Warning: Constant DISALLOW_FILE_EDIT already defined in /var/www/html/wp-config.php on line 115
India Latest Breaking News | National News live Updates in Odia

ଜାତୀୟ

ଟ୍ରାକ୍ଟର ରାଲିକୁ ପୋଲିସ ଅନୁମତି

ନୂଆଦିଲ୍ଲୀ, ୨୫।୧(ପି.ଟି.): ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୋଲିସ ଅନୁମତି ପ୍ରଦାନ କରିଛି। ରବିବାର ଏ ସମ୍ପର୍କରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି। ଜାନୁୟାରୀ ୨୬ରେ ଶାନ୍ତିପୂର୍ଣ୍ଣ ଭାବେ ରାଲି ବାହାର...

ଟିକସ ବଢ଼ାଇ ୨୦ ଲକ୍ଷ କୋଟି ଆୟ

ନୂଆଦିଲ୍ଲୀ, ୨୫।୧: ପେଟ୍ରୋଲ, ଡିଜେଲର କ୍ରମାଗତ ଦରବୃଦ୍ଧିକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ଟିକସ ସଂଗ୍ରହରେ ବ୍ୟସ୍ତ ଥିବାବେଳେ ଦେଶରେ ହୁ ହୁ ହୋଇ ଦରଦାମ୍‌ ବଢ଼ି ଚାଲିଥିବାରୁ...

ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ମମତା ବାନାର୍ଜୀଙ୍କ ଡିଏନ୍‌ଏରେ ଦୋଷ ଅଛି

ଲକ୍ଷ୍ନୌ,୨୪।୧: ଉତ୍ତର ପ୍ରଦେଶର ବାଲିଆ ଜିଲାର ଭାଜପା ବିଧାୟକ ସୁରେନ୍ଦ୍ର ସିଂ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ବିବାଦୀୟ ବିବୃତ୍ତି ଦେଇ ତାଙ୍କୁ ଇସଲାମ ଧର୍ମର ପୋଷକ ବୋଲି ବର୍ଣ୍ଣନା...

ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଛାଡି ନୂଆ ଆପ୍‌ ବ୍ୟବହାର କରୁଛନ୍ତି ଆତଙ୍କବାଦୀ

ଶ୍ରୀନଗର,୨୪।୧: ହ୍ବାଟସଆପ୍‌ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଆପ୍‌ ଦ୍ୱାରା ଗୋପନୀୟ ତଥ୍ୟ ଲିକ୍‌ ହେଉଥିବା ଜଣାପଡିବା ପରେ ଏବେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସତର୍କ ହୋଇ ପଡିଛନ୍ତି। ବିଭିନ୍ନ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏବେ ନୂତନ ଆପ...

ମୋଦିଙ୍କୁ ଉପହାର ଦେଇ ଚର୍ଚ୍ଚାରେ ଛାତ୍ର

ନୂଆଦିଲ୍ଲୀ,୨୪।୧: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦୁବାଇରେ ପଢୁଥିବା ଜଣେ ଭାରତୀୟ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିଶେଷ ପ୍ରତିକୃତି ତିଆରି କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ସେହି ପ୍ରତିକୃତିକୁ ଟୁଇଟ କରି ସୂଚନା ଦେଇଛନ୍ତି। ଶରଣ...

କରୋନା ଟିକା ନେଇ ଆଶାକର୍ମୀଙ୍କ ମୃତ୍ୟୁ ଅଭିଯୋଗ

ହାଇଦ୍ରାବାଦ,୨୪।୧: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାର ଏକ ସରକାରୀ ଡାକ୍ତରଖାନାରେ ରବିାର ଜଣେ ଆଶା କର୍ମୀଙ୍କ ମୃତ୍ୟୁ ଘଟିଛି। କୋଭିଡ-୧୯ ଟୀକାକରଣ ପରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସହକର୍ମୀମାନେ ଅଭିଯୋଗ କରିଛନ୍ତି। ଗୁଣ୍ଟୁର ଜିଲାପାଳ ସାମୁଏଲ ଆନନ୍ଦ କହିଛନ୍ତି ଯେ...

ମହାରାଷ୍ଟ୍ରରୁ ଦିଲ୍ଲୀ ଅଭିମୁଖେ କୃଷକଙ୍କ ପଦଯାତ୍ରା

ମୁମ୍ବାଇ,୨୪।୧: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନର ଆନ୍ଦୋଳନ ଜାରି ରହିଛି। ସାଧାରଣତନ୍ତ୍ର ଦିବସରେ କୃଷକମାନେ ଏକ ଟ୍ରାକ୍ଟର ପରେଡ କରିବା ନେଇ ସୂଚନା ଦେଇଛନ୍ତି। ତେବେ ମହାରାଷ୍ଟ୍ରର ନାସିକରୁ ମୁମ୍ବାଇ ଅଭିମୁଖେ କୃଷକମାନେ ପଦଯାତ୍ରା ଆରମ୍ଭ...

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ମଞ୍ଜୁରୀ

ନୂଆଦିଲ୍ଲୀ,୨୪।୧: ଦିଲ୍ଳୀ-ଏନ୍‌ସିଆର୍‌ରେ ଚାଲିଥିବା କୃଷକ ଆନ୍ଦୋଳନ ଦୁଇ ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀର ରିଙ୍ଗ୍‌ ରୋଡ୍‌ରେ କୃଷକମାନେ ବିଶାଳ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି...

ପ୍ରେମିକାଙ୍କୁ ଭେଟିବାକୁ ଆସି ଧରାପଡ଼ିଲେ ଯୁବକ, ଭୟରେ ସୀମାରେଖା ଡେଇଁ ପଳାଇଲେ ପାକିସ୍ତାନ; ଏବେ..

ବାର୍‌ମେର,୨୪।୧: କିଛି ଦିନ ଅନ୍ତରରେ ପ୍ରେମିକାଙ୍କୁ ଲୁଚିଛପି ଭେଟୁଥିଲେ ପ୍ରେମିକ। ଦିନେ ତାଙ୍କୁ ଭେଟିବା ପାଇଁ ଘର ପର୍ଯ୍ୟନ୍ତ ମଧ୍ୟ ଚାଲିଗଲେ। ହେଲେ ପ୍ରେମିକାଙ୍କ ଘରଲୋକ ତାଙ୍କୁ ଧରି ପକାଇଥିଲେ। ଏହାପରେ ଯାହା ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ...

ପଦାରେ ପଡୁଛି ଚାଇନାର ଚାଲାକି

ନୂଆଦିଲ୍ଲୀ,୨୪ ।୧: ଚାଇନା ତା’ର ଚତୁରତା ପାଇଁ ସାରା ବିଶ୍ୱରେ ବେଶ୍ ପରିଚିତ । ଗୋଟିଏ ପଟେ ଭାରତର ସହୃଦୟ ଦେଖି ଚାଇନା ନିଜ ପଡୋଶୀ ଦେଶ ବାଂଲାଦେଶକୁ ମାଗଣାରେ ଲକ୍ଷ ଲକ୍ଷ ଡୋଜ କରୋନା ଟିକା ପଠାଇଥିବା ଜଣାପଡିଛି...

ବାପଘରେ ସ୍ବାମୀଙ୍କୁ ହତ୍ୟା ପରେ ଆଖି-ନାକରେ ଫେଭିକ୍ୱିକ୍‌ ପକାଇଲେ ସ୍ତ୍ରୀ, ସହଯୋଗ କଲେ…

ଗୟା,୨୪।୧: ବିହାରର ଗୟାରେ ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ଚର୍ଚ୍ଚାରେ। ପ୍ରଥମେ ଯୁବକଙ୍କ ହାତଗୋଡ ବାନ୍ଧି ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କର ମୃତ୍ୟୁ ହୋଇଯିବା ପରେ ଆଖି, ନାକ ଏବଂ ମୁହଁରେ ଫେଭିକ୍ୱିକ୍‌...

୨୪ ଘଣ୍ଟାରେ ମୋଦିଙ୍କ ଫଟୋରେ ୧ ନିୟୁତ ଲାଇକ୍‌

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତର ଏକ ଫଟୋକୁ ଫେସବୁକରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ମିଳିଛି ୧ ନିୟୁତ ଲାଇକ୍‌। ସ୍ବାଧିନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋସଙ୍କ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ କୋଲକାତା ଗସ୍ତ କରିଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri