ଜାତୀୟ

ଆମ୍ବେଦକରଙ୍କ ବାସଭବନରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୯।୭: ସମ୍ବିଧାନ ପ୍ରଣେତା ଡଃ ବି. ଆର୍‌. ଅମ୍ବେଦକରଙ୍କ ମହାରାଷ୍ଟ୍ରର ଦାଦରସ୍ଥିତ ବାସଭବନ ‘ରାଜ୍‌ଗୃହ’ରେ କେତେକ ଦୁର୍ବୃତ୍ତ ମଙ୍ଗଳବାର ସନ୍ଧ୍ୟାରେ ପଶି ଭଙ୍ଗାରୁଜା କରିଛନ୍ତି। ସେଠାରେ ଥିବା କେତେକ ଫୁଲକୁଣ୍ଡ ଫିଙ୍ଗିଦେବା ସହ ସିସିଟିଭି କ୍ୟାମେରାକୁ ଭାଙ୍ଗିଦେଇଛନ୍ତି। ଏନେଇ ଗୃହମନ୍ତ୍ରୀ...

ଦେଶରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲା କରୋନାର ନୂଆ ରୂପ

ନୂଆଦିଲ୍ଲୀ,୯।୭: ଦେଶରେ ପ୍ରଥମ ଥର ପାଇଁ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ଦିଲ୍ଲୀରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ କରୋନା ଟେଷ୍ଟ ୪ଥର ନେଗେଟିଭ୍‌ ଆସିଥିବା ସତ୍ତ୍ୱେ...

୮୯ ଆପ୍‌ ବ୍ୟାନ୍‌ କଲା ଭାରତୀୟ ସେନା: ଫେସ୍‌ବୁକ୍‌, ପବଜୀ ସାମିଲ୍‌

ନୂଆଦିଲ୍ଲୀ,୯।୭: କିଛିଦିନ ପୂର୍ବରୁ ଭାରତ ସରକାର ୫୯ଟି ଚାଇନା ଆପ୍‌ ବ୍ୟାନ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସରକାରଙ୍କ ପରେ ଭାରତୀୟ ସେନା ମଧ୍ୟ ୮୯ଟି ଆପ୍‌କୁ ବ୍ୟାନ୍‌ କରିଛି। ଯବାନଙ୍କୁ ନିଜ ଫୋନରୁ ଏହି ଆପ୍‌ଗୁଡିକୁ ଡିଲିଟ୍‌ କରିବା ପାଇଁ...

କାନପୁର ଏନ୍‌କାଉଣ୍ଟରର ମୋଷ୍ଟ ଓ୍ବାଣ୍ଟେଡ ବିକାଶ ଦୁବେ ଗିରଫ

କାନପୁର,୯।୮: କାନପୁର ଏନ୍‌କାଉଣ୍ଟରର ମୋଷ୍ଟ ଓ୍ବାଣ୍ଟେଡ ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି। ଉଜୈନର ମହାକାଳ ମନ୍ଦିରରୁ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଛି। ଏନେଇ ଗୁରୁବାର ଉତ୍ତରପ୍ରଦେଶ ପୋଲିସ ସ୍ପଷ୍ଟ କରିଛି। ତେବେ କାନପୁର ଏସ୍‌ଟିଏଫ୍‌ ଟିମ୍‌ ବିକାଶଙ୍କୁ...

୨୦୧୩ ଟୁଇଟ୍‌କୁ ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ,୯।୭: ୨୦୧୩ ଏପ୍ରିଲ ୧୫ରେ ଚାଇନାର ୧ ପ୍ଲାଟୁନ ସୈନ୍ୟ ଦୌଲତବେଗ୍‌ ଓଲ୍ଡି ସୀମାରୁ ଭାରତୀୟ ଭୂଖଣ୍ଡର ୧୯ କି.ମି. ଭିତରକୁ ଅନୁପ୍ରବେଶ କରି ୪ଟି ଟେଣ୍ଟ ତିଆରି କରିଥିଲେ। ଏହାକୁ ନେଇ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ୨୧ ଦିନ...

ପିଲା ପଢ଼ିବେନି ଗୁରୁତ୍ୱପୂର୍ଣ୍ଣ ପାଠ

ନୂଆଦିଲ୍ଲୀ,୯।୭(ପି.ଟି.): କେବଳ ପିଲାଙ୍କ ପାଠପଢ଼ା ନୁହେଁ, ରାଜନୀତିରେ ମଧ୍ୟ କୋଭିଡ୍‌ର ପ୍ରଭାବ ଅସମ୍ଭାଳ ହୋଇପଡ଼ିଛି। ଏହାର ଆଭାସ ମିଳିଛି କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ସିଲାବସ୍‌ ପରିବର୍ତ୍ତନ ନିଷ୍ପତ୍ତିରୁ। କୋଭିଡ୍‌ ମୁକାବିଲା ପାଇଁ ଜାରି...

ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,୯।୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଫିଲ୍ମ ‘ଶୋଲେ’ରେ ସୁର୍‌ମା ଭୋପାଲି ଭୂମିକାରେ ସେ ଅଭିନୟ କରି ଦର୍ଶକଙ୍କ ମନ...

ଏହି ରାଜ୍ୟର କଣ୍ଟେନମେଣ୍ଟ ଜୋନରେ ଆହୁରି ୭ ଦିନ ବଢ଼ିଲା ଲକ୍‌ଡାଉନ

କୋଲକାତା,୮।୭: କରୋନା ସଂକ୍ରମଣ ବଢ଼ୁଥିବା ମାମଲାକୁ ଦେଖି ରାଜ୍ୟର କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଆହୁରି ୭ଦିନ ଯାଏ ଲକ୍‌ଡାଉନ ଅବଧିକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଗୁରୁବାର ସନ୍ଧ୍ୟାା ୫ଟାରୁ ଏହି ଲକ୍‌ଡାଉନ ଆରମ୍ଭ ହେବ। ଏହି ଲକ୍‌ଡାଉନ...

ବିକାଶ ଦୁବେଙ୍କ ଗିରଫ ହୋଇଥିବା ୩ ସହଯୋଗୀଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍‌

କାନପୁର,୮।୭: କାନପୁରରେ ୮ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ୩ସହଯୋଗୀଙ୍କ ମଧ୍ୟରୁ ଜଣଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ବୁଧବାର ଫରିଦାବାଦରୁ ଅଙ୍କୁର, ତାଙ୍କ ପିତା ଶ୍ରବଣ ଓ ପ୍ରଭାତଙ୍କୁ କାନପୁର ପୋଲିସ...

ଅପରାଧୀ ବିକାଶ ଦୁବେ ମାମଲା: ଚୌବେପୁର ଥାନାର ପୂର୍ବତନ ଏସ୍‌ଓ ଗିରଫ

କାନପୁର,୮।୭: ୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ସହାୟତା କରୁଥିବା ୨ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ବୁଧବାର ଚୌବେପୁରର ଥାନାର ନିଲମ୍ବିତ ଏସ୍‌ଓ ବିନୟ ତିୱାରୀ ଓ ସବ୍‌-ଇନ୍ସପେକ୍ଟର କେ.କେ. ଶର୍ମାଙ୍କୁ ଗରିଫ କରାଯାଇଛି।...

ଗଲଓ୍ବାନ ପରେ ଏହି ବିବାଦୀୟ ଅଞ୍ଚଳରୁ ହଟିଲା ଚାଇନା ସେନା

ଲେହ,୮।୭: ଗତ ୨ ମାସରୁ ପୂର୍ବ ଲଦାଖରେ ଚାଇନା ଓ ଭାରତ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଏବେ କିଛି ମାତ୍ରାରେ କମ୍‌ ହେଉଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଚାଇନା ଲଦାଖର ଏକ ବିବାଦୀୟ ଅଞ୍ଚଳରୁ...

ଜମ୍ମୁ-କଶ୍ମୀର ଆଇପିଏସ୍‌ ଅଫିସର ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର,୮।୭: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରର ବରିଷ୍ଠ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅସଦାଚରଣ ଅଭିଯୋଗରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri