ଜାତୀୟ

୯୨ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଗତ ୨ ମାସ ମଧ୍ୟରେ ୯୨ଜଣ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ନିକଟରେ ଅସ୍ଥିଶଲ୍ୟ ବିଭାଗର ଜଣେ ଫ୍ୟାକଲ୍ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ...

ମହାରାଷ୍ଟ୍ରରେ ୧୨୭୩ ପୋଲିସ କରୋନା ପଜିଟିଭ୍‌

ମୁମ୍ବାଇ,୧୮।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ଲଢ଼େଇରେ ଆଗଧାଡ଼ିରେ...

ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୋମବାର ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟ ବିଧାନସଭାର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଏକ ଉତ୍ସବରେ ଉଦ୍ଧବ ଶଥ ପାଠ କରିଛନ୍ତି। ଉଦ୍ଧବଙ୍କ ସହିତ ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ)ର ଅନ୍ୟ...

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହେବାରୁ ସିବିଏସ୍‌ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଧାରେ ଅଟକି ରହିଥିଲା। ଅବଶିଷ୍ଟ ପରୀକ୍ଷାଗୁଡ଼ିକ ପାଇଁ ସୂଚୀ ତାଲିକା ସୋମବାର ପ୍ରକାଶ ପାଇଛି। ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ...

ଲକ୍‌ଡାଉନ ୪.୦: କର୍ନାଟକରେ ଖୋଲା ରହିବ ସବୁ ଦୋକାନ

ବେଙ୍ଗାଲୁରୁ,୧୮।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ସୋମବାରଠାରୁ ଲାଗୁ ହୋଇଛି ଲକ୍‌ଡାଉନ ୪.୦। ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଥିବା ବେଳେ ଏଥିରେ ପରିବର୍ତ୍ତନ କରିବାର ଅଧିକାର ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି। ତେବେ ସୋମବାରଠାରୁ...

‘ଅମ୍ଫନ’ ମୁକାବିଲା ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖାପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇସାରିଛି। ଏହାର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରଣାଳୟ ଓ...

ପୋଲିସ-ପ୍ରବାସୀ ଶ୍ରମିକ ମୁହାଁମୁହିଁ

ଅହମଦାବାଦ,୧୮।୫: ଥମୁନି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା। ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟରେ ପହଞ୍ଚିଥିବା ବେଳେ ଏବେବି ଆହୁରି ଅନେକ ବାହାର ରାଜ୍ୟରେ ରହିଯାଇଥିବା ବେଳେ ସେମାନେ ନିଜ ରାଜ୍ୟକୁ ଫେରିବାକୁ ବ୍ୟସ୍ତ ହୋଇ ପଡିଲେଣି। ସୋମବାର...

୨୧୧ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆତ୍ମନିର୍ଭର ଭାରତ ଗୀତକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଦେଶର ଅର୍ଥ ବ୍ୟବସ୍ଥା ଖରାପ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ଆହ୍ବାନ...

ମେ’ ୩୧ରେ ‘ମନ କି ବାତ’ କାର୍ଯ୍ୟକ୍ରମରେ କଥା ହେବେ ମୋଦି: ଟୁଇଟ କରି ମାଗିଲେ ଜନତାଙ୍କ ମତ

ନୂଆଦିଲ୍ଲୀ,୧୮।୫: ଦେଶରେ ଲାଗି ରହିଥିବା କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩୧ ତାରିଖରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୋମବାର ମୋଦି ଏ ସମ୍ପର୍କରେ ଟୁଇଟ...

କରୋନା ସଙ୍କଟ: ୪୦,୦୦୦ କଏଦୀଙ୍କୁ ମିଳିଛି ଅସ୍ଥାୟୀ ଜାମିନ

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ଦେଶର ବିଭିନ୍ନ ଜେଲରେ ରହିଥିବା କଏଦୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ...

ଆସିଲା ନଓ୍ବାଜୁଦ୍ଦିନଙ୍କ କରୋନା ଟେଷ୍ଟ ରିପୋର୍ଟ

ଲକ୍ଷ୍ନୌ,୧୮।୫: ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ନିକଟରେ ୧୪ ଦିନଆ ହୋମ କ୍ୱାରାଣ୍ଟାଇନରେ ଥିବା ଏହି ଅଭିନେତାଙ୍କ କରୋନା ଟେଷ୍ଟ ରିପୋର୍ଟ ୪ ଦିନ ଭିତରେ ଆସି ଯାଇଛି ଓ ଏହା ନେଗେଟିଭ...

ରେକର୍ଡ କଲା ଭାରତ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫,୨୪୨ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୫: ଗୋଟିଏ ଦିନରେ ଦେଶରେ ଯେଉଁ ପରିମାଣରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି ଏହା ଏପର୍ଯ୍ୟନ୍ତ ଚିହ୍ନଟର ରେକର୍ଡକୁ ଭାଙ୍ଗି ଦେଇିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri