ଜାତୀୟ

୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪,୧୦୦…

ନୂଆଦିଲ୍ଲୀ, ୨୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୬୬୦ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୪,୧୦୦ ରହିଛି। ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ଅପଡେଟ୍‌ କରାଯାଇଥିବାରୁ ଏଭଳି ସ୍ଥିତି...

ଝିଅଙ୍କ ମୃତଦେହକୁ କାନ୍ଧରେ ବୋହି ୧୦ କିମି ଚାଲିଲେ ବାପା

ଅମ୍ବିକାପୁର,୨୬।୩: ଛତିଶଗଡ଼ରେ ଓଡ଼ିଶାର ଦାନ ମାଝୀ ଭଳି ଘଟଣାର ପୁନରାବୃତ୍ତି। ଫରକ କେବଳ ସମ୍ପର୍କର। ଛତିଶଗଡର ଅମ୍ବିକାପୁର ଗାଁରୁ ଆସିଥିବା ଏଭଳି ଚିତ୍ର ଏବେ ସମସ୍ତଙ୍କୁ ବିଚଳିତ କରୁଛି। ଝିଅଙ୍କ ମୃତଦେହକୁ କାନ୍ଧରେ ବୋହି ରାସ୍ତା ଉପରେ ଚାଲି ଚାଲି...

ବିଧାୟକ ଦଳଙ୍କ ବୈଠକରେ ଶିବପାଳଙ୍କୁ ଦିଆଯାଇନି ନିମନ୍ତ୍ରଣ

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସମାଜବାଦୀ ପାର୍ଟି(ଏସ୍‌ପି)ର ନବନିର୍ବାଚିତ ବିଧାୟକଙ୍କ ବୈଠକ ଶନିବାର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସାମିଲ ହେବା ନେଇ ସକାଳୁ ଦଳରେ ହଇଚଇ ଦେଖାଦେଇଥିଲା। କିନ୍ତୁ ସବୁଠାରୁ...

୫ବର୍ଷରେ ୨୦ଲକ୍ଷ ଲୋକଙ୍କୁ ଚାକିରି ଦେବୁ: ସିସୋଡିଆ

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଶନିବାର ଦିଲ୍ଲୀ ବିଧାନ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି। ଭବିଷ୍ୟତର ଦିଲ୍ଲୀର ଏକ ଚିତ୍ର ଏହି ବଜେଟରେ ଦେଖିବାକୁ ମିଳିଛି। ଦିଲ୍ଲୀ ଅର୍ଥମନ୍ତ୍ରଣାଳୟର ଦାୟିତ୍ୱ ମନୀଷଙ୍କ ନିକଟରେ ଥିବାରୁ ସେ ବଜେଟ ଉପସ୍ଥାପନା...

ପ୍ରଥମ କ୍ୟାବିନେଟ ବୈଠକରେ ଯୋଗୀଙ୍କ ବଡ଼ ନିଷ୍ପତ୍ତି: ୩ମାସ ଯାଏ ବଢ଼ିଲା ରାଶନ ଯୋଜନା

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ପୁଣି ଥରେ ଶାସନ ଭାର ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୁଡରେ ଆସିଯାଇଛନ୍ତି। ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଅର୍ଥାତ୍‌ ଶନିବାର ଯୋଗୀ ନିଜ ନୂଆ କ୍ୟାବିନେଟ ସହ ପ୍ରଥମ ବୈଠକ...

ଶ୍ରୀଲଙ୍କାକୁ ୪୦ ହଜାର ଟନ୍‌ ଡିଜେଲ ପଠାଇବ ଭାରତ

ନୂଆଦିଲ୍ଲୀ,୨୬।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଏଭଳି ସ୍ଥତିରେ ସହଯୋଗର ହାତ ବଢାଇଛି ଭାରତ। ଶ୍ରୀଲଙ୍କାର ଅନୁରୋଧ କ୍ରମେ ଭାରତ ୪୦ ହଜାର ଟନ ଡିଜେଲ ପଠାଇବାକୁ ପ୍ରତିଶ୍ରୁତି ଦେଇଛି। ଭାରତୀୟ ତୈଳ ନିଗମ ଆଗମୀ...

ଉଲଗ୍ନ କରି ଯାଞ୍ଚ କରିବା ପଡ଼ିଲା ମହଙ୍ଗା

ଗୁଆହାଟୀ,୨୬।୩: ୮୦ ବର୍ଷୀୟା ମହିଳାଙ୍କୁ ଉଲଗ୍ନ ଯାଞ୍ଚ କରିବା ମହଙ୍ଗା ପଡିଛି। ଗୁଆହାଟୀ ବିମାନ ବନ୍ଦରରେ ନିଯୁକ୍ତ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌)ର ଜଣେ ମହିଳା କନ୍‌ଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସିଆଇଏସ୍‌ଏଫ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ମୋଦି ସରକାରଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ରାଞ୍ଚି,୨୬ ।୩: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କୋଲ ଇଣ୍ଡିଆ ଉପରେ ଝାରଖଣ୍ଡର ୧.୩୬ ଲକ୍ଷ କୋଟି ଟଙ୍କା ବାକି ରହିଛି । ଏହା ରାଜ୍ୟର ଅଧିକାର ଓ...

ସକାଳ ୧୦ଟାରେ ବସିବ ଯୋଗୀଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ନେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଯୋଗୀ ସରକାରଙ୍କ ୨.୦ର ପ୍ରଥମ କ୍ୟାବିନେଟ ବୈଠକ ଶନିବାର ସକାଳ ୧୦ଟାରେ ବସିବ। ଏହାପରେ ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଭବନରେ...

ପ୍ରବାସୀ ଭାରତୀୟଙ୍କୁ ଅନ୍‌ଲାଇନ ଭୋଟିଂ ଅଧିକାର ଦେଇ ପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ,୨୬ ।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଲୋକ ସଭାର ପ୍ରଶ୍ନକାଳ ସମୟରେ ବିଦେଶରେ ରହୁଥିବା ଭାରତୀୟଙ୍କୁ ଅନଲାଇନ ମତଦାନ ଅଧିକାର ଦେବା ସମ୍ପର୍କରେ ବିଚାର ଚାଲିଥିବା କହିଛନ୍ତି । କଂଗ୍ରେସ ନେତା ମୁରଲିଧରଙ୍କ ଦ୍ୱାରା ଉଠା ଯାଇଥିବା...

ସୁପରଟେକ୍‌ ଦେବାଳିଆ ଘୋଷିତ

ନୂଆଦିଲ୍ଲୀ,୨୬।୩: ରିଅଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ ଡେଭେଲପର୍ସକୁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଶୁକ୍ରବାର ଦେବାଳିଆ ଘୋଷଣା କରିଛନ୍ତି। ଫଳରେ ପ୍ରାୟ ୨୫ ହଜାର ଗୃହ କେତ୍ରା ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଉଛି। ଉକ୍ତ କମ୍ପାନୀ ବିରୋଧରେ ଦେବାଳିଆ ଅବସ୍ଥା...

ଓଡ଼ିଶାରେ ଆଦିବାସୀ ସଂଗ୍ରହାଳୟ ଲାଗି ସୁଜିତଙ୍କ ଦାବି

ନୂଆଦିଲ୍ଲୀ,୨୬।୩: ଆଦିବାସୀ ସଂଗ୍ରହାଳୟ ସ୍ଥାପନ ଲାଗି ଚୟନ କରାଯାଇଥିବା ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ ବିଜେଡି ଏମ୍‌ପି ସୁଜିତ କୁମାର ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକଲୋଚନକୁ ଆସିପାରି ନ ଥିବା ଆଦିବାସୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri