ଜାତୀୟ

ମଣିଷ ପରି ଛୁଆ ଜନ୍ମ ଦେଲା ଛେଳି: ଦେଖିବାକୁ ଲୋକଙ୍କ ଭିଡ

ଗୁଆହାଟୀ,୨୮।୧୨:ଏକ ପଶୁ ମଣିଷ ଛୁଆ ଜନ୍ମ ଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଖବର। ଆସାମ ରାଜ୍ୟର କଚାର ଜିଲାରେ ମଣିଷ ପରି ଏକ ସନ୍ତାନ ଜନ୍ମ ଦେଇଛି ଛେଳି। ଏହି ଛୁଆକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଛି।...

ଖୁସି ଖବର, ପୁଣି ୨ କରୋନା ଟିକାକୁ ମଞ୍ଜୁରୀ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ୨ଟି କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସ୍‌ସିଓ) କୋଭୋଭାକ୍ସ...

ନୂଆବର୍ଷରେ ୧୩ ସହରରେ ୫-ଜି ସେବା…

ନୂଆଦିଲ୍ଲୀ, ୨୮।୧୨: ଆସନ୍ତା ୨୦୨୨ରେ, ଭାରତୀୟମାନେ ୫-ଜି ଉପହାର ପାଇବାକୁ ଯାଉଛନ୍ତି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫-ଜି ଇଣ୍ଟରନେଟ ସେବାର ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ...

କାନପୁର ଗସ୍ତରେ ପ୍ରଧାନମନ୍ତ୍ରୀ

କାନପୁର,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କାନପୁର ଗସ୍ତରେ ଯିବେ। କାନପୁର ମେଟ୍ରୋ ରେଳ ପ୍ରକଳ୍ପ ଏବଂ ବିନା-ପଙ୍କି ମଲ୍ଟି-ପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ସମ୍ପୂର୍ଣ୍ଣ ବିଭାଗର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଆଇଆଇଟି-କାନପୁରର ୫୪ ତମ ସମାରୋହକୁ...

ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ ଛୁଇଁଲା…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ ଛୁଇଁଛି। ଦେଶରେ ଓମିକ୍ରନ୍‌ ଅଣାୟତ୍ତ ହେବା ସ୍ଥିତି...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୮ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪...

ଗଗନୟାନରୁ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ, ୨୮ା୧୨: କୋଭିଡ୍‌ର ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ମଧ୍ୟରେ ୨୦୨୧ ଶେଷ ହେବାକୁ ଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷରେ ଏକାଧିକ ବଡ଼ ମିଶନକୁ ଆଗେଇ ନେବାକୁ ଯୋଜନା କରିଛି। ବିଦାୟୀ ବର୍ଷରେ କରୋନା କଟକଣା...

ଆବଶ୍ୟକତା ଆଧାରରେ କଟକଣା

ନୂଆଦିଲ୍ଲୀ, ୨୮।୧୨: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆସିବା ପରେ ଭାରତର ବିଭିନ୍ନ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ସବ ସମୟରେ ଜନସାଧାରଣଙ୍କ ଯାତାୟାତ ଉପରେ ଆବଶ୍ୟକତା ଆଧାରରେ କଟକଣା ଲଗାଇବାକୁ ସ୍ବରାଷ୍ଟ୍ର...

ସ୍ବାସ୍ଥ୍ୟସେବା: ଓଡ଼ିଶା ତଳୁ ତୃତୀୟ

ନୂଆଦିଲ୍ଲୀ, ୨୮ା୧୨: ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବଡ଼ ରାଜ୍ୟଗୁଡ଼ିକୁ ନେଇ ପ୍ରସ୍ତୁତ ତାଲିକାରେ ଓଡ଼ିଶା ତଳଆଡ଼ୁ ତୃତୀୟ ସ୍ଥାନରେ ରହିଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ...

‘ପରୀକ୍ଷା ପେ ଚର୍ଚ୍ଚା ୨୦୨୨’ ପାଇଁ ଆଜିଠାରୁ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୨୮ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ବାର୍ଷିକ ପରୀକ୍ଷା ପୂର୍ବରୁ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଆଲୋଚନା କରିବେ । ଏଥିପାଇଁ ମଙ୍ଗଳବାରଠାରୁ ରେଜିଷ୍ଟ୍ରେଶନ ଆରମ୍ଭ କରାଯାଇଛି । ପରୀକ୍ଷା ପେ ଚର୍ଚ୍ଚା ସମୟରେ...

ଓମିକ୍ରନ୍ ଯୋଗୁ ସ୍ଥିତି ହୋଇପାରେ ଅସମ୍ଭାଳ, କଡା ନିୟମ ପାଳନ କରିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮ ।୧୨: କରୋନାର ନୂଆ ଭାରିଏଣ୍ଟ ଏବେ ସାରା ବିଶ୍ୱକୁ ବ୍ୟାପି ଚାଲିଛି । ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପହଞ୍ଚି ସାରିଥିବା ବେଳେ ଏବେ ଓମିକ୍ରନରେ ୬୦୦ରୁ ଅଧିକ ସଂକ୍ରମିତ ହୋଇଥିବା ସୂଚନା...

ଦୁଇବର୍ଷ ପରେ ହେବାକୁ ଯାଉଛି ହରିୟାଣା ମନ୍ତ୍ରିମଣ୍ଡଳର ସଂପ୍ରସାରଣ

ଚଣ୍ଡିଗଡ଼,୨୮ ।୧୨: ହରିୟାଣା ମନ୍ତ୍ରିମଣ୍ଡଳର ମେଣ୍ଟ ସରକାର ଦୁଇବର୍ଷ ପରେ ପ୍ରଥମଥର ଲାଗି ମଙ୍ଗଳବାର ସଂପ୍ରସାରଣ ହେବାକୁ ଯାଉଛି । ନୂଆବର୍ଷ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ଡା. କମଲ ଗୁପ୍ତା ଓ ଜେଜେପି ବିଧାୟକ ଦେବେନ୍ଦ୍ର ବବଲିଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri