମଣ

ଶିବମୋଗା(କର୍ନାଟକ),୧।୪: ହଲାଲ ମାଂସ ଉପରେ ଗମ୍ଭୀର ଆପତ୍ତି ଉଠିବା ପରେ ସରକାର ଏହାକୁ ଗୁରୁତର ସହ ନେବେ ବୋଲି କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଘୋଷଣା କରିଥିଲେ। ଘୋଷଣା ଗୋଟିଏ ଦିନ ପରେ ଜଣେ ମୁସଲିମ ମାଂସ କଟାଳିଙ୍କୁ ଆକ୍ରମଣ...

ଆକ୍ସନ ମୁଡରେ ଯୋଗୀ: ପୁଣି ସକ୍ରିୟ ହେବ ଆଣ୍ଟି ରୋମିଓ ସ୍କାର୍ଡ

ଲକ୍ଷ୍ନୌ,୧ ।୪: ଉତ୍ତର ପ୍ରଦେଶର ଦ୍ୱିତୀୟଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିବା ଯୋଗି ଆଦିତ୍ୟନାଥ ଏବେ ଆକ୍ସନ ମୁଡରେ । ନବରାତ୍ରୀ ମଧ୍ୟରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏକ ବଡ ବୈଠକ ବସିଛି । ଯୋଗୀ ଉଚ୍ଚ ଅଧିକାରୀମାନଙ୍କୁ ନବରାତ୍ରୀ...

‘ମନରେ ଟେନ୍‌ସନ୍‌ ବଢିବାକୁ ଦିଅନାହିଁ, ଆତ୍ମବିଶ୍ୱାସ ସହ ଆଗକୁ ବଢ’

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କ ସହ ଶୁକ୍ରବାର ‘ପରୀକ୍ଷା ପେ ଚର୍ଚ୍ଚା’ରେ ଆଲୋଚନା କରିଛନ୍ତି। ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରଧାନମନ୍ତ୍ରୀ ଟକାଟୋରା ଷ୍ଟାଡିୟମରେ ପହଞ୍ଚିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କୁ...

ଛେଳିକୁ ଗଣବଳାତ୍କାର

ଥିରୁଭାନନ୍ତପୁରମ,୧।୪: ମଣିଷ ସମାଜକୁ ଲଜ୍ଜିତ କଲା ଭଳି ଏକ ଘଟଣା କେରଳର କସରଗୋଡ଼ ଜିଲାରୁ ସମ୍ନାକୁ ଆସିଛି। ଗର୍ଭବତୀ ଛେଳିକୁ ଗଣବଳାତ୍କାର ଏବଂ ହତ୍ୟା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ସେନ୍‌ଥିଲ୍‌ ତମିଲନାଡୁର ହୋଇଥିବାବେଳେ କସରଗୋଡର...

ପୁଣି ୨୫୦ ଟଙ୍କା ବଢିଲା ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୪: ପୁଣି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ଦର ଅନୁସାରେ ଏବେ ଦିଲ୍ଲୀରେ ୧୯ କିଲୋଗ୍ରାମର ଏଲ୍‌ପିଜି ସିଲିଣ୍ଡର ୨୨୫୩ ଟଙ୍କାରେ ମିଳିବ। ଅନ୍ୟପଟେ...

ବିହାର ଛାଡିବେନି ନୀତିଶ

ପାଟନା,୧।୪: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ରାଜନୀତିରେ ସନ୍ତୁଷ୍ଟ ନାହାନ୍ତି। ଗତ କିଛି ଦିନ ହେବ ସେ ଉପରାଷ୍ଟ୍ରପତି କିମ୍ବା ରାଜ୍ୟ ସଭାକୁ ଯିବେ ବୋଲି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଶୁକ୍ରବାର ତାଙ୍କ ଦଳ ଜେଡିୟୁ ସମ୍ପୂର୍ଣ୍ଣ...

ସଂକ୍ରମଣ କୁମଛି

ନୂଆଦିଲ୍ଲୀ,୧।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ହଜାର ୩୩୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୮ଜଣଙ୍କ ମୃତ୍ୟୁ ଘଟିଛି। ନୂତନ...

ଓଡ଼ିଆ ସଂସ୍କୃତି ସାରା ବିଶ୍ୱରେ ପରିଚିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ା୪: ଓଡ଼ିଶା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ...

ବୋମା ପକାଇଥିବା ବୁର୍ଖା ପିନ୍ଧା ମହିଳା ଧରାପଡ଼ିଲେ

ଜମ୍ମୁ,୧।୪: ଜମ୍ମୁ-କଶ୍ମୀରର ସୋପୋରେ ଅଞ୍ଚଳରେ ସୁରକ୍ଷା ବଳର ବଙ୍କର ଉପରେ ପେଟ୍ରୋଲ ବୋମା ପକାଇଥିବା ବୁର୍ଖା ପିନ୍ଧା ମହିଳା ଧରା ପଡ଼ିଛନ୍ତି। ମହିଳା ଜଣଙ୍କୁ ହସିନା ଆଖତର ଭାବେ ଚିହ୍ନଟ କରାଯାଇଛି। ବାରାମୁଲା ବାସିନ୍ଦା ପ୍ରତିବନ୍ଧିତ ମହିଳାଙ୍କ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ...

ଝାଡଖଣ୍ଡ ରାଜନୀତିରେ ହୋଇପାରେ ପରିବର୍ତ୍ତନ, ଷଡଯନ୍ତ୍ର ରଚିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭାଉଜ

ରାଞ୍ଚି,୧ ।୪: ଏବେ ଝାଡଖଣ୍ଡ ରାଜନୀତି ହୋଇଛି ସରଗରମ । ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧା ଡଜନ ବିଧାୟକ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପତ୍ର ଲେଖି ଦଳର...

ଶୋପିଆନ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ମୃତ

ଜମ୍ମୁ,୧ ।୪: ଜମ୍ମୁ-କଶ୍ମୀରର ଶୋପିଆନରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଶୁକ୍ରବାର ଶୋପିଆନର ତୁର୍କୱାନଗମରେ ଏନକାଉଣ୍ଟର ଆରମ୍ଭ କରାଯାଇଥିବା ବେଳେ ସର୍ଚ୍ଚ ଅପରେଶନ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଶୋପିଆନରେ ଆତଙ୍କବାଦୀ...

ଛାଡପତ୍ର ପରେ ସ୍ତ୍ରୀ ଦେବେ ସ୍ବାମୀଙ୍କୁ ଭରଣପୋଷଣ ଅର୍ଥ

ମୁମ୍ବାଇ,୧।୪: ସାଧାରଣତଃ ଛାଡପତ୍ର ପରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ପଡେ। କିନ୍ତୁ ମହାରାଷ୍ଟ୍ରରେ ଏକ ଭିନ୍ନ ମାମଲା ସାମ୍ନାକୁ ଆସିଛି। ଏଠାରେ ମହିଳା ଜଣକ ତାଙ୍କ ପୂର୍ବ ସ୍ବାମୀଙ୍କୁ ପ୍ରତି ମାସରେ ଭରପୋଷଣ ଅର୍ଥ ଦେବେ। ମହାରାଷ୍ଟ୍ରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri