ଜାତୀୟ

ହୋମ ଆଇସୋଲେଶନକୁ ନେଇ ନୂଆ ନିୟମ ଆଣିଲେ ସରକାର

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ସ୍ଥିତି ଏବେ ଉଦ୍‌ବେଗଜନକ ହୋଇଛି। ଏହି ସଂକ୍ରମଣକୁ ରୋକିବାକୁ ଏବେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁମାନଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ ସେହିଭଳି କେତେଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ...

ରିୟାଜ୍‌ ନାଇକୁଙ୍କ ମୃତ୍ୟୁ ପରେ ଜମ୍ମୁ-କଶ୍ମୀର ହିଜବୁଲ୍‌ ଡୋର ଘାଜି ହାଇଦରଙ୍କ ହାତରେ

ଶ୍ରୀନଗର,୧୧।୫: ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ଜମ୍ମୁ-କଶ୍ମୀର କମାଣ୍ଡର ରିୟାଜ୍‌ ନାଇକୁଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିବା ପରେ ଏବେ ଏହି ପଦବୀରେ ୨୬ ବର୍ଷ ବୟସ୍କ ସଇଫୁଲା ମୀର୍‌ ଆକା ଘାଜି ହାଇଦର୍‌ଙ୍କୁ ନିଯୁକ୍ତ କରାଯାଇଛି। ଏବେ ସେ ଜମ୍ମୁ-କଶ୍ମୀରରେ...

ମା’କ୍ଷୀରର ଚମତ୍କାରିତା: ବିନା ଔଷଧରେ କରୋନାକୁ ହରାଇଲା ୨୩ ଦିନର ଶିଶୁ !

ଆଗ୍ରା,୧୧।୫: କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ରୋଗକୁ ବିନା ଔଷଧରେ ହରାଇ ଦେଇଛନ୍ତି ଜଣେ ୨୩ ଦିନର ଶିଶୁ। ଆଗ୍ରାର ଜଣେ ୨୩ ଦିନର ଶିଶୁ ମାତ୍ର ୧୫ ଦିନ ମଧ୍ୟରେ...

‘ବନ୍ଦେ ଭାରତ ମିଶନ’: ଲଣ୍ଡନରୁ ଫେରିଲେ ୩ଶହ ଭାରତୀୟ

ବେଙ୍ଗାଲୁରୁ,୧୧।୫: ‘ବନ୍ଦେ ଭାରତ ମିଶନ’ର ପଞ୍ଚମ ଦିନରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନରେ ସୋମବାର ପ୍ରାୟ ୩ଶହ ଭାରତୀୟ ଲଣ୍ଡନରୁ ଆସି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଆହୁରି ମଧ୍ୟ କିଛି ସ୍ବତନ୍ତ୍ର ବିମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କୁ...

ନିୟନ୍ତ୍ରଣ ରେଖାରେ ଉତ୍ତେଜନା: ୨୦୧୮ଠାରୁ ଗତ ୩ ବର୍ଷରେ ୬,୮୪୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ଶ୍ରୀନଗର,୧୧।୫: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗତ ୩ ବର୍ଷ ଧରି ଅଧିକ ଉତ୍ତେଜନା ସୃଷ୍ଟି ହୋଇଛି। ୨୦୧୮ଠାରୁ ଚଳିତ ୨୦୨୦ ମେ ୩ ସୁଦ୍ଧା ପାକିସ୍ତାନ ୬,୮୪୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେଥିମଧ୍ୟରୁ ୨୦୧୮ରେ ୨,୧୨୯ ଥର ଅସ୍ତ୍ରବିରତି...

ସିଲ୍‌ ହେଲା ଦିଲ୍ଲୀର ଶ୍ରମ ଶକ୍ତି ଭବନ

ନୂଆଦିଲ୍ଲୀ,୧୧।୫: ଶକ୍ତି ମନ୍ତ୍ରଣାଳୟର ଜଣେ କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ରାଜଧାନୀ ଦିଲ୍ଲୀରେ ଥିବା ଶ୍ରମ ଶକ୍ତି ଭବନକୁ ସୋମବାର ସିଲ୍‌ କରିଦିଆଯାଇଛି। ଏହାସହ ସମସ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି। ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ...

୩ ବର୍ଷରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ୩୭୩ ଯୁବକ

ଶ୍ରୀନଗର,୧୧।୫: ଗତ ୩ ବର୍ଷ ମଧ୍ୟରେ ଆତଙ୍କବାଦୀ ସଂଗଠନରେ ୩୭୩ ଯୁବକ ଯୋଗ ଦେଇଛନ୍ତି। ୨୦୧୮ଠାରୁ ୨୦୨୦ ମେ ୩ ମଧ୍ୟରେ ଏହି ଯୁବକମାନେ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହୋଇଛନ୍ତି। ୨୦୧୮ରେ ୨୧୯ ଜଣ ଆତଙ୍କବାଦୀ ସଂଗଠନରେ ଯୋଗଦେଇଥିଲେ।...

ଦେଶରେ ୨୪ ଘଣ୍ଟାରେ ୪ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୧।୫: ଚିନ୍ତାରେ ପକାଇଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୪,୨୧୩ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭,୧୫୨ରେ ପହଞ୍ଚିଛି। ସୋମବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ପୋଖରାନ୍‌ ପରୀକ୍ଷଣ ଥିଲା ଶ୍ରେଷ୍ଠ ଉପଲବ୍ଧି: ଏବେ କରୋନାକୁ ପରାସ୍ତ କରିବା ଲାଗି ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ, କହିଲେ ମୋଦି

ନୂଆଦିଲ୍ଲୀ,୧୧।୫: ଗତ ୨୨ ବର୍ଷ ତଳେ ୧୯୯୮ ମେ ୧୧ରେ ଭାରତ ରାଜସ୍ଥାନ ପୋଖରାନ୍‌ ଆର୍ମି ଟେଷ୍ଟ ରେଞ୍ଚ୍‌ରେ ଶକ୍ତି-୧ ଆଣବିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା। ଏହା ଦେଶ ପାଇଁ ଏକ ଶ୍ରେଷ୍ଠ ଉପଲବ୍ଧି ଥିଲା ବୋଲି ପ୍ରଧାନମନ୍ତ୍ରୀ...

କର୍ମକ୍ଷେତ୍ରକୁ ଫେରିବେ ୨୦ହଜାର ଶ୍ରମିକ

ବାଙ୍ଗାଲୋର,୧୧।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଦେଢ଼ମାସରୁ ଊର୍ଦ୍ଧ୍ୱ ହେବ ସମସ୍ତ କଳକାରଖାନା ବନ୍ଦ ହୋଇରହିଛି। ଲକ୍ଷଲକ୍ଷ କର୍ମଚାରୀ କାମଧନ୍ଦା ନ ପାଇ ଭୋକ ଓପାସରେ ରହୁଛନ୍ତି। ଏପରି କି ଅଧିକାଂଶ ଭିଟାମାଟିକୁ ଫେରିଯାଇଛନ୍ତି। ଅପରପକ୍ଷରେ ଦୀର୍ଘଦିନ ଧରି ଶିଳ୍ପାନୁଷ୍ଠାନ ଓ...

ଶ୍ରମିକଙ୍କୁ ଫେରାଇନେବା ପାଇଁ ସହଯୋଗ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୧୧ା୫(ପି.ଟି.): ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇନେବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବା ରବିବାର ରାଜ୍ୟଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି। ମେ’ ୧ରୁ ବର୍ତ୍ତମାନ ସୁଦ୍ଧା ମୋଟ ୩୫୦...

ଏମ୍ସରେ ମନମୋହନ ସିଂ

ନୂଆଦିଲ୍ଲୀ,୧୧ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ରାତିରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍ସ)ରେ ଭର୍ତ୍ତି କରାଯାଇଛି। ରାତି ୮ଟା ୪୫ରେ ବରିଷ୍ଠ କଂଗ୍ରେସ ନେତାଙ୍କୁ ଏମ୍ସର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri