ଜାତୀୟ

ଶରଦ ପାଓ୍ବାରଙ୍କ ୪ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ,୧୭।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ଦକ୍ଷିଣ ମୁମ୍ବାଇରେ ଥିବା ଘରେ କାମ କରୁଥିବା ୪ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି। ତେବେ ଟେଷ୍ଟ ପରେ ଶରଦଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ଏହାପରେ...

ବଢ଼ିଲା ଲକ୍‌ଡାଉନ ଅବଧି

ପାଟନା,୧୭।୮: ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର କରିଛି। ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦେଖି ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ସେପ୍ଟେମ୍ବର ୬ଯାଏଁ ଲକ୍‌ଡାଉନ କଟକଣା...

ପରିବାରର ପ୍ରତ୍ୟାଖ୍ୟାନ ପରେ କରୋନା ମୃତକଙ୍କ ସଂସ୍କାର କରୁଛି ୟୁଥ ଓ୍ବେଲ ଫେୟାର ଏନ୍‌ଜିଓ

ହାଇଦ୍ରାବାଦ,୧୭।୮: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁଥିବା ବେଳେ ଏବେ ଏହା ବେଳକୁ ବେଳ ଉଗ୍ର ରୂପ ଧାରଣ କରିବାକୁ ଯାଉଛି। ତେବେ କରୋନାରେ ପୀଡ଼ିତ ଥାଇ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ମୃତଦେହ ସଂସ୍କାର କରିବା...

ମାତ୍ର ଦେଢ ଘଣ୍ଟାରେ ସେନା ନେଲା ପ୍ରତିଶୋଧ

ଶ୍ରୀନଗର,୧୭।୮: ଜମ୍ମୁ-କଶ୍ମୀର ବାରମୂଳାରେ ସିଆର୍‌ପିଏଫ୍‌ର ନାକା ପାର୍ଟି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ୩ ଯବାନ। ଆଉ ଏହାର ଠିକ୍‌ ଦେଢଘଣ୍ଟା ପରେ ସେନା ଏହାର ପ୍ରତିଶୋଧ ନେଇଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରି...

କରୋନା ଆକ୍ରାନ୍ତ ଟିଏମ୍‌ସି ବିଧାୟକଙ୍କ ପରଲୋକ

କୋଲକାତା,୧୭।୮: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଏଗ୍ରା ବିଧାୟକ ସମରେଶ ଦାସଙ୍କ ସୋମବାର ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା। ଏନେଇ ଟିଏମ୍‌ସି ସୂତ୍ରରୁ ସୂଚନା ମିଳିଛି। ଜୁଲାଇ ୧୮ରେ...

ସ୍ତ୍ରୀଙ୍କୁ ଚା’ ମାଗିବାରୁ ସ୍ବାମୀଙ୍କ ଅବସ୍ଥା ହେଲା ଏମିତି

ରାଇବରେଲି,୧୭।୮: ଉତ୍ତରପ୍ରଦେଶର ରାଇବରେଲି ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଚା’ ମାଗିବାରୁ ସ୍ବାମୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିରେ ରାଗିଯାଇ ସ୍ତ୍ରୀ ସ୍ବାମୀଙ୍କୁ ଛୁରି ଭୁଷି ଦେଇଛନ୍ତି। ସୂଚନାଯୋଗ୍ୟ, ସୁଦାମାପୁର ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମର...

ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଇଥିଲେ ସ୍ବାମୀ, ବିଦ୍ୟୁତ ବିଲ୍‌ରୁ ଜଣାପଡିଲା ସତ୍ୟତା: ଜାଣନ୍ତୁ କେମିତି

ଅଯୋଧ୍ୟା,୧୭।୮: ଉତ୍ତରପ୍ରଦେଶର ଅଯୋଧ୍ୟା-ବାରାବାଙ୍କୀ ରୋଡ୍‌ରୁ ଆୟଶା ନାମକ ଜଣେ ଯୁବତୀଙ୍କ କଟା ମୃତଦେହ ଗତ ଜୁଲାଇ ୭ ତାରିଖରେ ମିଳିଥିଲା। ତେବେ ତାଙ୍କୁ କିଏ ମାରିଛି ପୋଲିସ ଏପର୍ଯ୍ୟନ୍ତ ପ୍ରମାଣ ମିଳୁ ନ ଥିଲା। ଏବେ ଏହି ଘଟଣାର ପର୍ଦ୍ଦାପାଶ...

ରାହୁଲ ଗାନ୍ଧୀ ଜଣେ ଅସଫଳ ରାଜନେତା: ଭାଜପା

ନୂଆଦିଲ୍ଲୀ,୧୭।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନେକ ସମୟରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଛନ୍ତି। ଦିନକ ପୂର୍ବରୁ ରାହୁଲ ଭାଜପା ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ(ଆର୍‌ଏସ୍‌ଏସ୍‌) ଉପରେ ଅଭିଯୋଗ ଆଣିିଥିଲେ କି ଦେଶରେ...

ଦୃଶ୍ୟମର ନିର୍ଦ୍ଦେଶକଙ୍କ ନିଧନ ମିଥ୍ୟା: ମିଲାପ ଜାଭେରି

ହାଇଦ୍ରାବାଦ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ରୂପେ ପରିଲକ୍ଷିତ ହେବାରେ ଲାଗିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା ସେଲିବ୍ରିଟିଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପରଲୋକ ଘଟିଛି। ଇତିମଧ୍ୟରେ ସୋମବାର ବଲିଉଡ୍‌...

ଆରଜେଡିରେ ସାମିଲ ହେଲେ ଶ୍ୟାମ ରଜକ

ପାଟନା,୧୭।୮: ବିହାରରେ ନିର୍ବାଚନ ପୂର୍ବରୁ ରାଜନୈତିକ ସରଗରମ ଆରମ୍ଭ ହୋଇଗଲାଣି। ନୀତୀଶ ସରକାରରେ ମନ୍ତ୍ରୀ ଥିବା ଶ୍ୟାମ ରଜକ ସୋମବାର ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରେ ସାମିଲ ହୋଇଛନ୍ତି। ଆରଜେଡି ନେତା ତେଜସ୍ବୀ ଯାଦବ ତାଙ୍କୁ ଦଳର ସଦସ୍ୟତା ଗ୍ରହଣ କରାଇଛନ୍ତି।...

ଧାର୍ଯ୍ୟ ସମୟରେ ହେବ ଏନ୍‌ଇଇଟି-ଜେଇଇ ପରୀକ୍ଷା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୭।୮: ଧାର୍ଯ୍ୟ ସମୟରେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷା କରାଯିବ ବୋଲି ସୋମବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏହା ସହିତ ପରୀକ୍ଷା ସ୍ଥଗିତ କରାଯିବାକୁ କରାଯାଇଥିବା ପିଟିଶନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏବେ ଜେଇଇ...

ସଂସଦ ଭବନରେ ନିଆଁ

ନୂଆଦିଲ୍ଲୀ, ୧୭।୮: ଦିଲ୍ଲୀରେ ଥିବା ସଂସଦ ଭବନରେ ସୋମବାର ସକାଳ ୭ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସଂସଦ ଭବନର ଆନେକ୍ସ୍‌ ବିଲ୍ଡିଂର ୬ ମହଲାରେ ଏଭଳି ଘଟିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri