ଜାତୀୟ

ମହଙ୍ଗା ଭତ୍ତା ବୃଦ୍ଧି ୨୦୨୧ ଜୁଲାଇ ଯାଏ ସ୍ଥଗିତ

ନୂଆଦିଲ୍ଲୀ,୨୪।୪(ପି.ଟି.): କୋଭିଡ୍‌-୧୯ ଜନିତ ସଙ୍କଟକୁ ନେଇ ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନଧାରୀମାନଙ୍କୁ ମହଙ୍ଗା ଭତ୍ତା ବୃଦ୍ଧି ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଗୁରୁବାର ନିଷ୍ପତ୍ତି ନେଇଛି। ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ାଇବା ପାଇଁ କେନ୍ଦ୍ର...

୨୪ ଘଣ୍ଟାରେ ୧,୪୦୯ ନୂଆ ସଂକ୍ରମିତ: ୭୮ ଜିଲା କରୋନା ମୁକ୍ତ

ନୂଆଦିଲ୍ଲୀ,୨୩।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧,୪୦୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୨୧,୩୯୩। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ...

ଖୁସି ଖବର: କରୋନା ଯୁଦ୍ଧରେ ବିଜୟୀ ହେଲେ ୯ ମାସର ଶିଶୁ

ଡେରାଡୁନ,୨୩।୪: ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯ ମାସର କରୋନା ସଂକ୍ରମିତ ଶିଶୁ ମାତ୍ର ୬ ଦିନରେ ସୁସ୍ଥ ହେବା ଘଟଣା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉତ୍ତରାଖଣ୍ଡର ଏହି ଶିଶୁଟି କମ୍‌ ବୟସର ପ୍ରଥମ...

ବିନା ସୁରକ୍ଷାରେ କାମ କରୁଛନ୍ତି କରୋନା ଯୋଦ୍ଧା

ଭୋପାଳ,୨୩।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧା ପାଲଟି ଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶରେ ବହୁ...

ଦେଶବାସୀଙ୍କ ହୃଦୟ ଜିତିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ

ନୂଆଦିଲ୍ଲୀ,୨୩।୪: ଦେଶର ‘ଫାଷ୍ଟ ଲେଡି’ ସବିତା କୋବିନ୍ଦ ଏବେ ଦେଶବାସୀଙ୍କ ହୃଦୟ ଜିତି ନେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ମୁହଁରେ ମାସ୍କ ବାନ୍ଧି ସିଲେଇ ମେଶିନରେ ସିଲେଇ କରୁଥିବା...

ଭୁଲ ନ କରୁ ଭାରତ: ୧୦ ସପ୍ତାହରୁ କମ୍‌ ହେଲେ ଲକ୍‌ଡାଉନ, ପରିସ୍ଥିତି ହେବ ଅସମ୍ଭାଳ

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ୪୦ ଦିନିଆ ଲକ୍‌ଡାଉନ ଅବଧି ମେ’ ୩ରେ ଶେଷ ହେଉଛି। ସାଧାରଣ ଜନତା ଭାବୁଛନ୍ତି ଏହାପରେ ଜୀବନ ଯାତ୍ରା ସ୍ବାଭାବିକ ହୋଇଯିବ। ହେଲେ ବିଶ୍ୱର ତେତେ ଜଣ ହେଲ୍‌ଥ ଏକ୍ସପର୍ଟଙ୍କ...

କରୋନା ସଙ୍କଟ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇଲେ ସରକାର

ନୂଆଦିଲ୍ଲୀ,୨୩।୪: ଦେଶରେ ଜାରି ରହିଥିବା କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପକ୍ଷରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଯାଇଛି। ଏନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୦ ଜାନୁୟାରୀ ପହିଲାଠାରୁ...

କରୋନା କାରଣରୁ ବାତିଲ ହେଲା କୈଳାସ ମାନସରୋବର ଯାତ୍ରା

ଗ୍ୟାଙ୍ଗଟକ୍‌,୨୩।୪: କରୋନା ଭାଇରସ୍‌ ମହାମାରୀ ଯୋଗୁ ସିକ୍କିମ ସରକାର ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସିକ୍କିମ ପର୍ଯ୍ୟଟନ ମନ୍ତ୍ରୀ ବିଏସ୍‌ ପନ୍ଥ ଗୁରୁବାର ସୂଚନା ଦେଇଛନ୍ତି। ଏଥିସହ ନାଥୁଲା ପାସ୍‌ ଜରିଆରେ...

କୋଟାରୁ ଆସିଥିବା ପିଲାଙ୍କୁ ଯାଞ୍ଚ ପରେ ପଠାଗଲା କ୍ୱାରାଣ୍ଟାଇନ୍‌ରେ

ଶାହଜହାଁପୁର,୨୩।୪: ଉତ୍ତରପ୍ରଦେଶରେ ରାଜସ୍ଥାନ କୋଟାରୁ ଫେରିଥିବା ସମସ୍ତ ପିଲାଙ୍କ ରାପିଡ୍‌ ଟେଷ୍ଟ କରାଯାଇ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ପଠାଯାଇଛି। କୋଟାରୁ ଉତ୍ତରପ୍ରଦେଶର ସହାରାନପୁରକୁ ଆସିଥିବା ୯୩ ପିଲାଙ୍କ ସମେତ ୧୨୦ ଜଣଙ୍କୁ ଘରେ ପୃଥକ ରଖାଯିବା ସହ ପ୍ରଶାସନ...

ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଯାଇପାରୁ ନାହାଁନ୍ତି ଶୌଚାଳୟ: ପିନ୍ଧୁଛନ୍ତି ଆଡଲ୍ଟ ଡାଏପର

ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ଡାକ୍ତର ନିଜ ଜୀବନକୁ ତୁଛ ମଣି କାର୍ଯ୍ୟ କରୁଛନ୍ତି। ଏପରିସ୍ଥଳେ କେତେକ ସ୍ଥାନରେ ସେମାନଙ୍କୁ ସାଧାରଣ ଲୋକେ ମାଡ଼ ମାରୁଥିତ୍ବା, ଟେକାପଥର ଫିଙ୍ଗୁଥିବା ଭଳି ଘଟଣାମାନ ଘଟୁଛି। ତେବେ ଏହି...

କରୋନା ପରୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୩।୪: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ଗୁରୁବାର କରୋନା ଟେଷ୍ଟ କରିଛନ୍ତି। ତାଙ୍କ ସହ ବିଧାନସଭା ବାଚସ୍ପତି ଭିପି ଶିବକୋଲୁଣ୍ଡୁ, ବିଧାନସଭାର ସମସ୍ତ ମନ୍ତ୍ରୀ,ବିଧାୟକ ଓ ସାଂସଦ ମାନେ ମଧ୍ୟ ଗୁରୁବାର କରୋନା ପରୀକ୍ଷା କରିଥିବା ଦେଖାଯାଇଛି। ଦେଶରେ...

ଗରିବ-ଦିନମଜୁରିଆ-ଚାଷୀମୁଲିଆଙ୍କୁ ମିଳୁ ୭୫୦୦ଟଙ୍କା କରୋନା ସହାୟତା: ସୋନିଆ

ନୂଆଦିଲ୍ଲୀ,୨୩।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଗରିବ, ଦିନ ମଜୁରିଆ ଏବଂ ଚାଷୀ ମୁଲିଆଙ୍କ ଉପରେ ଅଧିକ ପଡ଼ିଛି। କାମଧନ୍ଧା ବନ୍ଦ ହେବାରୁ ସେମାନଙ୍କ ସ୍ଥିତି ଶୋଚନୀୟ ହୋଇପଡ଼ିଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri