ଜାତୀୟ

ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ସ୍ଥିର କରାଯାଇଛି କରୋନା ଟିକାକରଣ ତାରିଖ

ନୂଆଦିଲ୍ଲୀ,୧୦ ।୧: କରୋନା ମହାମାରୀକୁ ଦୂରେଇ ଦେବାଲାଗି ଅପେକ୍ଷା ଥିବା ଟିକାକରଣ ସମୟର ଅନ୍ତ ଘଟିଛି । ସରକାର ୧୬ ଜାନୁୟାରୀ ସାରା ଦେଶରେ ଟିକାକରଣ ଆରମ୍ଭ କରିବେ ବୋଲି କହିଛନ୍ତି । ତେବେ ବହୁ ଚିନ୍ତା ପରେ କୁଆଡେ...

ସକ୍ରିୟ ରାଜନେତା: ଟୁଇଟରରେ ମୋଦିଙ୍କର ସର୍ବାଧିକ ଫଲୋଅର୍ସ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ଉପରେ ପ୍ରତିବନ୍ଧକ ଲାଗିବା ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜାଣତରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏବେ ମୋଦି ଟୁଇଟରରେ ସର୍ବାଧିକ ଫଲୋଅର୍ସ ଥିବା ପୃଥିବୀର ଏକ ନମ୍ବର...

ମଝି ନଈରେ ଡଙ୍ଗାରେ ଓଢ଼ଣୀ ଉଡ଼ାଇ ନାଚୁଥିଲେ ମହିଳା, ଆଉ ତା’ ପରେ…

ଭୋପାଳ,୧୦।୧: ମଧ୍ୟପ୍ରଦେଶର ଖରଗୋନ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ନର୍ମଦା ନଦୀରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି।...

ଅନ୍‌ଲାଇନ୍‌ ପାଠପଢ଼ା: ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଡାଟା କାର୍ଡ

ଚେନ୍ନାଇ,୧୦।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କୁ ମାଗଣାରେ ୨ଜିବିର ଇଣ୍ଟରନେଟ୍‌ ଡାଟା କାର୍ଡ ଯୋଗାଇ ଦେବାକୁ...

୨୧୦୦ ପୃଷ୍ଠାର ରାମାୟଣ ଲେଖିଲେ ଏହି କୁନି ଭଉଣୀ ଭାଇ

କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ସେହି ସମୟରେ ସବୁ ଲୋକ ଘରେ ବନ୍ଦୀ ହୋଇ ରହୁଥିଲେ। ଏହି ସମୟରେ ଲୋକଙ୍କ ପାଇଁ ଟିଭିରେ ପୁଣି ରାମାୟଣ ପ୍ରସାରଣ ହୋଇଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଏହି...

ପଞ୍ଜାବ ସହ ଦିଲ୍ଲୀର ବାହାଘର: ନିମନ୍ତ୍ରଣ ପତ୍ର ଭାଇରାଲ

ନୂଆଦିଲ୍ଲୀ,୧୦ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକମାନେ ଦିନକୁ ଦିନ ନୂଆ ନୂଆ ଉପାୟ ଚିନ୍ତା କରି ଭିନ୍ନ ଢଙ୍ଗରେ ପ୍ରତିବାଦ କରୁଥିବା ଦେଖାଯାଇଛି । ଏବେ ଶୁଣିବାକୁ...

ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା: ମମତା

କୋଲକାତା,୧୦ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଆବଶ୍ୟକ ଥିବା ସମସ୍ତ ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ କରୋନା ଭ୍ୟାକ୍ସିନ ଯୋଗାଇ ଦେବେ । ଏଥିପାଇଁ...

ଆର୍ସେନିକ ଯୋଗୁ ଦେଶର ଦୁଇଶହ ସହରରେ ବଢୁଛି କ୍ୟାନସର !

ନୂଆଦିଲ୍ଲୀ,୧୦ ।୧: ଗୋଟିଏ ପଟେ ଦେଶ କରୋନା ମହାମାରୀରୁ ଉଦ୍ଧାର ପାଇ ନ ଥିବା ବେଳେ ଅନ୍ୟପଟେ କାୟା ବିସ୍ତାର କଲାଣି ବାର୍ଡଫ୍ଲୁ । ଆଉ ଏହାରି ଭିତରେ ଆଉଏକ ଚମକାଇବା ଭଳି ଖବର ମିଳିଛି । ଦେଶର ପାଖାପଖି...

୫ ରାଜ୍ୟରେ ବିଧାନସଭା ନିର୍ବାଚନ: ଫେବୃୟାରୀରେ ହୋଇପାରେ ତାରିଖ ଘୋଷଣା !

ନୂଆଦିଲ୍ଲୀ,୧୦।୧: ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ନିର୍ବାଚନ ଆୟୋଗ ଫେବୃୟାରୀରେ ତାରିଖ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ୧୫ ଜାନୁୟାରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଏଭଳି କରାଯିବାର ଯୋଜନା ରହିଛି।...

ନିୟମ ଉଲ୍ଲଂଘନ କରି ପଦୋନ୍ନତି: ୪ ଅଫିସର ହେଲେ ଚୌକିଦାର-ଚପରାସୀ-ଅପରେଟର-ସହାୟକ

ଲକ୍ଷ୍ନୌ,୧୦।୧: ଦୁର୍ନୀତି ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ ପ୍ରଚଳିତ ସରକାରୀ ନିୟମର ଉଲ୍ଲଂଘନ କରାଯାଇ ଅଫିସର ହୋଇଥିବା ୪ ଜଣଙ୍କୁ ମୂଳ ପଦବୀରେ ଅବସ୍ଥାପିତ କରାଯାଇଛି। ରାଜ୍ୟ ସୂଚନା...

ଭାଜପା ନେତାଙ୍କ ବିବାଦୀୟ ଟିପ୍ପଣୀ: କୃଷକ ଆନ୍ଦୋଳନ ଯୋଗୁ ବ୍ୟାପୁଛି ବାର୍ଡ ଫ୍ଲୁ

ଜୟପୁର,୧୦ ।୧: କେନ୍ଦ୍ର କୃଷି ଆଇନକୁ ନେଇ ଦୀର୍ଘ ପ୍ରାୟ ଦେଢ ମାସ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ନେଇ ରାଜସ୍ଥାନର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ମଦନ ଦିଲାୱର ଏକ ବିବାଦୀୟ ବୟାନ ଦେଇଛନ୍ତି ।...

ଜନ ପ୍ରତିନିଧିଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯାଉ କରୋନା ଟିକା

ହାଇଦ୍ରାବାଦ୍‌,୧୦।୧: ଭାରତରେ ସାର୍ବଜନୀକ କରୋନା ଟିକାକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିସ୍ଥଳେ ତେଲଙ୍ଗାନାର ମୁଖ୍ୟ ଶାସନ ସଚିବ ସୋମେଶ କୁମାର ପ୍ରଥମ ପର୍ଯ୍ୟାୟ ଟିକାକରଣରେ ମନ୍ତ୍ରୀ, ଏମ୍‌ପି, ବିଧାୟକ ଏବଂ ଅନ୍ୟ ଜନ ପ୍ରତିନିଧିଙ୍କୁ ସାମିଲ୍‌ କରାଯିବା ଲାଗି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri