ଜାତୀୟ

ଲଦାଖରେ ରାସ୍ତା ନିର୍ମାଣରେ ଭାରତର ରେକର୍ଡ

ନୂଆଦିଲ୍ଲୀ,୪।୮: ଲଦାଖର ପୂର୍ବାଞ୍ଚଳରେ ୧୯,୩୦୦ ଫୁଟ୍‌ ଉପରେ ରାସ୍ତା ନିର୍ମାଣ କରିଛି ସୀମା ସଡକ ସଂଗଠନ (ବିଆରଓ)। ଏହାକୁ ବିଶ୍ୱର ଉଚ୍ଚତମ ରାସ୍ତା ବୋଲି ସରକାରଙ୍କ ପକ୍ଷରୁ ବୁଧବାର ଏକ ବିବୃତିରେ କୁହାଯାଇଛି। ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପଠାରୁ ଢେର...

ତିହାର ଜେଲରୁ ମିଳିଲା ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀର ମୃତଦେହ

ନୂଆଦିଲ୍ଲୀ,୪।୮: ଦିଲ୍ଲୀର ତିହାର ଜେଲର ଏକ ସେଲରୁ ମିଳିଛି ଜଣେ ଗ୍ୟାଙ୍ଗଷ୍ଟରର ମୃତଦେହ। ବୁଧବାର ସକାଳେ ଜେଲର ୩ ନଂ ସେଲରେ ଅଙ୍କିତ ଗୁଜରଙ୍କ ମୃତଦେହ ଠାବ କରିଥିଲେ ଜେଲ ଅଧିକାରୀ। ଉତ୍ତର ପ୍ରଦେଶର ମୋଷ୍ଟ ଓ୍ବାଣ୍ଡେଡ୍‌ ଅପରାଧୀ ତାଲିକାରେ...

ଟର୍ଚ ଲାଇଟ୍‌ ଲଗାଇ ଶିଶୁର ଚିକିତ୍ସା

ପାଟନା,୪।୮: ପୁଣି ଥରେ ପଦାରେ ପଡ଼ିଛି ବିହାରର ସ୍ବାସ୍ଥ୍ୟ ସେବା। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଘୁରି ବୁଲିଛି, ଯେଉଁଥିରେ ଡାକ୍ତର ଟର୍ଚ ଲାଇଟ୍‌ ଲଗାଇ ଜଣେ ଶିଶୁର ଚିକିତ୍ସା କରୁଛନ୍ତି। ଏକ ବିଷାକ୍ତ ସାପ କାମୁଡିବା କାରଣରୁ...

ଡିସେମ୍ବର ୨୦୨୩ ସୁଦ୍ଧା ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର ଦ୍ୱାର

ଅଯୋଧ୍ୟା,୪।୮: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ନେଇ ବୁଧବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶେଷରେ ରାମ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ରାମ ମନ୍ଦିରର ବିଶାଳ ନିର୍ମାଣ କାର୍ଯ୍ୟ...

ଲାଲ କିଲ୍ଲା ଉପରେ ଡ୍ରୋନ୍‌

ନୂଆଦିଲ୍ଲୀ,୪।୮: ଦେଶର ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲାରେ ବୁଧବାର ଏକ ଡ୍ରୋନ୍‌ ଉଡୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ପୋଲିସ ଚିନ୍ତିତ ହୋଇଯାଇଥିଲା। ଏହାପରେ ଦିଲ୍ଲୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଡ୍ରୋନ୍‌କୁ ଜବତ କରିଛି। ତେବେ...

କ୍ଷୀର ବିକୁଥିବା ମହିଳାଙ୍କ ଝିଅ ପାଇଲେ ଆଇଏସ୍‌ଏସ୍‌

ଫରିଦାବାଦ,୪ା୮: ସଂଘ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଭାରତୀୟ ପ୍ରଶାସନିକ ସେବା (ଆଇଏସ୍‌ଏସ୍‌) ପରୀକ୍ଷାର ରେଜଲ୍ଟ ବାହାରିଛି। ଏହି ପରୀକ୍ଷାରେ ହରିୟାଣାର ଝିଅ କଳ୍ପନା ଦେଶରେ ୧୨ତମ ର଼୍ୟାଙ୍କ୍‌ ହାସଲ କରିଛନ୍ତି। ବିନା କୋଚିଂରେ ସେ ଏହି ପରୀକ୍ଷାରେ ସଫଳତା...

କୋର୍ଟରେ ରହିଛି ସାଢ଼େ ୪ କୋଟି ବିଚାରାଧୀନ ମାମଲା…

ନୂଆଦିଲ୍ଲୀ,୪।୮: ସମ୍ପ୍ରତି ଦେଶରେ ପ୍ରାୟ ସାଢ଼େ ୪ କୋଟି ବିଚାରାଧୀନ ମାମଲା ନିମ୍ନ ଏବଂ ଅଧିନସ୍ଥ କୋର୍ଟରେ ପଡ଼ିରହିଛି। ଏସମ୍ପର୍କରେ ଲୋକ ସଭାରେ ବୁଧବାର ଆଇନମନ୍ତ୍ରୀ କିରେନ ରିଜିଜୁ ସୂଚନା ପ୍ରଦାନ କରିଛନ୍ତି। ବିଜୁ ଜନତା ଦଳର ଏମ୍‌ପି ଅନୁଭବ...

ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ ହଟାଇବେ ସରକାର

ଥିରୁଭାନ୍ତମପୁରମ,୪।୮: କେରଳରେ କରୋନା ଭାଇରସ ସଂକ୍ରମଣ ମାମଲା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସର୍ବାଧିକ କରୋନା ମାମଲା ସାମ୍ନାକୁ ଆସୁଛି। ଇତିମଧ୍ୟରେ ବୁଧବାର କେରଳ ସରକାର ରାଜ୍ୟରେ ସପ୍ତାହାନ୍ତ...

୯ କୋଟି ଚାଷୀଙ୍କୁ ୧୮ ହଜାର କୋଟି ବାଣ୍ଟିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୮: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୯ କୋଟି ଚାଷୀଙ୍କୁ ୧୮ ହଜାର କୋଟି ଟଙ୍କା ବାଣ୍ଟିବେ। ଏହି ଯୋଜନା ଅନ୍ତର୍ଗତ ପ୍ରତି ଚାଷୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ୨...

କର୍ନାଟକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ବସବରାଜଙ୍କ ଟିମ୍‌ରେ ଏହି ବିଧାୟକଙ୍କୁ ମିଳିଲା ସ୍ଥାନ

ବେଙ୍ଗାଲୁର,୪।୮: କର୍ନାଟକରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବା ପରେ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇଛି। ନୂତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ନୂଆ ଟିମ୍‌ରେ ମୋଟ ୨୯ଜଣ ବିଧାୟକ ବୁଧବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କନର୍ର୍ାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ...

ଲଭଲିନାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୪।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ବକ୍ସର ଲଭଲିନା ବୋର୍ଗୋହେନ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏତେ ବଡ ଉପଲବ୍ଧି ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି କହିଛନ୍ତି ଯେ, ରିଙ୍ଗରେ ତାଙ୍କର ସଫଳତା...

ରାଜ୍ୟ ସଭାରୁ ୬ ଟିଏମ୍‌ସି ଏମ୍‌ପି ନିଲମ୍ବିତ…

ନୂଆଦିଲ୍ଲୀ,୪।୮: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ ହୋଇ ପଡ଼ିଛି। ବୁଧବାର ଦିନ ଉଭୟ ଗୃହରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ରାଜ୍ୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri