ଜାତୀୟ

‘ଆମେ ଭୁଲିବା ନାହିଁ ଲକ୍‌ଡାଉନ ଚାଲିଯାଇଛି, କିନ୍ତୁ ଭାଇରସ୍‌ ନୁହେଁ’

ନୂଆଦିଲ୍ଲୀ, ୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୁଣିଥରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦି କହିଥିଲେ, ପାର୍ବଣ ଋତୁରେ ଆମେ ଭୁଲିଯିବା ଉଚିତ୍‌ ନୁହେଁ ଯେ କରୋନାର ଅନ୍ତ ହୋଇନାହିଁ। ଭାରତରେ ଆରୋଗ୍ୟ ହାର ଭଲ ରହିଛି।...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୦।୧୦: ଜମ୍ମୂ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ କାଠୁଆ ଜିଲାର ହିରାନଗର ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏନେଇ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।...

ୟେଦୁରପ୍ପାଙ୍କ ଉପରେ ଭାଜପା ହାଇକମାଣ୍ଡ ଅସନ୍ତୁଷ୍ଟ !

ବେଙ୍ଗାଲୁରୁ, ୨୦।୧୦: କର୍ନାଟକରେ ଭାଜପାରେ ବିଦ୍ରୋହ ଦେଖା ଦେଇଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପାଙ୍କ ଉପରେ ଭାଜପା ହାଇକମାଣ୍ଡ ଅସନ୍ତୁଷ୍ଟ ରହିଛନ୍ତି। ଏନେଇ ବିଜାପୁର ବିଧାୟକ ବସନଗୌଡ଼ା ପାଟିଲ ଅତନାଲ୍‌ କହିଛନ୍ତି। ଦଳରେ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ ପାଇଁ ବିଧାୟକମାନେ ଚାହୁଁଥିବା ସେ ପ୍ରକାଶ...

ଅଡୁଆରେ କମଲନାଥ: ‘ଆଇଟମ’ ବୟାନକୁ ନେଇ ରିପୋର୍ଟ ମାଗିଲେ ମହିଳା କମିଶନ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏକ ଜନସଭାରେ ଉଦ୍‌ବୋଧନ ଦେବା ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା) ମନ୍ତ୍ରୀ ଇର୍ମତି ଦେବୀଙ୍କୁ ଆଇଟମ ବୋଲି କହି ଅଡୁଆରେ ପଡି ଯାଇଛନ୍ତି । ଯଦିଓ ସେ ଏକ ପ୍ରକାର ଏଥିପାଇଁ...

୪୦୪୨ ଚାଉଳ ଦାନାରେ ଭଗବତ୍‌ ଗୀତା ଲେଖିଲେ ଛାତ୍ରୀ

ହାଇଦ୍ରାବାଦ୍‌,୨୦।୧୦:ହାଇଦ୍ରାବାଦର ଜଣେ ଛାତ୍ରୀ ଚାଉଳରେ ଭଗବତ୍‌ ଗୀତା ଲେଖିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇନ ଅଧ୍ୟୟନ କରୁଥିବା ରାମଗିରି ସ୍ବାରିକା ୪୦୪୨ଟି ଚାଉଳ ଦାନାରେ ଗୀତା ଲେଖିଛନ୍ତି। ସ୍ବାରିକା ତାଙ୍କ ନୂତନ ମାଇକ୍ରୋ ଆର୍ଟ ପ୍ରୋଜେକ୍ଟ ଅଧୀନରେ ଏହି କାର୍ଯ୍ୟ...

କମଳନାଥଙ୍କ ମନ୍ତବ୍ୟକୁ ନେଇ ରାହୁଲ ଅସନ୍ତୁଷ୍ଟ

ଓ୍ବାୟନାଡ଼, ୨୦।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଦ୍ୱାରା ରାଜ୍ୟ ମନ୍ତ୍ରୀ ଇମର୍ତି ଦେବୀଙ୍କ ବିରୋଧରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ରାହୁଲ କହିଛନ୍ତି। ଏଭଳି ମନ୍ତବ୍ୟ ପ୍ରୟୋଗକୁ ସେ...

ସନ୍ଧ୍ୟା ୬ଟାରେ ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୨୦ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମଙ୍ଗଳବାର ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଏହାସହ ସେ ସମସ୍ତ ଦେଶବାସୀଙ୍କୁ ଯୋଡି ହୋଇ ରହିବାକୁ ଅପିଲ...

ଯୋଗୀଙ୍କ ମିଶନ ଶକ୍ତି ଯୋଜନା: ୨ ଦିନରେ ୧୪ ବଳାତ୍କାର ଅଭିଯୁକ୍ତଙ୍କ ଫାଶୀ, ୨୦ଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ଲକ୍ଷ୍ନୌ, ୨୦।୧୦: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଶନ ଶକ୍ତି ଯୋଜନାର ଲୋକାର୍ପଣ କରିବାର ୨ ଦିନ ମଧ୍ୟରେ ୧୪ ବଳାତ୍କାର ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କରାଯାଇଛି। ସେହିପରି ୨୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କରାଯାଇଛି। ଯୋଗୀ...

ଡନ୍‌ଙ୍କୁ ଏନ୍‌କାଉଣ୍ଟର ଭୟ: ନିଜ ରାଜ୍ୟକୁ ଫେରିବାକୁ ଅମଙ୍ଗ ମୁକ୍ତାର ଅନସାରି

ଲକ୍ଷ୍ନୌ, ୨୦।୧୦: ଉତ୍ତରପ୍ରଦେଶର ଡନ୍‌ ତଥା ବହୁଜନ ସମାଜବାଦୀ ପାର୍ଟି ବିଧାୟକ ମୁକ୍ତାର ଅନସାରି ଏବେ ନିଜ ରାଜ୍ୟକୁ ଫେରିବାକୁ ଅମଙ୍ଗ ହେଉଛନ୍ତି। ରାଜ୍ୟରେ ଏନ୍‌କାଉଣ୍ଟର କରାଯିବା ଭୟରେ ସେ ଏଭଳି କରୁଥିବ ଚର୍ଚ୍ଚା ହେଉଛି। ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିବା...

କରୋନା ଭାଇରସ: ଭାରତକୁ ପ୍ରଶଂସା କଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ,୨୦ ।୧୦: ବିଶ୍ୱର ନାମୀ ଉଦ୍ଦ୍ୟୋପତି ତଥା ସପ୍ଟୱେୟାର କମ୍ପାନୀ ମାଇକ୍ରୋସପ୍ଟର ସହ-ସଂସ୍ଥାପକ ବିଲ୍ ଗେଟ୍ସ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି । କରୋନା ମହାମାରୀ ଲଢେଇରେ ଭାରତର ଯୋଗଦାନକୁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବିହାର ବିଧାନସଭା ନିର୍ବାଚନ: ମାଓବାଦୀଙ୍କ ଟାର୍ଗେଟ୍‌ରେ ବଡ଼ ନେତା

ପାଟନା, ୨୦।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।...

କରୋନା ସଂକ୍ରମଣ ମସ୍ତିଷ୍କ ଉପରେ ପକାଉଛି ପ୍ରଭାବ: ଏମ୍ସ

ନୂଆଦିଲ୍ଲୀ,୨୦ ।୧୦: କରୋନା ସଂକ୍ରମଣ ପରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ପାଖରେ ଆହୁରି କିଛି ଶାରୀରିକ ସମସ୍ୟା ଦେଖାଯାଉଛି ବୋଲି ପୂର୍ବରୁ କରାଯାଇଥିବା କିଛି ଗବେଷଣାରୁ ଜଣାପଡିଥିଲା । ଏବେ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri