ଜାତୀୟ

ଆଇନ ପ୍ରତ୍ୟାହାରକୁ କେନ୍ଦ୍ରର ନା

ନୂଆଦିଲ୍ଲୀ, ୯।୧: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଦେଢ଼ ମାସ ହେଲା ଜାରି ରହିଥିବାବେଳେ ଶୁକ୍ରବାର ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି।...

ଟିକା ପରିବହନ ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୯।୧(ପି.ଟି.): କୋଭିଡ୍‌ ଟିକା ପରିବହନ ଯୋଜନାରେ ଥିବା ସମସ୍ତ ବିମାନ ଅପରେଟରଙ୍କ ପାଇଁ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଶୁକ୍ରବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହି ଟିକାକୁ ଡ୍ରାଏ ଆଇସ୍‌ରେ ପ୍ୟାକ୍‌ କରି ଦେଶର ବିଭିନ୍ନ ସ୍ଥାନକୁ ନେବାକୁ...

ଡଲ୍‌ଫିନ୍‌କୁ ପିଟି ମାରିଦେଲେ

ଲକ୍ଷ୍ନୌ, ୯ା୧: ପ୍ରକୃତିକୁ ବିପଦ ମୁହଁକୁ ଠେଲିଚାଲିଥିବା ମଣିଷ ପୁଣି ବର୍ବରତାର ସୀମା ଟପିଛି। ଜାତୀୟ ଜଳଜୀବ ମାନ୍ୟତା ପାଇଥିବା ଏକ ଗାଞ୍ଜେଟିକ୍‌ ରିଭର ଡଲଫିନକୁ ପିଟିପିଟି ହତ୍ୟା କରାଯାଇଛି। ଏଥି ସହ ଏହି ଦୃଶ୍ୟର ଭିଡିଓ କରିଛନ୍ତି ଅଭିଯୁକ୍ତ।...

୧୧ରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧: ଆସନ୍ତା ସପ୍ତାହଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକା ଦାନ ବ୍ୟବସ୍ଥା। ଏହା ପୂର୍ବରୁ ଆସନ୍ତା ୧୧ ତାରିଖ ଅପରାହ୍ନ ୪ଟାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରିବେ...

ଥିଏଟରରେ ଶତ ପ୍ରତିଶତ ଅକୁପେନ୍‌ସି ନିଷ୍ପତ୍ତିକୁ ବାତିଲ କଲା ତାମିଲନାଡୁ ସରକାର

ଚେନ୍ନାଇ,୮।୧- ସିନେମା ହଲ ଓ ମଲ୍ଟିପ୍ଲେକ୍ସରେ ଶତ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତିକୁ ଶୁକ୍ରବାର ବାତିଲ କରିଛି ତାମିଲନାଡୁ ସରକାର। କିନ୍ତୁ ସରକାର ସ୍ବତନ୍ତ୍ର ଶୋକୁ ସ୍କ୍ରିନିଂ ପାଇଁ ଥିଏଟରଗୁଡ଼ିକୁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା...

ବଦାଉଁ ଗଣବଳାତ୍କାର, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ପୂଜାରି ଗିରଫ

ବଦାଉଁ,୮।୧- ଗତ ସପ୍ତାହରେ ଜଣେ ୫୦ ବର୍ଷୀୟା ଅଙ୍ଗନଓ୍ବାଡି କର୍ମୀଙ୍କ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ। ପୂଜାରି ସତ୍ୟାନନ୍ଦଙ୍କୁ ପୋଲିସ ଗୁରୁବାର ରାତିରେ ଗିରଫ କରିଥିବା ସୂଚନା ଦେଇଛନ୍ତି ବଦାଉଁ...

ଅଷ୍ଟମ ପର୍ଯ୍ୟାୟ ବୈଠକ: ବାହାରିଲାନି କୌଣସି ସମାଧାନ

ନୂଆଦିଲ୍ଲୀ,୮।୧: ବିଜ୍ଞାନ ଭବନରେ ଶୁକ୍ରବାର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିଲା। ବୈଠକରେ ନୂତନ କୃଷି ଆଇନ ଏବଂ ଏମ୍‌ଏସପିକୁ ନେଇ ଆଲୋଚନା ହୋଇଥିଲା। ହେଲେ ବୈଠକରେ କୌଣସି ସମାଧାନର ବାଟ ବାହାରିପାରି ନାହିଁ।...

ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ: ଏବେ ଚା’ ଷ୍ଟାଟ୍‌ଅପ୍‌ କରି ମାସକୁ ୨ ଲକ୍ଷ କମାଉଛନ୍ତି ଏହି ଯୁବକ

ପୁଣେ: ଚା’ ଷ୍ଟାଟ୍‌ଅପ୍‌ରୁ ଲକ୍ଷପତି। ଏଭଳି କିଛି କାରନାମା କରିଦେଖାଇଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ରେଭେନ୍‌ ସିନ୍ଦେ। ୨୦୧୯ରେ ସେ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିବା ବେଳେ ଏବେ ସେ ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରେଭେନ୍‌ ପୂର୍ବରୁ...

୫୦୦ ବର୍ଷଧରି ଏହି ଗାଁ ଲୋକମାନେ ଗ୍ରହଣ କରିନାହାନ୍ତି ଆମିଷ ଓ ନିଶାଦ୍ରବ୍ୟ : ଜାଣନ୍ତୁ କ’ଣ ରହିଛି କାରଣ

ଉତ୍ତରପ୍ରଦେଶର ଦେଓବନ୍ଦଠାରୁ ୫ କିଲୋମିଟର ଦୂରରେ ଏକ ଏକରି ଗାଁ ଅଛି, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ମାଙ୍ଗାଲୋର ରୋଡରେ ଥିବା କାଳୀ ନଦୀ କୂଳରେ ଅବସ୍ଥିତ ମିରାଗପୁର ଗାଁ ଏହାର ବିଶେଷ ଜୀବନଶୈଳୀ ଏବଂ ସ୍ବଭାବିକ୍‌ ଖାଦ୍ୟ...

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ବୁଲନ୍ଦସହର,୮।୧: ଉତ୍ତରପ୍ରଦେଶର ବୁଲନ୍ଦସହରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତକଙ୍କ ବୟସ ୪୫ରୁ ୬୦ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି। ଅନ୍ୟ ୧୬ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କର୍ତ୍ତବ୍ୟରେ ଅବହେଲା...

ମୃତ ସ୍ତ୍ରୀଙ୍କ ଫଟୋ ସହ ସେଲ୍‌ଫି ନେଇ ଲାଇଭ୍‌ ଭିଡିଓ କରି ଜୀବନ ହାରିଲେ ଏହି ବ୍ୟକ୍ତି, କାରଣ …

ପାଟଣା,୮।୧: ବିହାରର ହାଜିପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ନିଜର ସମସ୍ତ ଆତ୍ମହତ୍ୟା ଘଟଣାକୁ ଲାଇଭ୍‌ ଭିଡିଓରେ ରେକର୍ଡ କରି ଆତ୍ମହତ୍ୟା କରିଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଅମରେଶ। ସେ ତାଙ୍କ ମୃତ ସ୍ତ୍ରୀଙ୍କ...

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଉର ରହମାନ ଲଖଭିଙ୍କୁ ଟେରର ଫଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ

ଇସ୍‌ଲାମାବାଦ,୮ ।୧: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର-ଇ-ତୋଏବାର କମାଣ୍ଡର ଜକିଉର ରହମାନ ଲଖଭିଙ୍କୁ ପାକିସ୍ତାନର ଏକ କୋର୍ଟ ଟେରର ପଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଗତ କିଛିଦିନ ହେବ ଆତଙ୍କବାଦୀ ସଙ୍ଗଠନକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri