ଜାତୀୟ

କରୋନା ମହାମାରୀ ସମ୍ପର୍କିତ ଦୁର୍ନୀତି: କେନ୍ଦ୍ର ସରକାରଙ୍କ ପାଖରେ ୪୦ ହଜାର ଅଭିଯୋଗ

ନୂଆଦିଲ୍ଲୀ,୭।୧୨: କରୋନା ମହାମାରୀ ଦେଶରେ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ଚିକିତ୍ସା ତଥା ଅନ୍ୟ କେତେକ କ୍ଷେତ୍ରରେ ଦୁର୍ନୀତି ବଢ଼ିବାରେ ଲାଗିଛି। କରୋନା ମହାମାରୀକୁ ନେଇ ଦୁର୍ନୀତି ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକାଶ ପାଇଛି। ଇତିମଧ୍ୟରେ...

‘କିଷାନ ଯାତ୍ରା’ ଆରମ୍ଭ ପୂର୍ବରୁ ଅଖିଳେଶ ଅଟକ

ଲକ୍ଷ୍ନୌ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଉତ୍ତରପ୍ରଦେଶ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ସମାଜବାଦୀ ପାର୍ଟି ପକ୍ଷରୁ ସ୍ଥିତିରୁ ଫାଇଦା ଉଠାଇବାର ଉଦ୍ୟମ ଆରମ୍ଭ ହୋଇଛି। ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କନୌଜରେ ‘କିଷାନ ଯାତ୍ରା’ ଆରମ୍ଭ ପାଇଁ...

ଶହୀଦ୍‌ଙ୍କ ପରିବାରର କଲ୍ୟାଣ ପାଇଁ ଦାନ କରିବା ପ୍ରତି ଭାରତୀୟଙ୍କ କର୍ତ୍ତବ୍ୟ: ମୋଦି

ନୂଆଦିଲ୍ଲୀ,୭।୧୨: ଦେଶ ସୁରକ୍ଷା କ୍ଷେତ୍ରରେ ଶହୀଦ୍‌ଙ୍କର ଅବଦାନ ଅତୁଳନୀୟ। ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତି ଭାରତୀୟ ସାଧ୍ୟ ମୁତାବକ ଦାନ କରିବା ଆବଶ୍ୟକ ବୋଲି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଆର୍ମଡ ଫୋର୍ସ ଫ୍ଲାଗ୍‌...

ଉଗ୍ରବାଦୀ ସଂଗଠନକୁ ସହାୟତା ଯୋଗାଉଛି ଚାଇନା: କୁନ୍‌ମିଙ୍ଗ ସହରରୁ ଟ୍ରେନ୍‌ରେ ଆସୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୭।୧୨: ଭାରତ ମ୍ୟାନ୍‌ମାର ସୀମାରେ ଚାଇନା ଜାଣିଶୁଣି ଉଗ୍ରବାଦୀ କାର୍ଯ୍ୟ କଳାକଳାପକୁ ପ୍ରୋତ୍ସାହିତ କରୁଛି। ଏଠାରେ ସକ୍ରିୟ ଥିବା ଉଗ୍ରବାଦୀ ସଂଗଠନକୁ ଚାଇନା ଆବଶ୍ୟକ ସହାୟତା ଯୋଗାଇଦେବା ସହିତ ସୀମାପାର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଭାରତୀୟ ଗୋଇନ୍ଦା...

ସୁସ୍ଥ ଗଣତନ୍ତ୍ର ପାଇଁ ବାକ୍‌ ସ୍ବାଧୀନତା-ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇବା ଅନୁଚିତ: ଆଟର୍ନି ଜେନେରାଲ

ନୂଆଦିଲ୍ଲୀ, ୭।୧୨: ଦେଶରେ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ବାକ୍‌ ସ୍ବାଧୀନତା ଏବଂ ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇବା ଅନୁଚିତ ବୋଲି ଆଟର୍ନି ଜେନେରାଲ କେ.କେ. ଭେନୁଗୋପାଳ କହିଛନ୍ତି। ଏକ ସାକ୍ଷାତ୍‌କାରରେ ସେ ଏଭଳି ମତପୋଷଣ...

ନୂଆ ସଂସଦ ଭବନ ନିର୍ମାଣରେ ବାଧା: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କାମକୁ ଅଟକାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୭।୧୨: ନୂଆ ସଂସଦ ଭବନ ନିର୍ମାଣରେ ଏବେ ବାଧା ସୃଷ୍ଟି ହୋଇଛି। ସୁପ୍ରିମ୍‌କୋର୍ଟ ପକ୍ଷରୁ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କାମ ଉପରେ ସୋମବାର ରୋକ ଲଗାଯାଇଛି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ହୁଏଥ ଏଠାରେ ଶିଳାନ୍ୟାସ କରାଯିବା ସହିତ ଅନ୍ୟ...

ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରି ଭୋଟ ପାଉ ଥିବା ଏନ୍‌ଡିଏ ସରକାର ଅନ୍ନଦାତାଙ୍କ ସମ୍ମୁଖରେ ଅସହାୟ: ଶିବସେନା

ମୁମ୍ବାଇ, ୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଶିବସେନା ପକ୍ଷରୁ କୁହାଯାଇଛି ଯେ, ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରି ଭୋଟ ପାଉ ଥିବା ଭାଜପା ନେତୃତ୍ୱାଧିନ ଏନ୍‌ଡିଏ ସରକାର ଅନ୍ନଦାତାଙ୍କ ସମ୍ମୁଖରେ ଅସହାୟ ହୋଇପଡ଼ିଛି। ଅନ୍ନଦାତାଙ୍କ ସମସ୍ୟାର...

ପିପିଇ କିଟ୍‌ ପିନ୍ଧି କୋଭିଡ୍‌ ସେଣ୍ଟରରେ ବିବାହ କଲେ ବରକନ୍ୟା

ଜୟପୁର,୭ା୧୨: ବିବାହ ଦିନ ବରକନ୍ୟାଙ୍କ କରୋନା ଟେଷ୍ଟ୍‌ କରାଯିବା ପରେ ସେମାନେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତେଣୁ ବିବାହ ଉତ୍ସବକୁ ଅଟକା ନ ଯାଇ ପିପିଇ କିଟ୍‌ ପିନ୍ଧି କରୋନା କଟକଣା ମାନି ରବିବାର ସନ୍ଧ୍ୟାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି...

ଭାରତ ବନ୍ଦ ସପକ୍ଷରେ ଏଏପି: ଅନ୍ନଦାତାଙ୍କ ଦାବି ନ୍ୟାୟସଙ୍ଗତ

ନୂଆଦିଲ୍ଲୀ, ୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସମର୍ଥନ କରୁଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର...

ମୋଦି ଜଣେ ଏକଛତ୍ରବାଦୀ ଶାସକ: ତାରିକ୍‌ ଅନଓ୍ବାର

ପାଟନା, ୭।୧୨: କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ୍‌ କରାଯାଉଛି। ଏବେ କଂଗ୍ରେସ ସଦସ୍ୟ ତାରିକ୍‌ ଅନଓ୍ବାର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତାରିକ୍‌ କହିଛନ୍ତି ଯେ, ମୋଦି ଜଣେ ଏକ ଛତ୍ରବାଦୀ ଶାସକ। ଅନ୍ନଦାତାଙ୍କ...

ଏନ୍‌ଡିଏରେ ଫାଟ ବଢ଼ିଲା: ଭାରତ ବନ୍ଦକୁ ସମର୍ଥନ କଲା ଆର୍‌ଏଲ୍‌ପି

ନୂଆଦିଲ୍ଲୀ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଏନ୍‌ଡ଼ିଏରେ ଫାଟ ବଢ଼ିବା ଆରମ୍ଭ କରିଛି। ଏନ୍‌ଡ଼ିଏର ସହଯୋଗୀ ଦଳ ଅନ୍ନଦାତାଙ୍କ ପ୍ରତି ଢ଼ଳୁଥିବା ଦେଖିବାକୁ ମିଳୁଛି। ଏବେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲ୍‌ପି) ଚାଷୀ ସଂଗଠନ ପକ୍ଷରୁ ମଙ୍ଗଳବାର ଡାକରା...

ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଡିସିଜିଆଇରେ କଲା ଆବେଦନ: ଜରୁରୀକାଳୀନ ସ୍ଥିତିରେ ଦିଆଯିବ କୋଭିଶିଲ୍ଡ

ନୂଆଦିଲ୍ଲୀ,୭।୧୨: ଭାରତରେ ଜରୁରୀକାଳୀନ ସ୍ଥିତିରେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଟିଶ୍‌ ଡ୍ରଗ୍‌ ନିର୍ମାତା ଆଷ୍ଟ୍ରାଜେନିକା ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା କରୋନା ଟିକା କୋଭିଶିଲ୍ଡର ପ୍ରୟୋଗ କରାଯିବ ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri